Friday Remedies: ବିବାହରେ ହେଉଛି କି ବିଳମ୍ବ ? ଶୁକ୍ରବାର ଦିନ କରନ୍ତୁ ଏହି ସବୁ ଉପାୟ...
Advertisement
Article Detail0/zeeodisha/odisha1850035

Friday Remedies: ବିବାହରେ ହେଉଛି କି ବିଳମ୍ବ ? ଶୁକ୍ରବାର ଦିନ କରନ୍ତୁ ଏହି ସବୁ ଉପାୟ...

Friday Remedies: ସପ୍ତାହର ପ୍ରତ୍ୟକ ଦିନ ପ୍ରତ୍ୟକ ଦେବାଦେବୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ସେହିଭଳି ଅଧିକାଂଶ ଲୋକେ ଗୁରୁବାର ଦିନ ମାଆ ଲକ୍ଷ୍ମୀଙ୍କୁ (maa lakshmi) ପୂଜା କରୁଥିଲେ ମଧ୍ୟ ଶୁକ୍ରବାର(Friday)ମଧ୍ୟ ଏହି ଦେବୀଙ୍କୁ ପୂଜା କରାଯାଏ । ଯଦି ଆପଣ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀଙ୍କୁ (Friday Remedies) ପୂଜା କରନ୍ତି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Friday Remedies: ସପ୍ତାହର ପ୍ରତ୍ୟକ ଦିନ ପ୍ରତ୍ୟକ ଦେବାଦେବୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ସେହିଭଳି ଅଧିକାଂଶ ଲୋକେ ଗୁରୁବାର ଦିନ ମାଆ ଲକ୍ଷ୍ମୀଙ୍କୁ (maa lakshmi) ପୂଜା କରୁଥିଲେ ମଧ୍ୟ ଶୁକ୍ରବାର(Friday)ମଧ୍ୟ ଏହି ଦେବୀଙ୍କୁ ପୂଜା କରାଯାଏ । ଯଦି ଆପଣ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀଙ୍କୁ (Friday Remedies) ପୂଜା କରନ୍ତି। ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା କେବେ ରହିବ ନାହିଁ ।  ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଲାଗି ରହିଛି । କିମ୍ବା ବ୍ୟବସାୟରେ କ୍ଷତିର ସମ୍ମୁଖିନ ହେଉଛନ୍ତି । ତେବେ, ଶୁକ୍ରବାର ଦିନ ଏହି ସବୁ ଉପାୟ କରିବା ଦ୍ବାରା ଘରେ କେବେବି ଧନର ଅଭାବ ରୁହେ ନାହିଁ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଧନର ବର୍ଷା କରନ୍ତି ମାଆ ଲକ୍ଷ୍ମୀ। ...

Also Read: Horoscope Today: ଦୂର ଯାତ୍ରା ବେଳେ ସାବଧାନ୍ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ?

ଶୁକ୍ରବାର କରନ୍ତୁ ଏହି ସବୁ ଉପାୟ:

-ଯଦି ଆପଣଙ୍କ ବୈବାହିକ ଜୀବନ ଅଶାନ୍ତିରେ ବିତୁଛି । ତେବେ, ଆପଣ ଶୁକ୍ରବାର ଦିନ ଲକ୍ଷ୍ମୀ ମାତାଙ୍କ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରନ୍ତୁ ।  ଏବଂ ଭୋଗ ସ୍ବରୂପ କିଛି କଦଳୀ ମାଆଙ୍କୁ ଚଢାନ୍ତୁ। ଏବଂ କିଛି ଅସହାୟ ଲୋକଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ। 

-ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି । ତେବେ,ଶୁକ୍ରବାର ଦିନ  ସୂର୍ଯ୍ୟ ଭଗବାନଙ୍କ ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଉଚିତ୍ । ସୂର୍ଯ୍ୟ ଭଗବାନଙ୍କ ମନ୍ତ୍ର -ଓମ୍ ଘ୍ରିନ୍- ସୂର୍ଯ୍ୟୟା ନମଃ । ଏହି ମନ୍ତ୍ର ଜପ କରନ୍ତୁ । ଯାହା ଆପଣଙ୍କୁ ଆରୋଗ୍ୟ ରଖିବା ସହ ଦିର୍ଘାୟୁ ମଧ୍ୟ କରିବ। 

