Health Tips : ବୟସ ଲୁଚାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏସବୁ ଉପାୟ
Advertisement

Health Tips : ବୟସ ଲୁଚାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏସବୁ ଉପାୟ

Health Tips : ମଣିଷର ବିଭିନ୍ନ ଅବସ୍ଥା ମଧ୍ୟରୁ ବାର୍ଦ୍ଧକ୍ୟ ହେଉଛି ଅନ୍ୟତମ। ହେଲେ ଏହି ଅବସ୍ଥାରୁ ଦୂରେଇ ରହିବାକୁ ହେଲେ ଆପଣଙ୍କୁ କିଛି ଉପାୟ ଅବଲମ୍ବନ କରିବାକୁ ହେବ। ଚାଲିବା ହେଉଛି ସର୍ବୋତ୍ତମ ଉପାୟ।

ସୌଜନ୍ୟ : ସୋସିଆଲ ମିଡିଆ

Health Tips : ମଣିଷର ବିଭିନ୍ନ ଅବସ୍ଥା ମଧ୍ୟରୁ ବାର୍ଦ୍ଧକ୍ୟ ହେଉଛି ଅନ୍ୟତମ। ହେଲେ ଏହି ଅବସ୍ଥାରୁ ଦୂରେଇ ରହିବାକୁ ହେଲେ ଆପଣଙ୍କୁ କିଛି ଉପାୟ ଅବଲମ୍ବନ କରିବାକୁ ହେବ। ଚାଲିବା ହେଉଛି ସର୍ବୋତ୍ତମ ଉପାୟ। ପ୍ରତିଦିନ କିଛି ବାଟ ଚାଲିବା ମଧ୍ୟ ଏକ ପ୍ରକାର ବ୍ୟାୟାମ । ଯାହା ଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଆପଣଙ୍କ ଠାରେ ବାର୍ଦ୍ଧକ୍ୟ ଦୂରରେ ରହିବେ। ପ୍ରତ୍ୟକ ଦିନ କିଛି ବାଟ ଆପଣ ଚାଲନ୍ତୁ । ଚାଲିବା ଦ୍ବାରା ବଡିରେ ଥିବା କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ।  ଧୀରେ ଧୀରେ ଚାଲିବାର ସମୟ ସୀମାକୁ ବଢାନ୍ତୁ । ଅଧିକାଂଶ ଲୋକଙ୍କ ପାଇଁ ଚାଲିବା ଏକ ସହଜ କାର୍ଯ୍ୟ । ଚାଲିବା ସହିତ କିଛି ଭାରି ଓଜନର ସାମଗ୍ରୀ ମଧ୍ୟ ଉଠାଇପାରିବେ। ଯାହା ଶରୀରର ପାଇଁ ବେଶ ହିତକର ।  ସେହପରି ଶରୀରକୁ ଅଧିକ ଫିଟ୍ ରଖିବା ପାଇଁ ଚାହୁଁଥିଲେ ଆପଣ ଲିଫ୍ଚରେ ନ ଯାଇ  ସିଡିରେ ଯିବା ଆସିବା କରନ୍ତୁ । 

ତେବେ ଚାଲିବା ଦେହ ପାଇଁ ବହୁତ ଆବଶ୍ୟକ ହୋଇଥିବା ବେଳେ ଏହା ମନୁଷ୍ୟ ଶରୀରରେ ହେଉଥିବା ବଡ଼ ବଡ଼ ରୋଗର ନିରାକରଣ ମଧ୍ୟ କରିଥାଏ । ଅଷ୍ଟ୍ରେଲିଆର ୟୁନିଭରସିଟି ଅଫ୍‌ ସିଡ୍‌ନୀ ଏବଂ ୟୁନିଭରସିଟି ଅଫ୍‌ ଦକ୍ଷୀଣ ଡେନ୍‌ମାର୍କର ମିଳିତ ଚାଲିବାକୁ ନେଇ ଅଧ୍ୟୟନ କରିଛନ୍ତି । ଏହାର ତଥ୍ୟ ଅନୁସାରେ ପ୍ରତ୍ୟେକ ଦିନ ୧୦ ହଜାର ଷ୍ଟେପ୍‌ ଚାଲିବା ଦ୍ୱାରା ହୃଦ୍‌ ରୋଗ, କ୍ୟାନ୍ସର, ଡିମେନ୍ସିଆ ଏବଂ ମୃତ୍ୟୁ ହେବାର ସମ୍ଭାବନାକୁ କମାଇ ଥାଏ । ଯଲ୍‌ଦି ଯଲ୍‌ଦି ଚାଲିବା ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ । ପ୍ରତ୍ୟେକ ୨ ହଜାର ଷ୍ଟେପ୍‌ ଅକାଳ ମୃତ୍ୟୁ ହେବାର ଆଶଙ୍କାକୁ ୮ ରୁ ୧୧ ପ୍ରତିଶତକୁ ହ୍ରାସ କରିଦେଇଥାଏ । ଦିନକୁ ପ୍ରାୟ ୧୦ ହଜାର ଷ୍ଟେପ୍ ପର୍ଯ୍ୟନ୍ତ ଚାଲିବା ଦେହ ପାଇଁ ଭଲ ହୋଇଥାଏ । ହୃଦ୍‌ରୋଗ ଏବଂ କର୍କଟ ରୋଗ ଆଦିକୁ ଏହା କମ୍‌ କରାଇଥାଏ । ଦୈନିକ ଅଧିକ ସଂଖ୍ୟକ ଷ୍ଟେପ୍‌ ଡିମେନ୍ସିଆର ବିପଦକୁ କମ୍‌ କରାଇଥାଏ । 

ଏହାବି ପଢନ୍ତୁ : Health Tips : ପିରିୟଡ୍ ସମୟରେ ହେଉଛି କି ଶରୀର ପିଡା , ଆପଣାନ୍ତୁ ଏସବୁ ଖାଦ୍ୟ, ମିଳିବ ବଡ ଫାଇଦା

ଏଥି ସହିତ ୯,୮୦୦ ଷ୍ଟେପ୍ ଡିମେନ୍ସିଆ ୫୦ ପ୍ରତିଶତ ହ୍ରାସ କରାଇଦେଇଥାଏ । ଦିନକୁ ୩, ୮୦୦ ଷ୍ଟେପ୍‌ ଚାଲିବା ଦ୍ୱାରା ଏହା ୨୫ ପ୍ରତିଶତ ପର୍ଯ୍ୟନ୍ତ ରୋଗ ହ୍ରାସ କରିଥାଏ । ଏହି ଅଧ୍ୟୟନ ଲଣ୍ଡନର ବାୟୋବ୍ୟାଙ୍କ ସହିତ ଜଡ଼ିତ । ଏଥିରେ ୪୦ରୁ ୭୯ ବର୍ଷ ବୟସର ୭୮,୫୦୦ ଲୋକଙ୍କୁ ନିଆଯାଇଥିଲା । ୭ ବର୍ଷ ଧରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଧ୍ୟୟନ କରାଯାଇଥିଲା । ଅଂଶଗ୍ରହଣକାରୀ ମାନେ ହାତରେ ଏକ ଅକ୍ସିଲେରୋମିଟର ୭ ଦିନ ପାଇଁ ଲଗାଇଥିଲେ । ଯାହାକି ସେମାନଙ୍କ ଶାରୀରିକ କାର୍ଯ୍ୟ କଳାପକୁ ମାପିବାରେ ସାହାଯ୍ୟ କରିଥିଲା ।  

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)