Cracked heel remedies: ଶୀତ ଦିନେ ଫଟା ଗୋଇଠିରୁ କେମିତି ରକ୍ଷା ପାଇବେ? ଜାଣନ୍ତୁ ଏହି ଚାରୋଟି ଘରୋଇ ଉପଚାର
Advertisement
Article Detail0/zeeodisha/odisha1412592

Cracked heel remedies: ଶୀତ ଦିନେ ଫଟା ଗୋଇଠିରୁ କେମିତି ରକ୍ଷା ପାଇବେ? ଜାଣନ୍ତୁ ଏହି ଚାରୋଟି ଘରୋଇ ଉପଚାର

Cracked heel remedies: ରାତିରେ ସୋଇବା ପୂର୍ବରୁ ପାଦ ଓ ଗୋଇଠିକୁ ଭଲଭାବେ ସଫା କରନ୍ତୁ । କିନ୍ତୁ ଗୋଇଠି ଫଟାକୁ ଠିକ୍ କରିବା ପାଇଁ  କିଛି ଘରୋଇ ଉପଚାର କରିପାରିବେ ଆଉ ଏହା ସହଜ ମଧ୍ୟ ।ମହୁରେ ଥିବା ଔଷଧୀୟ ଗୁଣ ଫଟା ଗୋଇଠିକୁ ଭଲ କରିଥାଏ ।

Cracked heel remedies: ଶୀତ ଦିନେ ଫଟା ଗୋଇଠିରୁ କେମିତି ରକ୍ଷା ପାଇବେ? ଜାଣନ୍ତୁ ଏହି ଚାରୋଟି ଘରୋଇ ଉପଚାର

Cracked heel remedies: ଶୀତ ଦିନ ଆସିବା ମାତ୍ରେ ହିଁ ବିଭିନ୍ନ ପ୍ରକାର ସ୍କିନ୍ ପ୍ରୋବଲେମ୍ ବା ଚର୍ମ ରୋଗ ଦେଖାଦିଏ । ପାଣି ପାଗର ପରିବର୍ତ୍ତନ ଫଳରେ ଥଣ୍ଡା ପବନ ପ୍ରବାହିତ ହୁଏ  ଏହି ସମୟରେ ଚର୍ମ ରୁଖାସୁଖା ହୋଇଯାଏ । ମୁହଁଠୁ ଆରମ୍ଭ କରି ଗୋଇଠି ପର୍ଯ୍ୟନ୍ତ ଫାଟେ । ଭିଭିନ୍ନ ପ୍ରକାର ମଶ୍ଚରାଇଜର୍ କ୍ରିମ ଦ୍ୱାରା ଫେସ୍ ତୋ ଠିକ୍ ହୋଇଯାଏ କିନ୍ତୁ ଗୋଇଠି ଫଟାରୁ ଉପମସ ମିଲିବା ଟିକେ କଷ୍ଟକର ହୋଇଥାଏ । 

ଫଟା ଗୋଇଠି ଅସୁନ୍ଦର ଦେଖା ହେବା ସହିତ ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ । ଗୋଇଠି ଅଧିକ ଫାଟିଲେ ଘା ହୋଇ ସେଥିରୁ ରକ୍ତ ବାହାରେ । ଗୋଇଠି ଫଠାରୁ ମୁକ୍ତି ପାଇଁ ବଜାରରେ ମିଳୁଥିବା ଦାମି କ୍ରିମ ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ଗୋଇଠି ଫଟାକୁ ଠିକ୍ କରିବା ପାଇଁ  କିଛି ଘରୋଇ ଉପଚାର କରିପାରିବେ ଆଉ ଏହା ସହଜ ମଧ୍ୟ । ଆସନ୍ତୁ ଜାଣିବା ଶୀତ ଦିନେ ଫଟା ଗୋଇଠି ସମସ୍ୟାକୁ ଦୂର କରିବା ପାଇଁ କିଛି ଉପାୟ...

