ଦୁଶ୍ଚିନ୍ତା ଓ ଉତ୍ତେଜନାରୁ ବାହାରିବା ପାଇଁ ଆପଣାନ୍ତୁ ଏହି ଦୁଇଟି ସହଜ ଯୋଗାସନ
Advertisement
Article Detail0/zeeodisha/odisha1230625

ଦୁଶ୍ଚିନ୍ତା ଓ ଉତ୍ତେଜନାରୁ ବାହାରିବା ପାଇଁ ଆପଣାନ୍ତୁ ଏହି ଦୁଇଟି ସହଜ ଯୋଗାସନ

ତ୍ତେଜନା ଓ ଅସ୍ଥିରତାରୁ ଉପଶମ ପାଇବା ପାଇଁ ଆପଣ ଫୋର୍ସଫୁଲ ବ୍ରଦିଙ୍ଗ ଏକ୍ସରସାଇଜ କରିପାରିବେ । 

ଦୁଶ୍ଚିନ୍ତା ଓ ଉତ୍ତେଜନାରୁ ବାହାରିବା ପାଇଁ ଆପଣାନ୍ତୁ ଏହି ଦୁଇଟି ସହଜ ଯୋଗାସନ

ଅସ୍ଥିରତା ଓ ଦୁଶ୍ଚିନ୍ତା (Anxiety problem) ଏପରି ସମସ୍ୟା ଯାହା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ । ଏମିତି ହୋଇଥାଏ, ଆପଣଙ୍କୁ କୌଣସି ସଭାରେ ଯୋଗଦେବାକୁ ଯିବାକୁ ପଡିଥାଏ କିମ୍ବା ବହୁ ଲୋକଙ୍କ ସାମନାରେ ଭାଷଣ ଦେବାକୁ ପଡିଥାଏ, କିମ୍ବା ପ୍ରଥମ ଥର ପାଇଁ ଡେଟରେ ଯିବାକୁ ପଡିବାବେଳେ ଶାରୀରିକ ଅସ୍ଥିରତା ବୃଦ୍ଧି ପାଇଥାଏ । ଏହି ସବୁ ପରିସ୍ଥିତିରେ ଅଧିକାଂଶ ଲୋକ ନର୍ଭସ ହୋଇ ପଡ଼ିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏପରି ଅସହଜ ସ୍ଥିତିରେ ସହଜ ଯୋଗାସନ ବା ବ୍ରିଦିଙ୍ଗି ଏକ୍ସରସାଇଜ କ୍ରିୟା କରିବା ଦ୍ୱାରା ଆପଣଙ୍କ ଶରୀର ଓ ମନ ଖୁବଶୀଘ୍ର ସ୍ୱାଭାବିକ ସ୍ଥିତିକୁ ଫେରିଆସିଥାଏ । ସୋସିଆଲ ଏନ୍ଜାଇଟି (Social anxiety) ପରି ସମସ୍ୟା ସାମ୍ନା କରୁଥିଲେ ଶ୍ୱାସକ୍ରିୟା ବ୍ୟାୟାମ (Breathing exercises for anxiety) କରି ମନକୁ ନିୟନ୍ତ୍ରଣ କରିପାରିବେ ।

ଉତ୍ତେଜନା ଓ ଅସ୍ଥିରତାରୁ ଉପଶମ ପାଇବା ପାଇଁ ଆପଣ ଫୋର୍ସଫୁଲ ବ୍ରଦିଙ୍ଗ(Forceful breathing) ଏକ୍ସରସାଇଜ କରିପାରିବେ । ଏହି କ୍ରିୟା କରିବା ଦ୍ୱାରା ମନରୁ ଭୟ ଏବଂ ଚିନ୍ତା ଦୂର ହୋଇଥାଏ । ଟେନସନ ଦୂର କରିବା ସହ ଏହି ସହଜ କ୍ରିୟା ଆପଣଙ୍କ ମନକୁ ଶାନ୍ତ କରିଥାଏ । ନିମ୍ନରେ 2 ଟି ସହଜ ଯୋଗାସନ ବିଷୟରେ ଉଲ୍ଲେଖ କରୁଛୁ । ଯାହା ଅସ୍ଥିରତା ଦୂର କରିବା ସହ ସ୍ନାୟୁକୁ ତତକ୍ଷଣାତ୍ ଆରାମ ପ୍ରଦାନ କରେ । ଏବେ ଜାଣନ୍ତୁ ଏହି କ୍ରିୟା କରିବାର ଉପାୟ ଓ ଉପକାରିତା । କୌଣସି ସଭା ସମିତିକୁ ଯିବା ପୂର୍ବରୁ ଆପଣ ଏହି କ୍ରିୟା କରି ଯାଆନ୍ତୁ ଏବଂ ଏହାର ପ୍ରଭାବ ଅନୁଭବ କରନ୍ତୁ ।