-ଯଦି ଆପଣଙ୍କ ଶତ୍ରୃମାନେ ଆପଣଙ୍କ ପଛରେ ଲାଗିଛନ୍ତି । ଏବଂ ଆପଣଙ୍କୁ ବିଭିନ୍ନ ସମସ୍ୟାରେ ପକାଉଛନ୍ତି ଏବଂ କାମ ବିଗାଡୁଛନ୍ତି । ତେବେ, ଆପଣ ଶୁକ୍ରବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ସ୍ନାନ ପରେ  ନାଲି ଫୁଲ ସହ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ଶତ୍ରୃ ଆପଣଙ୍କୁ କୌଣସି କାମକୁ ବିଗାଡି଼ ପାରିବେ ନାହିଁ। 

- ଯଦି ଆପଣଙ୍କର ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି । ତେବେ, ଆପଣ ଶୁକ୍ରବାର ଦିନ ସୂର୍ଯ୍ୟ ଦେବଙ୍କୁ ପ୍ରାତଃ ସମୟରେ ଜଳ ଅର୍ପଣ କରିବା ସହ  ଓମ୍ ହ୍ରାନ୍ ହରିନ୍ ହ୍ରୋନ୍ ସୂର୍ଯ୍ୟୟା ନମଃ ମନ୍ତ୍ର ଜପନ୍ତୁ। ଦେଖିବେ ଆପଣଙ୍କ ସମସ୍ୟା କିଛି ଦିନ ମଧ୍ୟରେ ଦୂର ହୋଇଯିବ।

-ଯଦି ଆପଣଙ୍କ କଷ୍ଟ ଉପାର୍ଜିତ ଧନ ଆପଣଙ୍କ ପାଖରେ ରହୁ ନାହିଁ। ତେବେ, ଆପଣ ଶୁକ୍ରବାର ଦିନ ସଂନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କୁ ୪ରୁ ୫ଟି ଗୁଜୁରାତି ଭୋଗ ଚଢାନ୍ତୁ । ଗୁଜୁରାତି ମାଆ ଲକ୍ଷ୍ମୀଙ୍କ ପ୍ରିୟ ଭୋଗ ବୋଲି ବିବେଚନା କରାଯାଏ।  ଏହି ଭୋଗ ମାତା ଲକ୍ଷ୍ମୀଙ୍କୁ ଚଢାଇବା ପରେ ସେହି ଗୁଜୁରାତିକୁ  ଆପଣ ନିଜ ପର୍ସରେ ରଖନ୍ତୁ। ଦେଖିବେ, ଆପଣଙ୍କ ପକେଟରେ ସବୁବେଳେ ଟଙ୍କା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହେବ। ଏପରିକି, ଏ-ହି ସରଳ ଉପାୟ କରିବା ଦ୍ବାରା ଆପଣଙ୍କ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। 

-ଯଦି ବିବାହରେ ବିଳମ୍ବ ହେଉଛି, ତେବେ ଶୁକ୍ରବାର ସକାଳେ ଗାଧୋଇବା ପରେ ଶିବଲିଙ୍ଗ (Shivling Pujan)ଉପରେ ପାଣି ଚଢାନ୍ତୁ। ଏବଂ ୫ ପ୍ରକାରର ମିଠା ସହି ଗୁଜୁରାତି ମଧ୍ୟ ଭୋଗ ଲଗାନ୍ତୁ । ଏବଂ ଗୁଆ ଘିଅର ଏକ ଦୀପ ଜାଳିବା ସହ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆରତୀ କରନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ଆପଣଙ୍କର ବିବାହରେ ବିଳମ୍ବ ପରି ସମସ୍ୟା ଦୂର ହେବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)