Healthy Heart :ସୁସ୍ଥ ହୃଦୟ ପାଇଁ ଆପଣାନ୍ତୁ ଏହି ୫ ଉପାୟ , ହେବନି ହୃଦଘାତ !
Advertisement
Article Detail0/zeeodisha/odisha1377022

Healthy Heart :ସୁସ୍ଥ ହୃଦୟ ପାଇଁ ଆପଣାନ୍ତୁ ଏହି ୫ ଉପାୟ , ହେବନି ହୃଦଘାତ !

Health News: ଆଜିକାଲି ଅଧିକାଂଶ ଲୋକ ହୃଦଘାତ ବା ହାର୍ଟ ଆଟାକ୍  (Heart attack )ରେ ମୃତ୍ୟୁ ବରଣ କରୁଛନ୍ତି । ଏ ସମସ୍ୟା ଏବେ ଜଟିଳ ହେବାରେ ଲାଗିଛି। ଏଥିପାଇଁ ଆମ ଜୀବନଶୈଳୀ ଓ ଖାଦ୍ୟପେୟ ହିଁ ମୁଖ୍ୟକାରଣ । 

ସୌଜନ୍ୟ -ସୋସିଆଲ ମିଡିଆ

Health News: ଆଜିକାଲି ଅଧିକାଂଶ ଲୋକ ହୃଦଘାତ ବା ହାର୍ଟ ଆଟାକ୍  (Heart attack )ରେ ମୃତ୍ୟୁ ବରଣ କରୁଛନ୍ତି । ଏ ସମସ୍ୟା ଏବେ ଜଟିଳ ହେବାରେ ଲାଗିଛି। ଏଥିପାଇଁ ଆମ ଜୀବନଶୈଳୀ ଓ ଖାଦ୍ୟପେୟ ହିଁ ମୁଖ୍ୟକାରଣ । ଯଦି ଆମେ ଜୀବନ ଶୈଳୀରେ ସୁଧାର ଆଣିବା ସହ ଉତ୍ତମ ଖାଦ୍ୟ ଖାଇବା ତେବେ ହୃଦଘାତରୁ ରକ୍ଷା ପାଇପାରିବା। ଯାହା ଆମ ହାତ ପାହାନ୍ତାରେ ରହିଛି । ତେବେ, ଆସନ୍ତୁ ଜାଣିବା କିପରି ହାର୍ଟକୁ ସୁସ୍ଥ ରଖିବା ସହ ନିଜେ ଫିଟ୍ ରହିବା। ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଘରେ ରନ୍ଧା ଯାଉଥିବା ଖାଦ୍ୟ ଖାଆନ୍ତୁ । ଯାହା ସୁସ୍ଥ ହୃଦୟ ପାଇଁ ବେଶ ଉପଯୋଗୀ । ଯଦି ସମ୍ଭବ ଆପଣ ପାରମ୍ପାରିକ ଉପାୟରେ ରନ୍ଧା ଯାଇଥିବା ଖାଦ୍ୟ ଖାଆନ୍ତୁ । ଏହା ସହ ପ୍ରତିଦିନ ଆପଣ ଘିଅ,ଡାଲି ଜାତୀୟ ଖାଦ୍ୟ,ଶଷ୍ୟ , ଫଳ ଓ ପନିପରିବା ପ୍ରଚୁର ପରିମାଣରେ ଖାଆନ୍ତୁ । ଯାହା ସୁସ୍ଥ ହୃଦୟ ପାଇଁ ଆବଶ୍ୟକ । ସ୍ବାସ୍ଥ୍ୟବିଶେଷଜ୍ଞଙ୍କ କହିବା ଅନୁଯାୟୀ, ତେଲମସଲା ଯୁକ୍ତଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ୍।