ପ୍ରଥମ ଉପାୟ: କିପରି କରିବେ ଫୋର୍ସଫୁଲ ବ୍ରିଦିଙ୍ଗ (Breathing exercises for anxiety)

ମନରେ ଅସ୍ଥିରତା ଓ ଉତ୍ତେଜନା ସମୟରେ ପ୍ରଥମେ ସିଧା ହୋଇ ଠିଆ ହୋଇଯାଆନ୍ତୁ
ଏହାପରେ ଅତି କମରେ ୩ ଥର ଦୀର୍ଘଶ୍ୱାସ ନିଅନ୍ତୁ ।
ଏହାପରେ ଧୀରେଧୀରେ ଦୀର୍ଘ ପ୍ରଶ୍ୱାସ ଗ୍ରହଣ କରିବା ପରେ ବଳ ପ୍ରୟୋଗ କରି ଶ୍ୱାସ ତ୍ୟାଗ କରନ୍ତୁ।

ଦ୍ୱିତୀୟ ଉପାୟ:ବିଳାସପୂର୍ଣ୍ଣ ନିଶ୍ୱାସ (Luxury Breathing)
ଏହି ଉପାୟରେ ଆପଣଙ୍କ ମନକୁ ଶାନ୍ତି ପାଇବା ସହିତ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ଆତ୍ମବିଶ୍ୱାସ ବଢ଼ାଇଥାଏ । ଯଦି ଆପଣ ବାରମ୍ବାର ସାମାଜିକ ଚିନ୍ତା ବା ଭୟର ଶିକାର ହେଉଛନ୍ତି, ତେବେ ଏହି ପ୍ରକ୍ରିୟାକୁ କେଇଥର ନିଶ୍ଚୟ ପୁନରାବୃତ୍ତି କରନ୍ତୁ ।

କିପରି କରିବେ ବିଳାସପୂର୍ଣ୍ଣ ଶ୍ୱାସକ୍ରିୟା (Luxury Breathing)

  • ସିଧା ଠିଆ ହୋଇ ପ୍ରଶ୍ୱାସ ଛାତିରେ ଭରନ୍ତୁ
  • ଏହି ସମୟରେ ଦୁଇ ବାହୁକୁ ଉପରକୁ ଉଠାନ୍ତୁ ଓ ଅଙ୍ଗୁଳି ଗୁଡ଼ିକୁ ସମ୍ପୂର୍ଣ୍ଣ ଖୋଲା ରଖନ୍ତୁ ।
  • ଏବେ ମୁହଁ ତଳକୁ କରି ଜିଭକୁ ବାହାରକୁ ବାହର କରିବାକୁ ପ୍ରୟାସ କରନ୍ତୁ ।
  • ଏହି ମୁହୂର୍ତ୍ତରେ ଅନୁଭବ ଏପରି ଅନୁଭବ କରନ୍ତୁ ଯେପରି ଶରୀରର ସମସ୍ତ ଓଜନ ଆପଣଙ୍କ ପାଦରେ ହିଁ ଅଛି ।
  • ଏହିପରି ସ୍ଥିତିରେ ଥିବାବେଳେ ନିଶ୍ୱାସ ତ୍ୟାଗ କରନ୍ତୁ
  • ଏହି ପ୍ରକ୍ରିୟାକୁ 2ରୁ 3 ଥର ପୁନରାବୃତ୍ତି କରନ୍ତୁ ।

ଏହି କ୍ରିୟା କରିହା ପରେ ଏବେ ଆପଣଙ୍କ ଶରୀରରୁ ଅସ୍ଥିରତା ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଯାଇପାରେ । ଏବଂ ଆପଣ ପରିସ୍ଥିତି ସହିତ ଖାପ ଖୁଆଇବା ସହ ଆପଣ ସମ୍ପୂର୍ଣ୍ଣ ସଚେତନ ସ୍ତରରେ ରହିପାରିବେ।