Health Tips : ଖାଲି ପେଟରେ ଏହି ସବୁ ଫଳ ଖାଇବା ବିଷ ସମାନ, ଶୀଘ୍ର ବଦଳାନ୍ତୁ ପୁରୁଣା ଅଭ୍ୟାସ
Advertisement

Health Tips : ଖାଲି ପେଟରେ ଏହି ସବୁ ଫଳ ଖାଇବା ବିଷ ସମାନ, ଶୀଘ୍ର ବଦଳାନ୍ତୁ ପୁରୁଣା ଅଭ୍ୟାସ

ସକାଳେ ଖାଲି ପେଟରେ (empty stomach) ଫଳ ଖାଇବା ଦ୍ୱାରା ସାରାଦିନ ଶରୀରରେ ଶକ୍ତି ମହଜୁଦ ହୋଇଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । 

ପ୍ରତିକାତ୍ମକ ଫଟୋ

ଫଳ (Fruits) ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଫଳ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ହୋଇଥିବାରୁ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସକାଳେ ଖାଲି ପେଟରେ (empty stomach) ଫଳ ଖାଇବା ଦ୍ୱାରା ସାରାଦିନ ଶରୀରରେ ଶକ୍ତି ମହଜୁଦ ହୋଇଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ଫଳ ଅଛି, ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ । 

ଯଦି ଆପଣ ସକାଳେ ଖାଲି ପେଟରେ ଫଳ ଖାଉଛନ୍ତି, ତେବେ ଏକଥା ଜାଣିବା ଜରୁରୀ ଯେ କେଉଁ ଫଳ ଗୁଡ଼ିକୁ ସକାଳ ଖାଲି ପେଟରେ ଖାଇବା ଉଚିତ ନୁହେଁ । ଆସନ୍ତୁ ଜାଣିବା ସକାଳେ ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ ଏବଂ କେଉଁ ଫଳ ଖାଇବା ଉଚିତ ନୁହେଁ ।

ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଫଳ

ଅମୃତଭଣ୍ଡା (Carica) - ଏହା ଏପରି ଏକ ଫଳ ଯାହାକୁ ଆପଣ ସକାଳେ ଖାଲି ପେଟରେ ଖାଇଲେ ଶରୀର ପାଇଁ ଅଧିକ ଲାଭ ଦେଇଥାଏ ।  ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ଦ୍ୱାରା ଡିହାଇଡ୍ରେସନ ସମସ୍ୟା ଦୂର ହେବା ସହ ଶରୀରକୁ ଶକ୍ତି ମିଳିଥାଏ । ଅମୃତଭଣ୍ଡା ହଜମ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଥାଏ ।

ପିଜୁଳି (Guava) - 

ସକାଳେ ଖାଲି ପେଟରେ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ ।  କାରଣ ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ । ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ଆଖି ସମସ୍ୟା ଦୂର ହୋଇଥାଏ । ଏହାସହିତ ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ମଧ୍ୟ ଖାଲି ପେଟର ପିଜୁଳି ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି ।

Also Read: Agnipath Scheme: ଅଗ୍ନିପଥ ଯୋଜନା କ’ଣ; ଜାଣନ୍ତୁ ଏହାର ଚୟନ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା

ସେଓ (Apple) - 

ସକାଳେ ଖାଲି ପେଟରେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ସକାଳେ ଖାଲି ପେଟରେ ଆପଲ୍ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଅଧିକ ଦ୍ରୁତ ହୋଇଥାଏ ।  ଏହାସହିତ ଖାଲି ପେଟରେ ସେଓ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପାଇଥାଏ । ଏଥିସହ ସକାଳେ ଖାଲି ପେଟରେ ସେଓ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ହ୍ରାସ ପାଇଁ ସାହାଯ୍ୟ କରିଥାଏ ।

କିୱି (Kiwi) - 

କିୱିକୁ ସବୁଠାରୁ ଶକ୍ତିଶାଳୀ ଫଳ ବୋଲି ବିବେଚନା କରାଯାଏ । ଖାଲି ପେଟରେ ସକାଳେ କିୱି ଖାଇବା ଦ୍ୱାରା  ଅନେକ ପେଟ ରୋଗରୁ ମୁକ୍ତି ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଥାନ୍ତି । କାରଣ କିୱିରେ ଭିଟାମିନ୍ ସି ସହିତ ଫାଇବର ଥାଏ । ଯାହାଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ହଜମ ପ୍ରକ୍ରିୟା ଦ୍ରୁତ ହୋଇଥାଏ । ସକାଳେ ଖାଲି ପେଟରେ କିୱି ଖାଇବା ଦ୍ୱାରା ଅନେକ ଚର୍ମ ସୁସ୍ଥ ରହିଥାଏ ।

