Malmas 2023: ମଳ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ,ମାଡ଼ିଆସିବ ଦାରିଦ୍ର୍ୟତା !
Advertisement

Malmas 2023: ମଳ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ,ମାଡ଼ିଆସିବ ଦାରିଦ୍ର୍ୟତା !

Malmas 2023: ଆଜିଠୁ ଆରମ୍ଭ ହୋଇଛି ମଳ ମାସ (Malmas 2023)।  ଆମ ପରମ୍ପରା ଓ ଚଳଣି ଅନୁସାରେ, ମଳମାସ ଅଶୁଭ। ଏଣୁ ଏହି ମାସରେ ସମସ୍ତ ଶୁଭକର୍ମ ବର୍ଜନୀୟ। କିନ୍ତୁ ଏହି ମାସର ଗୋଟିଏ ବିଶେଷତ୍ୱ ଅଛି। ବିଶେଷତ୍ୱଟି ହେଉଛି- ଏ ମାସର ନାମ ‘ପୁରୁଷୋତ୍ତମ ମାସ’।  ପଢନ୍ତୁ ପୂରା ରିପୋର୍ଟ... 

ସୌଜନ୍ୟ- ସୋସିଆଲ ମିଡ଼ିଆ

Malmas 2023: ଆଜିଠୁ ଆରମ୍ଭ ହୋଇଛି ମଳ ମାସ (Malmas 2023)। ଏହି ମାସକୁ ପୁରୁଷତମ ମାସ (purushottam month)ବୋଲି କୁହାଯାଏ । ମଳ ମାସରେ ଖାସ୍ କରି ବିବାହ ଓ ବ୍ରତଘର ପରି କୌଣସି ଶୁଭକାମ କରନ୍ତି ନାହିଁ ବୋଲି କୁହାଯାଏ। ମଳମାସ (Malmas 2023) ଯୋଗୁଁ ୧୯ ବର୍ଷ ପରେ ଯୋଡ଼ା ଶ୍ରାବଣ ପଡ଼ିଛି । ଯୋଡ଼ା ମାସ ଯୋଗୁଁ ଜୁଲାଇ ୧୮ ରୁ ଅଗଷ୍ଟ ୧୬ ଯାଏ ମହାଦେବଙ୍କ ଉପରେ ଜଳାଭିଷେକ କରାଯାଇଥାଏ । ଅଗଷ୍ଟ ୧୬ ଯାଏଁ ପଡ଼ୁଛି ଯାଏ ପଡ଼ିବ ଏହି ମଳମାସ । ମଳମାସରେ ଭଗବାନ ଶିବ(lord shiv) ଓ ବିଷ୍ଣୁଙ୍କୁ ପୂଜା କଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । 

Also Read: Rajesh Khanna Death Anniversary: ଫ୍ଲପ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ରାଜେସ୍ ,କେମିତି ହେଲେ ସୁପରଷ୍ଟାର ?

Also Read: Weather Update: ଆଜି ଏହି ସବୁ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା,୭ ଜିଲ୍ଲାକୁ ୟେଲୋ ଆଲର୍ଟ

Also Read: Horoscope Today 18 July 2023: ଆଜି ଏହି ତିନି ରାଶିର ରହିଛି ଧନଲାଭର ଯୋଗ, ୪ ରାଶିଙ୍କ ଲାଗି ବଢିପାରେ ଅଡୁଆ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ମଳମାସରେ କରନ୍ତୁ ଏହି କାମ କାମ ମିଳିବ ଶୁଭଫଳ:

-ମଳ ବା  ପୁରୁଷୋତ୍ତମ ମାସରେ ପୂଣ୍ୟ ଅର୍ଜନ ପାଇଁ ଦାନ କରାଯାଏ । 
-ଅଭାବୀ ଲୋକଙ୍କୁ ଆପଣ ଏହି ମାସରେ ଖାଦ୍ୟ ପଦାର୍ଥ ଯେପରିକି ,ଚାଉଳ , ବିରି, ଡାଲି ଦାନ କରିଲେ ଅତ୍ୟନ୍ତ ପୁଣ୍ୟ ମିଳିଥାଏ । 
-ଦୀପଦାନ, ଗୋଦାନ, ପିତ୍ତଳ ପାତ୍ରରେ ତିଳଦାନ, ଧର୍ମପୁସ୍ତକ ଦାନ ଇତ୍ୟାଦି ମୁଖ୍ୟ ଦାନ ମଧ୍ୟ କରିପାରିବେ । 
-ଖାସ୍ କରି ଏହି ମାସରେ ବ୍ରହ୍ମଣଙ୍କୁ ଦାନ କଲେ କୋଟି ପୂର୍ଣ୍ଣ ମିଳିଥାଏ । 
-ପୁରୁଷୋତ୍ତମ ମାସରେ ପଡୁଥିବା ଦ୍ୱାଦଶୀ, ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣିମା ତିଥି ଏବଂ ବ୍ୟତିପାତ ଓ ବୈଧୃତି ଯୋଗ ବିଶିଷ୍ଟ ଦିନ ଦାନ ପାଇଁ ସର୍ବୋତ୍ତମ । ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ ।
-ମଳମାସରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ପୂଜା କରନ୍ତୁ । ଏବଂ ଗୀତା ପାଠ କରନ୍ତୁ । 
-ବରଗଛ ମୂଳରେ ସଂନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ । ଆପଣଙ୍କ ଦୁଃଖ ,କଷ୍ଟ ଦୂର ହେବ। 
-କୌଣସି କାର୍ଯ୍ୟକୁ ଯିବା ପୂର୍ବରୁ ମଥାରେ ଟିକା ଲଗାନ୍ତୁ । ଯାହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। 
-ଏହି ମାସରେ ଖାସ୍ କରି ଧାର୍ମିକ କାର୍ଯ୍ୟରେ ମନ ବଳାନ୍ତୁ ।
- ଏହି ମାସରେ ଆପଣ ଆମିଷ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଏପରିକି ବିନା ପିଆଜ ଓ ରସୁଣରେ ଖାଦ୍ୟ ଖାଇବା ଭଲ ।
-ଏହି ମାସରେ ବିବାହ , ଘର ପ୍ରତିଷ୍ଠା  ଓ ବ୍ରତଘର ପରି ଶୁଭକାର୍ଯ୍ୟ କରନ୍ତୁ ନାହିଁ।
ଏହି ମାସରେ ଘର, ଦୋକାନ ଏବଂ ନୂଆ ଗାଡି କିଣିବା ଉଚିତ୍ ନୁହେଁ। 

Also Read: Odisha Train Accident: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଧରିବାରେ ବିଫଳ ହୋଇଛି CBI!

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)