Health Tips: ପାଇଲ୍ସ ସମସ୍ୟା ଦେଇ ଗତି କରୁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ
Advertisement
Article Detail0/zeeodisha/odisha1361681

Health Tips: ପାଇଲ୍ସ ସମସ୍ୟା ଦେଇ ଗତି କରୁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

Worst Foods for Piles : ପାଇଲ୍ସ ବା ଅର୍ଶ ଆଜିକାଲି ଏକ ସାଧାରଣ କିନ୍ତୁ ଗୁରୁତର ରୋଗ, ଯେଉଁଥିରୁ ମୁକ୍ତି ପାଇବା ସହଜ ନୁହେଁ । ଏଥିରେ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯେତେବେଳେ କି ବେଳେବେଳେ ଏହାର ଯନ୍ତ୍ରଣା ଅସହ୍ୟ ହୋଇଯାଏ ।

ସୌ: ସୋସିଆଲ ମିଡିଆ

Food To Avoid In Piles : ପାଇଲ୍ସ ବା ଅର୍ଶ ଆଜିକାଲି ଏକ ସାଧାରଣ କିନ୍ତୁ ଗୁରୁତର ରୋଗ, ଯେଉଁଥିରୁ ମୁକ୍ତି ପାଇବା ସହଜ ନୁହେଁ । ଏଥିରେ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯେତେବେଳେ କି ବେଳେବେଳେ ଏହାର ଯନ୍ତ୍ରଣା ଅସହ୍ୟ ହୋଇଯାଏ । ବାସ୍ତବରେ ପାଇଲ୍ସ ସମସ୍ୟା ଯୋଗୁଁ ରୋଗୀମାନେ କେବଳ ଝାଡାରେ ରକ୍ତ ସମସ୍ୟା ଓ ପ୍ରବଳ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ, ବରଂ ପୀଡିତଙ୍କୁ ବସିବା କିମ୍ବା ଶୋଇବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ । ଏପରି ପରିସ୍ଥିତିରେ ଔଷଧ ବ୍ୟତୀତ ଏଥିରୁ ମୁକ୍ତି ପାଇବା ପାଇଁ ସଠିକ୍ ଖାଦ୍ୟ ଓ ନିତ୍ୟକର୍ମକୁ ଠିକ୍ ଭାବେ କରିବା ଅତ୍ୟନ୍ତ ଜରୁରୀ ଅଟେ । ଯାହା ଫଳରେ ଏହା ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାରୁ ରକ୍ଷା ପାଇପାରିବେ । ଏହା ସହିତ, ଆପଣଙ୍କୁ ମଧ୍ୟ କିଛି ଜିନିଷରୁ ଦୂରେଇ ରହିବାକୁ ପଡିବ ଯାହା ଦ୍ୱାରା ଏହି ସମସ୍ୟା ଆଗକୁ ବଢିବ ନାହିଁ । ଯଦି ଆପଣଙ୍କର ପାଇଲ୍ସ ସମସ୍ୟା ଅଛି ତେବେ ଜାଣନ୍ତୁ କେଉଁ ଜିନିଷକୁ ଆପଣ ନ ଖାଇବା ଉଚିତ୍ ।

ତେଲ ଓ ମସଲାଯୁକ୍ତ ଖାଦ୍ୟ
ଅତ୍ୟଧିକ ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟ ପାଇଲ୍ସ ରୋଗୀଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଏପରି ଖାଦ୍ୟରୁ ଦୂରେଇ ରହିବା ପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦିଅନ୍ତି । ଯଦି ଆପଣ ପାଇଲ୍ସ ସମସ୍ୟାରେ ପୀଡ଼ିତ ତେବେ ମସଲାଯୁକ୍ତ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ସମସ୍ୟାକୁ ଆହୁରି ବଢ଼ାଇପାରେ ।