ଡାଳିମ୍ବ (Pomegranate) - 

ଡାଳିମ୍ବ ହେଉଛି ପୁଷ୍ଟିକର ଖାଦ୍ୟର ଭଣ୍ଡାର । ତେଣୁ ଯଦି ଆପଣ ଡାଳିମ୍ବକୁ ଖାଲି ପେଟରେ ଖାଆନ୍ତି, ତେବେ ଏହା ଶରୀରରେ ରକ୍ତ ଅଭାବ ସମସ୍ୟା ଦୂର କରିଥାଏ । କାରଣ ଡାଳିମ୍ବରେ ପ୍ରଚୁର ମାତ୍ରାରେ ଲୌହ (iron) ରହିଛି । ସକାଳେ ଖାଲି ପେଟରେ ଡାଳିମ୍ବ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ।

Also Read: Monsoon Reaches Odisha ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗୁଳୁଗୁଳିରୁ ମୁକ୍ତି

ସକାଳେ ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଫଳ

କମଳା (Orange) - 

କମଳା ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ସାଇଟ୍ରିକ୍ ଏସିଡ୍ ରହିଥାଏ । ସକାଳେ ଖାଲି ପେଟରେ କମଳା ଖାଇବା ଦ୍ୱାରା ପେଟ ଏବଂ ଛାତିରେ ଜ୍ୱଳନ ହେବା ପରି ସମସ୍ୟା ଦେଖା ଦେଇପାରେ ।

ଅଙ୍ଗୁର (Grapes) - 

ଅଙ୍ଗୁରରେ ମଧ୍ୟ ବିଭିନ୍ନ ଏସିଡ୍ ରହିଥିବାରୁ ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ | ଏଥିରେ ଟାଟାରିକ ଓ ଏଲ-ମଲିକ (Tartaric acid and L-malic acid) ପରି ଏସିଡ ରହିଛି । ଏହା ଖାଦ୍ୟ ହଜମ କ୍ରିୟାକୁ ପ୍ରଭାବିତ କରିଥାଏ । ତେଣୁ ଅନ୍ୟ କାଦ୍ୟ ଖାଇବା ପରେ ଅଙ୍ଗୁର ଖାଇବା ଉଚିତ୍ ।

କଦଳୀ (Banana) - 

ଲୋକମାନେ ସାଧାରଣତଃ ସକାଳେ ଖାଲି ପେଟରେ କଦଳୀ ଖାଇଥାନ୍ତି । କିନ୍ତୁ ଖାଲି ପେଟରେ କଦଳୀ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ଥିବା ମ୍ୟାଗ୍ନେସିୟମ ଓ ପୋଟାସିୟମ (magnesium and potassium) ଏସିଡ ରହଥାଏ । ଯାହା ରକ୍ତରେ ଏସିଡ ସନ୍ତୁଳନକୁ ବିଗାଡ଼ି ଦେଇଥାଏ । ତେଣୁ ପ୍ରଥମେ ଅନ୍ୟ କୌଣସି ଖାଦ୍ୟ ଖାଇବା ପରେ କଦଳୀ ଖାଇବା ଉଚିତ୍ ।

ଲିଚି (Lychee) - 

ଲିଚି ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ ଯଦି ଆପଣ ସକାଳେ ଖାଲି ପେଟରେ ଲିଚି ଖାଆନ୍ତି, ତେବେ ଏହା ବାନ୍ତିର କାରଣ ହୋଇପାରେ । ଏଥିରେ ପ୍ରଚୁର ପରିମାଣରେ ୟୁରିକ (uric) ଏସିଡ ରହିଥିବାରୁ ଏହାକୁ ଖାଲି ପେଟରେ ଖାଇବାକୁ ବାରଣ କରାଯାଏ ।

ଆମ୍ବ (Mango) - 

ସକାଳେ ଖାଲି ପେଟରେ ଆମ୍ବକୁ ମଧ୍ୟ ଖାଇବା ଉଚିତ୍ ନୁହେଁ । କାରଣ ସକାଳେ ଖାଲି ପେଟରେ ଆମ୍ବ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଆମ୍ବରେ ସିଟିକ ଓ ମଲିକ (citric and malic) ଏସିଡ ରହିଥିବାରୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ପାଚନ କ୍ରିୟା ସହିତ ବ୍ଲଡ ପିଏଚ ଲେବୁଲକୁ ପ୍ରଭାବିତ କରିଥାଏ ।