Also Read: benefit of Tamarind: ଜାଣନ୍ତି କି ତ୍ୱଚା ପାଇଁ କେତେ ଜରୁରୀ ତେନ୍ତୁଳି

ଫଟା ଗୋଇଠିକୁ ସୁନ୍ଦର କରିବ ହେଙ୍ଗୁ

ହେଙ୍ଗୁ ଫଟା ଗୋଇଠିକୁ ସୁନ୍ଦର କରିଥାଏ । ହେଙ୍ଗୁକୁ ପେଷ୍ଟ ବନାଇ ଫଟା ଗୋଇଠିରୁ ଲଗାନ୍ତୁ । ରାତିରେ ସୋଇବା ପୂର୍ବରୁ ପାଦ ଓ ଗୋଇଠିକୁ ଭଲଭାବେ ସଫା କରନ୍ତୁ । ଅଳ୍ପ ପାଣିରେ ହେଙ୍ଗୁ ପକାଇ ପେଷ୍ଟ ବନାଇ ଗୋଇଠିରେ ଲଗାନ୍ତୁ ।  ହେଙ୍ଗୁ ପେଷ୍ଟ ଲଗାଇବା ପରେ ଏକ ପଲିଥିନକୁ ହାଲକାରେ ବାନ୍ଧି ଦିଅନ୍ତୁ ଯେପରି ଥଣ୍ଡା ପବନ ଗୋଇଠିରେ ନଲାଗିବ । ଏମିତି ୩/୪ ଦିନ କରନ୍ତୁ  ଦେଖିବେ ଆପଣଙ୍କ କ୍ରାକ୍ ଗୋଇଠି କେମିତି ନରମ ହୋଇଯିବ ।

ଫଟା ଗୋଇଠି ପାଇଁ ନଡ଼ିଆ ତେଲର ଚମତ୍କାରିତା

ଫଟା ଗୋଇଠିକୁ ଠିକ୍ କରିବା ପାଇଁ ନଡ଼ିଆ ତେଲ ମଧ୍ୟ ବ୍ୟବାହାର କରିପାରିବେ ।  ନଡ଼ିଆ ତେଲରେ ମହମ( ମହୁମାଛି ଫଣାରୁ ମହୁ ବାହାରିବା ପରେ ଯେଉଁ ବଳକା ଅଂଶ) ମିସାଇ ଲଗାଇଲେ ଗୋଇଠି ଫଟାରୁ ଓ ଗୋଇଠି ବଥା ଉପସମ ମିଳିଥାଏ ।

Also Read: Health Tips: ଶୀତଦିନେ ଖାଆନ୍ତୁ ମୂଳା, ଦୂର ହେବ ଏହି ୨ଟି ରୋଗର ଆଶଙ୍କା

ମହୁ ଶୁଖାଇ ଦେବ ଗୋଇଠିର ଘା

ମହୁରେ ଥିବା ଔଷଧୀୟ ଗୁଣ ଫଟା ଗୋଇଠିକୁ ଭଲ କରିଥାଏ । ପାଣିକୁ ଉଷୁମ କରି ସେଥିରେ କିଛି ମହୁକୁ ମିଶାଇ ସେହି ପାଣିରେ ପାଦକୁ ବୁଡ଼ାଇ ରଖନ୍ତୁ । ପ୍ରାୟ ୨୦ ମିନିଟ୍ ମହୁ ପାଣିରେ ପାଦ ରଖନ୍ତୁ । ପରେ ପାଣିରୁ ପାଦ ବାହାର କରି ଭଲଭାବରେ ପୋଛି ଫଟା ଗୋଇଠିରେ ନଡ଼ିଆ ତେଲ କିମ୍ବା ଯେ କୌଣସି ମଶ୍ଚୋରାଇଜର୍ କ୍ରିମ୍ ଲଗାଇ ପାରିବେ । ଏମିତି କଲେ  ଫଟା ଗୋଇଠି ସମ୍ୟାରୁ ମୁକ୍ତି ମିଳିବ ।

ଅଲିଭ୍ ଅଏଲ ଗୋଇଠିକୁ କରିବ କୋମଳ

ଅଲିଭ୍ ଅଏଲରେ ଥିବା ଔଷଧିୟ ଗୁଣ ଫଟା ଗୋଇଠିର ଟାଣ ଚର୍ମକୁ ନରମ କରିଥାଏ । ଏହି ତେଲ ଚର୍ମପାଇଁ ଉପକାରୀ ଅଟେ । ପ୍ରଥମେ ପାଦକୁ ଗରମ ପାଣିରେ ଧୋଇ ଦିଅନ୍ତୁ ତାପରେ ଫଟା ଗୋଇଠିରେ ଅଲିଭ ଅଏଲ ଲଗାନ୍ତୁ ।  ମନେ ରଖନ୍ତୁ ଯେବେବି ଆପଣ ଅଲିଭ ଅଏଲ ଲାଗାଇବେ ପାଦରେ ଯେମିତି ଧୂଳି ନଲାଗିବ । ଦେଖିବେ ଫଟା ଗୋଇଠିର ଟାଣ ଚର୍ମ କେମିତି ନରବା ବା କୋମଳ ଲାଗିବ ।