ସତରେ କ'ଣ ପ୍ରଥମ ଦେଖାରେ ପ୍ରେମ ହୁଏ? ଗବେଷଣାରୁ ମିଳିଲା ଏଭଳି ତଥ୍ୟ
Advertisement
Article Detail0/zeeodisha/odisha1216042

ସତରେ କ'ଣ ପ୍ରଥମ ଦେଖାରେ ପ୍ରେମ ହୁଏ? ଗବେଷଣାରୁ ମିଳିଲା ଏଭଳି ତଥ୍ୟ

ନ୍ୟୁୟର୍କର ହାମିଲଟନ୍ କଲେଜର ମନସ୍ତତ୍ୱବିତ୍ ବା ସାଇକୋଲୋଜିଷ୍ଟମାନେ ପ୍ରେମ ଉପରେ ଏକ ଗବେଷଣା କରିଛନ୍ତି । ସାଇକୋଲୋଜିଷ୍ଟମାନେ ଏକ ଟିମ୍ ଗଠନ କରିଥିଲେ। ଏହି ସମୟରେ କିଶୋର ଏବଂ କିଶୋରୀଙ୍କୁ ପରସ୍ପରର ଫୋଟୋ ଦେଖାଯାଇଥିଲା । 

ଡିଜାଇନ୍ ଫଟୋ

First sight love : କୁହାଯାଏ ପ୍ରଥମ ଦେଖାରେ କୁଆଡ଼େ ପ୍ରେମ ହୋଇଯାଏ । ଏହି କଥାକୁ ନେଇ ଅନେକ ଗୀତ, କବିତା, ଗଳ୍ପ ଓ ଉପନ୍ୟାସ ମଧ୍ୟ ଲେଖା ହୋଇଛି । କିନ୍ତୁ ଏହାର କୌଣସି ତର୍କ ନଥିବା ବେଳେ, କୌଣସି ସତ୍ୟତା ମଧ୍ୟ କାହାକୁ ବି ଜଣା ନାହିଁ । କିନ୍ତୁ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ, ପ୍ରଥମ ଦେଖାରେ ନୁହେଁ ୪ର୍ଥ ଦେଖାରେ ପ୍ରେମ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣା ପଡ଼ିଛି ।

ପ୍ରଥମ ଦେଖାରେ ପ୍ରେମ ହୁଏ ନାହିଁ

ଗବେଷଣା ଅନୁଯାୟୀ, ପ୍ରେମ ପ୍ରଥମ ଦେଖାରେ ହୁଏ ନାହିଁ । ଦୁଇ ଜଣଙ୍କୁ ପ୍ରେମରେ ପଡ଼ିବାକୁ ହେଲେ ସେମାନଙ୍କୁ ଅତ୍ୟନ୍ତ ୪ ଥର ସାକ୍ଷାତ କରିବାକୁ ପଡିବ। ଏହି ଗବେଷଣା, ପ୍ରେମ ପ୍ରଥମ ଦେଖାରେ ପ୍ରେମ ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ଏହା କେବଳ ଏକ ମିଥ୍ୟା ଓ କାଳ୍ପନିକ ବୋଲି ଗବେଷକମାନେ କହିଛନ୍ତି ।

ଗବେଷକମାନଙ୍କର ନିଆରା ଦାବି

ନ୍ୟୁୟର୍କର ହାମିଲଟନ୍ କଲେଜର ମନସ୍ତତ୍ୱବିତ୍ ବା ସାଇକୋଲୋଜିଷ୍ଟମାନେ ପ୍ରେମ ଉପରେ ଏକ ଗବେଷଣା କରିଛନ୍ତି । ସାଇକୋଲୋଜିଷ୍ଟମାନେ ଏକ ଟିମ୍ ଗଠନ କରିଥିଲେ। ଏହି ସମୟରେ କିଶୋର ଏବଂ କିଶୋରୀଙ୍କୁ ପରସ୍ପରର ଫୋଟୋ ଦେଖାଯାଇଥିଲା । ଗବେଷାକାରୀ ଦଳ ସେମାନଙ୍କର ମସ୍ତିଷ୍କର ଗତିବିଧିକୁ ଅନୁଧ୍ୟାନ କରିଥିଲେ। ଯାହା ସେମାନଙ୍କ ମନରେ ବିଭିନ୍ନ ଚିତ୍ର ପ୍ରତି ସେମାନଙ୍କର ଆକର୍ଷଣର ବିଚାର କରିପାରିବ ।

Also Read: Weather Update : IMDର ପୂର୍ବାନୁମାନରେ ପରିବର୍ତ୍ତନ, ଏହି ସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଅନୁସନ୍ଧାନରୁ ସାମ୍ନାକୁ ଆସିଲା ସତ

ଗବେଷଣାରୁ ସାଇକୋଲୋଜିଷ୍ଟମାନେ ଜାଣିବାକୁ ପାଇଲେ ଯେ, ଫୋଟୋଗୁଡ଼ିକ ପ୍ରଥମ ଥର ଦେଖାଯିବା ପରେ ମନିଟରରେ ସାମାନ୍ୟ ଗତି ଘଟିଛି । ଦ୍ୱିତୀୟ ଥର ଚିତ୍ରଗୁଡ଼ିକ ଦେଖାଯିବା ପରେ, ଆକର୍ଷଣର ମୂଲ୍ୟାୟନ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଲା । ତୃତୀୟ ଥର ପାଇଁ ଚିତ୍ର ଦେଖାଯିବାବେଳେ ମୂଲ୍ୟାୟନ ଅଧିକ ଥିଲା । ଶେଷରେ ଗବେଷକମାନେ ଜାଣିବାକୁ ପାଇଲେ ଯେ, ଚତୁର୍ଥ ଥର ପାଇଁ ଚିତ୍ର ଦେଖାଯିବା ପରେ ଉତ୍ସାହ ଏବଂ ଆନନ୍ଦ ପାଇଁ କାର୍ଯ୍ୟକରୁଥିବା ମସ୍ତିଷ୍କର ଅଂଶ ସକ୍ରିୟ ହୋଇଯାଇଥିଲା ।

ଏପରି ପରିସ୍ଥିତିରେ, ଯଦି କେହି ଆପଣଙ୍କୁ ବର୍ତ୍ତମାନ କୁହନ୍ତି ଯେ, ପ୍ରଥମ ଦେଖାରେ ପ୍ରେମ ହୋଇଥାଏ । ତେବେ ନିଶ୍ଚିତ ଭାବରେ ତାଙ୍କୁ ଏହି ସତ୍ୟ ବିଷୟରେ ସେମାନଙ୍କୁ ଅବଗତ କରାନ୍ତୁ । ନିକଟରେ ବିହାରର ଜଣେ ପ୍ରସିଦ୍ଧ ଶିକ୍ଷାବିତ ଦାବି କରିଥିଲେ ଯେ ୭ ସେକେଣ୍ଡ ପର୍ଯ୍ୟନ୍ତ ଜଣକୁ ଦେଖିଲେ ପ୍ରେମ ହୋଇଯାଏ । କୌଣସି ଏକ ଗବେଷଣାର ତଥ୍ୟ ଅନୁସାରେ ସେ ଏହି ଦାବି କରିଥିଲେ, କିନ୍ତୁ ହାମିଲଟନ୍ କଲେଜର ଗବେଷଣା ଶିକ୍ଷାବିତଙ୍କ ଦାବିକୁ ଖାରଜ କରୁଛି।