ଲଙ୍କା
ପାଇଲ୍ସରେ ପୀଡିତ ବ୍ୟକ୍ତି କଞ୍ଚା ଲଙ୍କା ହେଉ କିମ୍ବା ଲଙ୍କା ଗୁଣ୍ଡ, କିଛିବି ଖାଇବା ଉଚିତ୍ ନୁହେଁ । ଏହାର କାରଣ ହେଉଛି ଏହାର ବ୍ୟବହାରରେ ଯନ୍ତ୍ରଣା ଏବଂ ଜଳିବା ସମସ୍ୟାକୁ ବଢ଼ାଇପାରେ ।

ମାଂସ, ମାଛ ଓ ଅଣ୍ଡା ଠାରୁ ଦୂରେଇ ରୁହନ୍ତୁ 
ପାଇଲ୍ସ ରୋଗୀମାନେ ମାଂସ, ମାଛ ଏବଂ ଅଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହି ଜିନିଷ ଗରମ ଏବଂ ସେଗୁଡିକ ହଜମ କରିବା ମଧ୍ୟ ଟିକେ କଷ୍ଟକର । ତେଣୁ ଆପଣ ଏହି ଜିନିଷଠାରୁ ଦୂରରେ ରହିବା ଭଲ ।

ବିଟ୍, ବାଦାମ, ଗୁଟଖା, ସିଗାରେଟ୍ ଓ ପାନ୍ ମସାଲା ଖାଇବା ଠାରୁ ଦୂରେଇ ରୁହନ୍ତୁ 
ଏହି ଜିନିଷ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହାକୁ ଖାଇବା ଦ୍ୱାରା କର୍କଟ ରୋଗ ହୋଇପାରେ । ଏହାସହ, ଏହା ପାଇଲ୍ସ ରୋଗୀଙ୍କ ଯନ୍ତ୍ରଣାକୁ ବଢ଼ାଇପାରେ । ତେଣୁ ଏହି ସବୁ ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଖାଆନ୍ତୁ ନାହିଁ ରାଜମା, ମସୁର ଡାଲି ଓ ବିନ୍ସ 
ପାଇଲ୍ସ ରୋଗୀଙ୍କ ପାଇଁ ଏହି ଜିନିଷଗୁଡ଼ିକର ବ୍ୟବହାର ମଧ୍ୟ ବିପଜ୍ଜନକ ଅଟେ । ତେଣୁ, ଯଦି ଆପଣ ପାଇଲ୍ସ ଦ୍ୱାରା ପୀଡିତ, ତେବେ ଏହି ଜିନିଷଗୁଡ଼ିକଠାରୁ ଦୂରରେ ରୁହନ୍ତୁ ।

ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ
ପାଇଲ୍ସ ରୋଗୀମାନେ ବାହାର ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ, କାରଣ ବାହର ଖାଦ୍ୟରେ ଲୁଣ ଏବଂ ଲଙ୍କାର ବ୍ୟବହାର ଅଧିକ କରାଯାଏ । ତେଣୁ ଯଦି ଆପଣ ଘରେ ରନ୍ଧା ଖାଦ୍ୟ ଖାଆନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ରହିବ ।

ଘିଅ
ବାସ୍ତବରେ, ଘିଅ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ବେଳେବେଳେ ଏହାର ବ୍ୟବହାର ପାଇଲ୍ସ ରୋଗୀଙ୍କ ସମସ୍ୟାକୁ ବଢ଼ାଇପାରେ ।

(ପ୍ରତ୍ୟାଖ୍ୟାନ: ଆୟୁର୍ବେଦିକ ପ୍ରେସକ୍ରିପସନ୍ ଆଧାରରେ ଏହି ସୂଚନା ଲେଖାଯାଇଛି । ଜୀ ଓଡ଼ିଶା ଏହାର ସତ୍ୟତାକୁ ନିଶ୍ଚିତ କରେ ନାହିଁ । ଏଗୁଡିକ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)