Guru Margi Rajyog: ଓଲଟା ଚଳନ କରିବେ ବୃହସ୍ପତି, ଧନ ସମ୍ପତ୍ତିରେ ମାଡି଼ଯିବ ୪ ରାଶିଙ୍କ ଜୀବନ!
Advertisement

Guru Margi Rajyog: ଓଲଟା ଚଳନ କରିବେ ବୃହସ୍ପତି, ଧନ ସମ୍ପତ୍ତିରେ ମାଡି଼ଯିବ ୪ ରାଶିଙ୍କ ଜୀବନ!

Guru Margi Rajyog: ଜ୍ୟୋତିଷ ଶାସ୍ତ୍ରରେ, ଦେବ ଗୁରୁ ବୃହସ୍ପତିଙ୍କର ବିଶେଷ ଗୁରୁତ୍ୱ ରହିଛି । ବୃହସ୍ପତିଙ୍କୁ ଜ୍ଞାନ, ବୁଦ୍ଧି, ଧର୍ମ, ଧନ, ଆଧ୍ୟାତ୍ମିକତା, ଶିକ୍ଷା ଓ କର୍ମର ଗୁରୁ ବୋଲି କୁହାଯାଏ। ତେବେ, ବୃହସ୍ପତିଙ୍କ ଚଳନରେ ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶିକୁ ପ୍ରଭାବ କରିଥାଏ ।

ଶାସ୍ତ୍ର ଅନୁଯାୟୀ, ଗତ ଡିସେମ୍ବର ୩୧ ତାରିଖରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଚଳନ କରିଥିଲେ । ଏହାପରେ ୨୦୨୪ ମେ ୧ରେ ବୃହସ୍ପତି ରାଶି ବଦଳାଇ ତୁଳା ରାଶିକୁ ଚଳନ କରିବେ । ପରେ ବୃହସ୍ପତି ପୁଣିଥରେ ୨୦୨୪ ମେ ୩ରେ ସେହି ରାଶିକୁ ଓଲଟା ଚଳନ କରିବେ। ବୃହସ୍ପତିଙ୍କ ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ତେବେ ଆସନ୍ତୁ ଜାଣିବା କେଉଁ ୪ ରାଶିକୁ (zodiac sign) ଧନବାନ କରିବ ବୃହସ୍ପତିଙ୍କ ଏହି ଓଲଟା ଚଳନ ।

ମେଷ ରାଶି: ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କ ଚଳନ ଯୋଗୁଁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ। ଯାହା ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଦାୟୀ ରହିବ । ବୃହସ୍ପତିଙ୍କର ଶୁଭ ପ୍ରଭାବ ଯୋଗୁଁ, ଚାକିରିରେ କ୍ଷେତ୍ରରେ ପଦୋନ୍ନତି ସହ ପ୍ରସଂଶା ମିଳିବ । ବେରୋଜଗାରୀମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତିରୁ ଲାଭ ପାଇପାରିବେ। ନିବେଶରୁ ଲାଭ ମିଳିବ ।

କର୍କଟ ରାଶି: ବୃହସ୍ପତିଙ୍କ ଏହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁକୂଳ ରହିବ । ଗଜଲକ୍ଷ୍ମୀ ରାଜଯୋଗ ଫଳରେ ଜୀବନରେ ଉନ୍ନତି ଆସିବ। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ବିବାହ ପାଇଁ ଚିନ୍ତିତ ଥିବା ଲୋକେ ବିବାହ ନେଇ ପ୍ରସ୍ତାବ ପାଇପାରନ୍ତି । ବିନିଯୋଗରୁ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ ।

ସିଂହ ରାଶି: ଏହି ସମୟରେ ସିଂହ ରାଶିର ଭାଗ୍ୟଦୋୟ ହେବ । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।

ଧନୁ ରାଶି: ଏହି ରାଜଯୋଗ ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ବୃହସ୍ପତିଙ୍କ ଚଳନ ଫଳରେ ଆର୍ଥିକ ଲାଭ ମିଳିବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ । ପ୍ରେମୀ ଯୁଗଳ ପ୍ରେମ ସଂପର୍କରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବ । ବୈବାହିକ ଜୀବନ ସୁଖମୟ ହେବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)