Guru Vakri: ୧୧୪ ଦିନ ଯାଏଁ ଚମକିବେ ଏହି ସବୁ ରାଶି, ଧନ ଦୌଲତରେ ଭରିଯିବ ଜୀବନ
Advertisement
Article Detail0/zeeodisha/odisha1861602

Guru Vakri: ୧୧୪ ଦିନ ଯାଏଁ ଚମକିବେ ଏହି ସବୁ ରାଶି, ଧନ ଦୌଲତରେ ଭରିଯିବ ଜୀବନ

Jupiter Retrograde 2023 in Aries: ବୃହସ୍ପତି (Jupiter Retrograde 2023) , ନିଜ ରାଶି ଛାଡି ମେଷ ରାଶିରେ ପ୍ରବେଶ କରିଛନ୍ତି।  ସେ ଏହି ରାଶିରେ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ରହିବେ।  ବୃହସ୍ପତି (Jupiter) ହେଉଛନ୍ତି ସମସ୍ତ ଗ୍ରହ ମାନଙ୍କର ଗୁରୁ ବୋଲି କୁହାଯାଏ। ଏପରିକି ବୃହସ୍ପତିଙ୍କୁ ଜ୍ଞାନର କାରକ ବୋଲି ଦର୍ଶାଯାଏ । ତେବେ ବୃହସ୍ପତିଙ୍କ ଏହି ଚଳନ ୪ ଏହି ୪ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ (Guru Vakri 2023 Effects)। 

ସୌଜନ୍ୟ- ସୋସିଆଲ ମିଡି଼ଆ

Jupiter Retrograde 2023 in Aries: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ,ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Grah Gochar 2023 ) କରିଥାଆନ୍ତି । ଯାହା ୧୨ଟି ରାଶି (Zodiac Signs) ଉପରେ ଅନେକ ପ୍ରଭାବ ପକାଇଥାଏ। ଫଳରେ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ବୃହସ୍ପତି (Jupiter Retrograde 2023) , ନିଜ ରାଶି ଛାଡି ମେଷ ରାଶିରେ ପ୍ରବେଶ କରିଛନ୍ତି।  ସେ ଏହି ରାଶିରେ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ରହିବେ।  ବୃହସ୍ପତି (Jupiter) ହେଉଛନ୍ତି ସମସ୍ତ ଗ୍ରହ ମାନଙ୍କର ଗୁରୁ ବୋଲି କୁହାଯାଏ। ଏପରିକି ବୃହସ୍ପତିଙ୍କୁ ଜ୍ଞାନର କାରକ ବୋଲି ଦର୍ଶାଯାଏ । କେବଳ ସେତିକି ନୁହେଁ, ବୃହସ୍ପତିଙ୍କୁ ଜ୍ଞାନ, ବୁଦ୍ଧି ଏବଂ ସମୃଦ୍ଧତାର ଗ୍ରହ ଭାବରେ ବିବେଚନା ମଧ୍ୟ କରାଯାଏ । ତେବେ, ବୃହସ୍ପତି ଯେଉଁ ରାଶି ଉପରେ କୃପା କରନ୍ତି। ସେହି ବ୍ୟକ୍ତିର ଜୀବନରେ କେବେବି ଧନ ଦୌଲତ ଅଭାବ ରୁହେ ନାହିଁ । ତେବେ ବୃହସ୍ପତିଙ୍କ ଏହି ଚଳନ ୪ ଏହି ୪ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ (Guru Vakri 2023 Effects)। 

Also Read: Health Tips: ବଦଳାନ୍ତୁ ଏହି ୬ଟି ଅଭ୍ୟାସ୍, କାରଣ ଆପଣଙ୍କ ଅଜାଣତେ ବଢୁଛି ବନ୍ଧ୍ୟାଦୋଷ

ଏହି ସବୁ ରାଶି ହେବେ ମାଲେମାଲ୍ :

ମେଷ:  ବୃହସ୍ପତି ମେଷ ରାଶିରେ ଥିବାରୁ ଏହି ରାଶିରେ ଲୋକେ ଅଧିକ ଶୁଭଫଳ ପାଇବେ। ଆର୍ଥିକ ସ୍ଥିତ ମଜଭୁତ ହେବା ସହ ଧନ୍ୟଧାନ୍ୟ ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ । ପ୍ରେମ ବିବାହରେ ପରିଣତ ହୋଇପାରେ । ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ ରହିବ । ପାଠପଢାରେ ଉନ୍ନତି କରିବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଯେଉଁମାନେ ଦୀର୍ଘ ଦିନ ଧରି କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଉଛନ୍ତି । ଏହି ସମୟରେ କୋର୍ଟଙ୍କ ରାୟ ଆପଣଙ୍କ ସପକ୍ଷରେ ଆସିବ। ନୂଆ ଗାଡି଼ ଓ ଜମି କିଣିପାରନ୍ତି। 

ମିଥୁନ : ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ।  ଖାସ୍ କରି ଯେଉଁମାନେ ବ୍ୟବସାୟ କରୁଛନ୍ତି । ସେମାନଙ୍କୁ ଅତ୍ୟନ୍ତ ବ୍ୟବସାୟରେ ଲାଭ ମିଳିବ । ଏହି ସମୟରେ ଆପଣ ବ୍ୟବସାୟରେ ନୂଆ ଡିଲ୍ ମଧ୍ୟ କରିପାରନ୍ତି। ଯାହା ଆପଣଙ୍କୁ ଅଧିକ ଲାଭବାନ୍ କରିବ। ବିଦେଶ ଯାତ୍ରାର ସମ୍ଭାବନା ରହିଛି । ହଠାତ୍ କେଉଁ ଆଡୁ ଧନଲାଭର ଯୋଗ ମଧ୍ୟ ରହିଛି। କାର୍ଯ୍ୟାଳୟରେ ଆପଣଙ୍କୁ ନୂତନ ଦାୟିତ୍ବ ବା ପଦୋନ୍ନତି ମିଳିପାରେ। ଏପରିକି ଆପଣ, ଏହି ସମୟରେ ଚାକିରି  ପରିବର୍ତ୍ତନ କରିବା ପାଇଁ ଅନୁକୂଳ ସମୟ ରହିଛି। 

କର୍କଟ:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ବେଶ ଅନୁକୂଳ ରହିବ । ରୋଜଗାର ନେଇ ସମସ୍ତ ବାଟ ଫିଟିପାରେ । କାର୍ଯ୍ୟାଳୟରେ ପଦୋନ୍ନତି ମିଳିବ । କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆପଣଙ୍କ କାର୍ଯ୍ୟରେ ଖୁସି ହେବା ସହ ଆପଣଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଂଶସା କରିବେ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ହେବା ସହ ସଫଳତା ମିଳିବ । ଆୟ ବୃଦ୍ଧି ପାଇବା ସହ ଖର୍ଚ୍ଚ ହ୍ରାସ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଏହି ସମୟ ମଧ୍ୟ ସୁସମ୍ବାଦ ପାଇବେ। 

କୁମ୍ଭ: ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ନୂତନ ଚାକିରି ମିଳିବାର ସମ୍ଭାବନା ରହିଛି ।କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।  ଏହି ସମୟରେ ଆପଣ ନୂଆ ଗାଡି଼ ଓ ଘର ମଧ୍ୟ କିଣି ପାରନ୍ତି। ଦିର୍ଘ ଦିନ ଧରି ଅଟକିଥିବା ଟଙ୍କା ମଧ୍ୟ ମିଳିବ। ଆତ୍ମବିଶ୍ୱାସ ହେତୁ, ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।  

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)