ଏହାସହ ଖାଦ୍ୟ ରନ୍ଧା ସମୟରେ ଘିଅ କିମ୍ବା କୋଲ୍ଡ ପ୍ରେସଡ୍ ଅଏଲ୍ (cold pressed oil ) ବ୍ୟବହାର କରି ପାରିବେ । ଯାହା ସୁସ୍ଥ ହାର୍ଟ ପାଇଁ ଆବଶ୍ୟକ । "ଯଦି ଆପଣ ଭାବୁଛନ୍ତି ଯେ, ସୋମଶା,ପୁରୀ ଭଳି ଖାଦ୍ୟ ଖାଇଲେ ସ୍ବାସ୍ଥ୍ୟପକ୍ଷେ ହାନିକାର , ତେବେ ତାହା ଭୁଲ । ଆପଣ ଅଧିକ ପରିମାଣରେ ଏହି ଖାଦ୍ୟ ଖାଇପାରିବା କାରଣ, ପେଟପୁରା ଖାଦ୍ୟ ଆମ ଶରୀରକୁ ପୁଷ୍ଟି ଯୋଗାଇଥାଏ "। ଯଦି ଆପଣ ସୁସ୍ଥ ହୃଦୟ ଚାହୁଁଛନ୍ତି, ତେବେ ଧୂମ୍ରପାନ ଓ ନିଶାଦ୍ରବ୍ୟ ସେବନ ଠାରୁ ଦୂରେଇ ରୁହନ୍ତୁ । ଧୂମ୍ରପାନ ଓ ନିଶାଦ୍ରବ୍ୟ କେବଳ ହୃଦଘାତକୁ ଡାକି ଆଣେ ନାହିଁ ବରଂ ଏହା କ୍ୟାନସର ଓ  ଗଣ୍ଠି ଯନ୍ତ୍ରଣା ଓ ବ୍ରେନ ସମସ୍ୟାର ମଧ୍ୟ ମୁଖ୍ୟ କାରଣ ହୋଇଥାଏ । ଧୂମ୍ରପାନ ଯୋଗୁଁ  ପ୍ରାୟ ୭୦ ପ୍ରତିଶତ ଲୋକେ କ୍ୟାନସରେ ପୀଡିତ ହେଉଥିବାର ନଜିର ରହିଛି । ତେଣୁ ଯେତେ ସମ୍ଭବ ଆପଣ ଏସମସ୍ତ କୁଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ ।  ବ୍ୟାୟାମ ସୁସ୍ଥ ଶରୀର ପାଇଁ ଏକାନ୍ତ ଆବଶ୍ୟକ ।  ଆପଣଙ୍କ ହୃଦୟ ପାଇଁ ସର୍ବୋତ୍ତମ ଔଷଧ ବୋଲି କୁହାଯାଇପାରିବ । ପ୍ରତିଦିନ କିଛିବାଟ ଚାଲିବା, ସୁଇମିଙ୍ଗ କରିବା ବ୍ୟତୀତ ଷ୍ଟ୍ରେଚିଂ କରିବା ମଧ୍ୟ ଜରୁରୀ । ଏହା କୋଲେଷ୍ଟ୍ରଲ୍କୁ ନିୟନ୍ତ୍ରଣ କରିବା ସହ ରକ୍ତଚାପ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର କରିବାରେ ବେଶ ସହାୟକ ହୋଇଥାଏ ।

 ଏହାବି ପଢନ୍ତୁ : Health News : Adenosine Therapyରେ ଭଲ ହେବ ଏସବୁ ରୋଗ, ୩ ମାସରେ ହେବେ ସମ୍ପୁର୍ଣ୍ଣ ସୁସ୍ଥ, ଜାଣନ୍ତୁ କେମିତି ?

ସେହିପରି ପ୍ୟାକେଟ ଖାଦ୍ୟ ଓ ପ୍ରଦୂଷଣ ଠାରୁ ମଧ୍ୟ ନିଜକୁ ଦୂରେଇ ରଖନ୍ତୁ । ପରିବେଶ ପ୍ରଦୂଷଣ ପାଇଁ ଶ୍ବାସ ଜନିତ ରୋଗ ଠାରୁ ଆରମ୍ଭ କରି ହୃଦରୋଗ ଭଳି ମାରାତ୍ମକ ରୋଗ ମଣିଷକୁ ମୃତ୍ୟୁ ମୁଖକୁ ଡାକିନିଏ । ଯେହେତୁ ଆମେ କ୍ରମାଗତ ଭାବରେ ପ୍ରଦୂଷିତ ବାୟୁକୁ ନିଶ୍ୱାସରେ ନେଉଛୁ, ଆମ ଶରୀରରେ ଅନେକ ମେଟାବୋଲିକ୍ ପ୍ରକ୍ରିୟା ଉତ୍ତମ ଭାବରେ କାମ କରେ ନାହିଁ । ଫଳରେ ଆମର ହୃଦୟ, ଫୁସଫୁସ, କିଡନୀ, ମସ୍ତିଷ୍କ, ଯକୃତ ଓ ହାଡ ଉପରେ ପ୍ରଭାବ ପକାଇଥାଏ ।  ଆପଣ ଯେତେ ଅଧିକ ଖାଆନ୍ତୁ , କିନ୍ତୁ ପ୍ୟାକେଟ ଖାଦ୍ୟ ଓ ଫାଷ୍ଟଫୁଡ ଖାଦ୍ୟ ଯେଭଳି ମୋମୋ, ପିଜା ଓ ବର୍ଗର ଭଳି ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।  ଏ ଖାଦ୍ୟ ଖାଇଲେ ହୃଦଘାତର ଭୟ ଅଧିକ ଥାଏ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)