Dates Benefits: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା
Advertisement

Dates Benefits: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

Dates Benefits:  କୁହାଯାଏ ଯେ, ଖଜୁରିରେ ତାଜା ଫଳ ଅପେକ୍ଷା ଅଧିକ ପରିମାଣରେ କ୍ୟାଲୋରୀ ଥାଏ । ଯାହା ଶରୀରରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । ଖାସ୍ କରି ପ୍ରତିଦିନ ସକାଳେ ଖାଲି ପେଟରେ ଖଜୁରି ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ। କେବଳ ସେତିକି ନୁହେଁ, ଖଜୁରି ଖାଇବା ଦ୍ବାରା ଅନେକ ରୋଗ ମଧ୍ୟ ଆପଣଙ୍କୁ ଛୁଇଁ ନଥାଏ । ଆସନ୍ତୁ ସେ ଖଜୁରୀ ଖାଇବା ଦ୍ବାରା କଣ ସବୁ ଫାଇଦା ହୋଇଥାଏ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Dates Benefits: ଖଜୁରି (Dates)ଖାଇବା ଦ୍ବାରା ଶରୀରରକୁ ଅନେକ ଫାଇଦା ମିଳିଥାଏ । କାହିଁକିନା ଖଜୁରିରରେ (Dates Benefits) ପ୍ରଚୁର ପରିମାଣର ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ଥାଏ। ଖାସ୍ କରି ଖଜୁରିକୁ ଖାଲି ପେଟରେ ସକାଳୁ(morning) ଖାଇବା ଦ୍ବାରା ମଧ୍ୟ ଅନେକ ଫାଇଦା ମିଳିଥାଏ। କୁହାଯାଏ ଯେ, ଖଜୁରିରେ ତାଜା ଫଳ ଅପେକ୍ଷା ଅଧିକ ପରିମାଣରେ କ୍ୟାଲୋରୀ ଥାଏ । ଯାହା ଶରୀରରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । ଖାସ୍ କରି ପ୍ରତିଦିନ ସକାଳେ ଖାଲି ପେଟରେ ଖଜୁରି ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ। କେବଳ ସେତିକି ନୁହେଁ, ଖଜୁରି ଖାଇବା ଦ୍ବାରା ଅନେକ ରୋଗ ମଧ୍ୟ ଆପଣଙ୍କୁ ଛୁଇଁ ନଥାଏ ।  ଆସନ୍ତୁ ସେ  ଖଜୁରୀ ଖାଇବା ଦ୍ବାରା କଣ ସବୁ ଫାଇଦା ହୋଇଥାଏ...

Also Read: OMG 2 Star Cast Fees: ଜାଣନ୍ତୁ କିଏ ନେଇଛନ୍ତି କେତେ କୋଟି?

 

ଖଜୁରି ଖାଇବା ଦ୍ବାରା ଶରୀରରକୁ ହୋଇଥାଏ ଏହି ୧୪ଟି ଫାଇଦା :

୧- କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।
୨- ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୁଏ।  
୩- କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
୪-ହାଡକୁ ମଜବୁତ୍ କରେ ।
୫-ରକ୍ତଚାପକୁ ନିୟନ୍ତ୍ରଣ କରେ ।
୬-ଉଭୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଯୌନ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୁଏ। 
୭-ମସ୍ତିଷ୍କ ସ୍ୱାସ୍ଥ୍ୟକୁ ଠିକ୍ ରଖିବାରେ ସହାୟକ ହୁଏ। 
୮-ଥକାପଣ (ଦୁର୍ବଳତା)ରୁ ମୁକ୍ତି ପ୍ରଦାନ କରେ ।
୯-ରକ୍ତହୀନତା ଦୂର କରେ । 
୧୦-ଓଜନ ଠିକ୍ ରଖିବାରେ ସହାୟକ ହୁଏ।
୧୧- (Anemia) ଆନେମିଆ ରୋଗ ପାଇଁ ଖଜୁରି ଏକ ବରଦାନ ସଦୃଶ । 
୧୨-ଗର୍ଭାବସ୍ଥାରେ ଉଭୟ ଶିଶୁ ଏବଂ ମା ପାଇଁ ସର୍ବୋତ୍ତମ ଅଟେ।
୧୩-ଚର୍ମ ଏବଂ କେଶ ପାଇଁ ରାମବାଣ ଅଟେ । 
୧୪-ଖଜୁରି ଖାଇବା ଦ୍ବାରା ତ୍ବଚାରେ ଚମକ ଆସେ। 

ଆପଣ ଖଜୁରିକୁ ଖାସ୍ କରି ସକାଳେ ଖାଲି ପେଟରେ ଖାଇବା ଦ୍ବାରା ଲାଭ ମିଳିଥାଏ। ଏହାକୁ ଆପଣ ନିଜ ମିଲରେ ବା ମଧ୍ୟାହ୍ନ ଭୋଜନରେ ସାମିଲ କରିପାରିବେ।

ଓଜନ ବଢାଇବାରେ ସହାୟକ ହୋଇଥାଏ:
ପ୍ରତିଦିନ ଆପଣ ୨ଟି ଖାଲି ଖଜୁରୀ ଖାଇପାରିବେ । ଯଦି ଆପଣ ଓଜନ ବଢାଇବା ପାଇଁ ଚାହୁଁଛନ୍ତି । ତେବେ, ଆପଣ  ୪ଟି ଖଜୁରୀକୁ ପାଣିରେ ଭିଜାଇ ଖାଇପାରିବେ। ଏହାକୁ ଏଭଳି ଦିର୍ଘ ୨ ମାସରୁ ତିନି ମାସ ସେବନ କରିବା ଦ୍ବାରା ଆପଣଙ୍କର ଓଜନ ବଢିବ ନିଶ୍ଚୟ । 

କାହିଁକି ଖଜୁରିକୁ ପାଣିରେ ଭିଜାଇ ଖାଇବା ଉଚିତ୍?

ଖଜୁରୀ ଭିଜାଇବା ଦ୍ବାରା ସେଥିରେ ଥିବା ଟେନିନ୍ ଏବଂ ଫାଇଟିକ୍ ଏସିଡ୍ ଅପସାରଣ କରିଥାଏ। ଯାହା ପୋଷକ ତତ୍ତ୍ୱ ଗ୍ରହଣ କରିବା ସହଜ କରିଥାଏ । ଭିଜା ହୋଇଥିବା ଖଜୁରୀ ଖାଇବା ଦ୍ବାରା ହଜମ ଭଲ ହୋଇଥାଏ । ତେବେ, ଖଜୁରୀ ଖାଇବା ପୂର୍ବରୁ ଏହାକୁ ରାତିସାରା ୮-୧୦ ଘଣ୍ଟା ପର୍ଯ୍ୟନ୍ତ ଭିଜାନ୍ତୁ। 

ପିଲାମାନଙ୍କ ପାଇଁ ଲାଭ:
ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ  ଖଜୁରୀ ସର୍ବୋତ୍ତମ । କମ୍ ଓଜନ, କମ୍ ହେମୋଗ୍ଲୋବିନ୍, ଆଇରନ୍ ଏବଂ କମ୍ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପାଇଁ ପ୍ରତିଦିନ ଗୋଟିଏ ଖଜୁରୀ ଖାଇବା ଅତ୍ୟନ୍ତ ଲାଭଦାୟକ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)