Mercury Transit 2024: ବିଛା ରାଶିକୁ ଚଳନ କରିବେ ବୁଧ, ୩ ରାଶି ପାଇଁ ଆରମ୍ଭ ହେବ ଭଲ ସମୟ!
Advertisement

Mercury Transit 2024: ବିଛା ରାଶିକୁ ଚଳନ କରିବେ ବୁଧ, ୩ ରାଶି ପାଇଁ ଆରମ୍ଭ ହେବ ଭଲ ସମୟ!

Mercury Transit 2024: ବୁଧଙ୍କ ଏହି ଚଳନ ରାଶିଚକ୍ରରେ ଥିବା ସମସ୍ତ ରାଶିକୁ ପ୍ରଭାବିତ କରିବ। ଅନ୍ୟପଟେ ଏହି ରାଶି ପରିବର୍ତ୍ତନ ଦ୍ବାରା ୩ଟି ରାଶିର ଭାଗ୍ୟଦୋୟ ହେବାକୁ ଯାଉଛି । ତେବେ ଆସନ୍ତୁ ଆଲୋଚନା କରିବା ସେହି ରାଶିଙ୍କ ବିଷୟରେ....

Mercury Transit 2024: ବିଛା ରାଶିକୁ ଚଳନ କରିବେ ବୁଧ, ୩ ରାଶି ପାଇଁ ଆରମ୍ଭ ହେବ ଭଲ ସମୟ!

Mercury Transit 2024: ବୁଧଙ୍କୁ ଧନ, ବ୍ୟବସାୟ ଓ  ବୁଦ୍ଧିର କାରକ ବୋଲି କୁହାଯାଏ । ଚଳିତ ଜୁନ୍ ମାସ ୧୨ରେ ବୁଧ ବିଛା (Scorpio) ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ ରାଶିଚକ୍ରରେ ଥିବା ସମସ୍ତ ରାଶିକୁ ପ୍ରଭାବିତ କରିବ। ଅନ୍ୟପଟେ ଏହି ରାଶି ପରିବର୍ତ୍ତନ ଦ୍ବାରା ୩ଟି ରାଶିର ଭାଗ୍ୟଦୋୟ ହେବାକୁ ଯାଉଛି । ତେବେ ଆସନ୍ତୁ ଆଲୋଚନା କରିବା ସେହି ରାଶିଙ୍କ ବିଷୟରେ....

କକର୍ଟ ରାଶି: ବୁଧଙ୍କ ଏହି ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ। ଏହି ସମୟରେ କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବ। ବ୍ୟବସାୟରେ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ବିଛା ରାଶି: ବିଛା ରାଶିକୁ ବୁଧ ଚଳନ କରୁଥିବାରୁ ଏହି ସମୟରେ ଉକ୍ତର ରାଶିର ବିଶେଷଙ୍କୁ ଶୁଭଫଳ ମିଳିବ । ଏହି ସମୟରେ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ବିଶେଷ ଭାବେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମକର ରାଶି: ବୁଧଙ୍କ ଏହି ଚଳନ ମକର ରାଶିର ବ୍ୟକ୍ତି ବିଶେଷଙ୍କୁ ମଧ୍ଯ ଶୁଭଫଳ ପ୍ରଦାନ କରିବ । ଫଳରେ ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ନେଇ ଯୋଗ ରହିଛି । ଆର୍ଥିକ୍ ସମସ୍ୟା ଦୂର ହେବ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । )