Horoscope of 13th September 2022: ମଙ୍ଗଳମୟ ହେବ ମଙ୍ଗଳବାର! ଏହି ରାଶିରେ ଆକସ୍ମିକ ଧନ ପ୍ରାପ୍ତି ସୁଯୋଗ
Advertisement

Horoscope of 13th September 2022: ମଙ୍ଗଳମୟ ହେବ ମଙ୍ଗଳବାର! ଏହି ରାଶିରେ ଆକସ୍ମିକ ଧନ ପ୍ରାପ୍ତି ସୁଯୋଗ

Horoscope of 13th September 2022: ସ୍ୱାସ୍ଥ୍ୟ ସମସ୍ୟା ଦୂରେଇଯିବ । କାର୍ଯ୍ୟକ୍ଷେତ୍ରରେ ଢେର ଉନ୍ନତି ଘଟିବ । ସୁଖ:ଦୁଃଖରେ ବନ୍ଧୁ ସହାୟତା ପାଇବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ମନ, ପ୍ରାଣ ଢାଳି ଦେଇପାରନ୍ତି ।

 Horoscope of 13th September 2022: ମଙ୍ଗଳମୟ ହେବ ମଙ୍ଗଳବାର! ଏହି ରାଶିରେ ଆକସ୍ମିକ ଧନ ପ୍ରାପ୍ତି ସୁଯୋଗ

Horoscope of 13th September 2022, ମେଷ: ଦେହ ଓ ମନ ଭଲ ରହିବ । ମାନସିକ ଶାନ୍ତି ପୂର୍ବଭଳି ରହିବ । ବ୍ୟସ୍ତତା ମଧ୍ୟେ ଦୀନଚର୍ଯ୍ୟା କରିବେ । କୌଣସି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ଯାଇପାରେ ।

ବୃଷ: ଜଗିରଖି ଚଳିବାର ଦିନଟିଏ । କର୍ମକ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେବ । ଆୟ ମଧ୍ୟମ ଧରଣର ରହିବ । ଛାତ୍ରଛାତ୍ରୀ ଖେଳକୁଦରେ ମନ ଦେବେ । ଅପରାହ୍ଣ ପରେ ଦୁରଯାତ୍ରା ସ୍ଥଗିତ ରଖିବା ଭଲ ।

ମିଥୁନ: ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ । ନବ ବିବାହିତ ଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ ।

କର୍କଟ: ଦେହ ଓ ମନ ଭଲ ରହିବ । ଯୋଜନା ଅନୁଯାୟୀ  ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯିବ ।

Also Read: Odisha Weather Update: ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ, ଆଉ ଦୁଇ ଦିନ ପ୍ରବଳ ବର୍ଷିବ

ସିଂହ: ସ୍ୱାସ୍ଥ୍ୟ ସମସ୍ୟା ଦୂରେଇଯିବ । କାର୍ଯ୍ୟକ୍ଷେତ୍ରରେ ଢେର ଉନ୍ନତି ଘଟିବ । ସୁଖ:ଦୁଃଖରେ ବନ୍ଧୁ ସହାୟତା ପାଇବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ମନ, ପ୍ରାଣ ଢାଳି ଦେଇପାରନ୍ତି ।

କନ୍ୟା: ଆକସ୍ମିକ ଭାବେ ଧନ ପ୍ରାପ୍ତିର ସୁଯୋଗ ଅଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । ନିଜ ବଂଶର ସୁଖପାତ୍ର ହୋଇପାରନ୍ତି । କୁଳ ଉଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ ।

ତୁଳା: ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ। କର୍ମ ଚଞ୍ଚଳ ହେବେ । କାର୍ଯ୍ୟାଳୟରେ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  ଦୂରଯାତ୍ରା ଶୁଭପ୍ରଦ ।

ବିଛା: ଶରୀର ଅସୁସ୍ଥ ରହିବ । ଚିଡିଚିଡା ସ୍ୱଭାବର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ । ବ୍ୟବସାୟ ସ୍ୱଳ୍ପଲାଭ ଯୁକ୍ତ ହେବ । ସନ୍ତାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିବେ ।

Also Read: ସେପ୍ଟେମ୍ବର ୨୨ରୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ବାତିଲ କଲା ଲାଇସେନ୍ସ

ଧନୁ: ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ । କଥାବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ପାଖଲୋକ ଶତ୍ରୁତା କରିବେ । ନିଆଁ ପାଣି ପ୍ରତି ସତର୍କତା ଜରୁରୀ ।

ମକର: ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ବ୍ୟବସାୟରେ ଅଗ୍ରଗତି ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଦୂରଯାତ୍ରା ଫଳପ୍ରଦ ହେବ ।

କୁମ୍ଭ: ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବେ । କର୍ମକ୍ଷେତ୍ର ସହଜ ସରଳ  ବୋଧଗମ୍ୟ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟାଙ୍କ ଓ ବୀମା କର୍ମଚାରୀମାନେ ବିଶେଷ ଉପକୃତ ହେବେ ।

ମୀନ: ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବ । କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ । ଧାର କରଜ କରିପାରନ୍ତି । ଚିଡିଚିଡା ସ୍ୱଭାବର ହେବେ ।