Momos Side Effects: ମୋମୋ ଖାଉଥିଲେ ସାବଧାନ୍, ହୋଇପାରେ ଏସବୁ ଘାତକ ରୋଗ !
Advertisement

Momos Side Effects: ମୋମୋ ଖାଉଥିଲେ ସାବଧାନ୍, ହୋଇପାରେ ଏସବୁ ଘାତକ ରୋଗ !

Why Momos Is Not Good For Health​: ଆଜିକାଲି ଅଧିକାଂଶ ଲୋକେ ଜଙ୍କ ପୁଡ ଖାଇବାକୁ ପସନ୍ଦ କରନ୍ତି। ଖାସ କରି ମୋମୋ ଆଜିର ଯୁବପୀଢିଙ୍କ ପ୍ରଥମ ପସନ୍ଦ ପାଲଟିଛି । ରୋଡ ସାଇଡ ଠାରୁ ଆରମ୍ଭ କରି ରେସ୍ତୋରାଁ ସବୁଠି ରହିଛି ମୋମର ଚାହିଦା । ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତ ବୟସର ଲୋକେ ମଧ୍ୟ ମୋମୋ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହାର କୁପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡିଥାଏ । ତେବେ, ଆଜି ଆମେ ଆପଣଙ୍କୁ ଜଣାଇବୁ ମୋମୋ ଖାଇଲେ କିପରି ଭାବରେ ଶରୀର ଉପରେ କ୍ଷତି ପହଞ୍ଚି ଥାଏ ।

ମୋମୋ ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ:

ଆପଣ ଜାଣିଥିବେ ଯେ, ମୋମୋ ସୂକ୍ଷ୍ମ ମଇଦାରୁ ପ୍ରସ୍ତୁତ ହୋଇଥାଏ । ଏବଂ ଆଜୋଡିକାର୍ବୋନାମାଇଡ୍,ବେନୋଜୋଏଲ୍ ପେରକ୍ସାଇଡ୍ ପରି ଉପାଦାନଗୁଡିକ ସୂକ୍ଷ୍ମ ମଇଦାରେ ମିଶାଯାଏ । ମୋମୋକୁ ନରମ ରଖିବା ପାଇଁ ଏଥିରେ ଆଲକ୍ସାନ୍ ନାମକ ଏକ ଉପାଦାନ ମଧ୍ୟ ମିଶାଯାଇଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମମୋ ତିଆରି କରିବା ପାଇଁ ମଇଦାରେ ବ୍ୟବହାର ହୋଇଥାଏ । ଆପଣ ନିଶ୍ଚୟ ଜାଣିଥିବେ ଯେ,ମଇଦା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଶରୀରର ଅଗ୍ନାଶୟକୁ କ୍ଷତି ପହଞ୍ଚାଇପାରେ। ଏହା ବ୍ୟତୀତ ଏହା ମଧୁମେହ ହେବାର ଆଶଙ୍କା ମଧ୍ୟ ବଢିଥାଏ।

ବଜାରରେ ଦୁଇ ପ୍ରକାର ମୋମୋ ମିଳିଥାଏ । ଭେଜ ମୋମୋ ଓନନଭେଜ୍ ମୋମୋ । ଯାହା ଆପଣ ଜାଣିଥିବେ ଯେ ଉଭୟ ଭେଜ୍ ଏବଂ ଅଣ ଭେଜ୍ ମୋମୋ ବଜାରରେ ମିଳିଥାଏ । ସାଧାରଣତଃ ନିମ୍ନମାନର ଚିକେନରୁ ନନଭେଜ ମୋମୋ ପ୍ରସ୍ତୁତ ହୋଇଥାଏ । ।  ଏହି ଚେକନ ମୋମୋ ସ୍ବାସ୍ଥ୍ୟ ପାଇଁ ବିପଦ ଆଣିପାରେ। କେବଳ ସେତିକି ନୁହେଁ । ମୋମୋ ସହିତ ମିଳୁ ଥିବା ଲାଲ ଚଟଣୀ ମଧ୍ୟ ପେଟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହା ଅତ୍ୟାଧିକ ରାଗ ହୋଇଥିବାରୁ ପେଟ ସମସ୍ୟା ଓ ଗ୍ୟାସଷ୍ଟିକ ଭଳି ସମସ୍ୟା ଦେଖାଦେଇପାରେ । 

Also Read: Diabetic Foot Care Tips: ମଧୁମେହ ରୋଗୀମାନେ ରାତିରେ କିଣନ୍ତୁ ଜୋତା ଓ ଚପଲ, ଜାଣନ୍ତୁ ଏହାରି ପଛରେ ରହିଛି କେଉଁ କାରଣ ?

ନିକଟରେ ମୋମୋ ଖାଇ ଦିଲ୍ଲୀରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିଲା। ଜଣେ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ଯେ, ମୋମୋ ଖାଇବା ବେଳେ ସିଧାସଳଖ ଗିଳିଲେ ଖାଦ୍ୟ ଶ୍ୱସନଳୀରେ ପ୍ରବେଶ କରେ । ତେଣୁ ପ୍ରଥମେ ଖାଦ୍ୟକୁ ଚୋବାଇବେ । ଏହାଦ୍ୱାରା ଖାଦ୍ୟ ଗୁଣ୍ଡ ହୋଇ ଖାଦ୍ୟନଳୀକୁ ଚାଲିଯାଇଥାଏ । ଏହା ବ୍ୟତୀତ  କେବେହେଲେ ଅନ୍ୟମନସ୍କ ହୋଇ ଖାଇବେ ନାହିଁ । ଖାଇବା ବେଳେ କଥା ହେଲେ ଖାଦ୍ୟନଳୀ ବନ୍ଦ ହୋଇ ଶ୍ୱାସନଳୀ ଖୋଲା ରହିଥାଏ । ଏହି ସମୟରେ ତଣ୍ଟିରେ କିଛି ଲାଗିଲେ ପିଠି ଥାପୁଡାଇବେ ।  । ଯଦି ଏଥିରେ ଭଲ ନହେଲା ତେବେ ପଛପଟୁ ଦୁଇ ହାତରେ ପଞ୍ଜରା ତଳୁ ଜାବୁଡି ଧରିବେ । ଯାହାକୁ ଲେମିକ୍ ପ୍ରୋସିକ୍ୟୁର ବୋଲି କୁହାଯାଏ । ଦିଲ୍ଲୀରେ ୫୦ ବର୍ଷ ବୟସ୍ମ ବ୍ୟକ୍ତି ଜଣକ ମୋମୋକୁ ସିଧାସଳଖ ଗିଳିଦେଇଥିଲେ । ଫଳରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।