Curd Benefits: ଦହି ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା
Advertisement
Article Detail0/zeeodisha/odisha1408667

Curd Benefits: ଦହି ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା

Curd Benefits: ଦହିରେ କ୍ୟାଲସିୟମ୍, ଫସଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ୍ ବି-୬, ଭିଟାମିନ୍ ସି, ଭିଟାମିନ୍ ବି-୧୨, ରାଇବୋଫ୍ଲୋବିନ୍, ଥାଇମିନ୍ ଏବଂ ପେଣ୍ଟୋଥେନିକ୍ ଏସିଡ୍ ମିଳିଥାଏ । ଯଦି ପ୍ରତିଦିନ ଦହି ଖାଇବେ ତେବେ ଦହିରୁ ଶରୀରକୁ ଅତ୍ୟନ୍ତ ଲାଭ ମିଳିବ ।

Curd Benefits: ଦହି ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା

Curd Benefits:​ ଖାଦ୍ୟରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଆମେ କ୍ଷୀର ଓ ଦହି (Curd) ର ଉପଯୋଗ ଦୀର୍ଘ ଦିନରୁ କରି ଆସୁଛୁ । କ୍ଷୀର (Milk) କୁ ଜମା କରି ଦହି ପ୍ରସ୍ତୁତ କରାଯାଏ । ଦହିରେ ଲାକ୍ଟୋବାସିଲସ୍ ନାମକ ବ୍ୟାକ୍ଟେରିଆ ଥାଏ । ଏଥିପାଇଁ ଦହିର ସ୍ୱାଦ ଖଟା ହୋଇଥାଏ, ଦହି ଅତ୍ୟନ୍ତ ଉତ୍ତମ ଆହାର ଅଟେ । ଆପଣ ଏହାକୁ ପ୍ରତିଦିନ ଖାଇ ପାରିବେ । ଯଦି ପ୍ରତିଦିନ ଦହି ଖାଇବେ ତେବେ ଦହିରୁ ଶରୀରକୁ ଅତ୍ୟନ୍ତ ଲାଭ ମିଳିବ ।

ତେବେ ଜାଣିବା ଦହି ଖାଇଲେ କଣ ଲାଭ ମିଳିବ ? (Benefits of Curd)

୧. ଦହି (Curd) ରୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ । ଏଥିରେ କ୍ୟାଲସିୟମ୍, ଫସଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ୍ ବି-୬, ଭିଟାମିନ୍ ସି, ଭିଟାମିନ୍ ବି-୧୨, ରାଇବୋଫ୍ଲୋବିନ୍, ଥାଇମିନ୍ ଏବଂ ପେଣ୍ଟୋଥେନିକ୍ ଏସିଡ୍ ମିଳିଥାଏ ।

୨. ଦହି (Curd) ରେ ଓମେଗା ୬ ଫ୍ୟାଟି ଏସିଡ ରହିଥାଏ । ଏକ କପ୍ ଦହିରୁ ପାଖାପାଖି ୧୨୦ କ୍ୟାଲୋରୀ ପ୍ରାପ୍ତ ହୋଇଥାଏ ।

୩. ନିୟମିତ ଦହି ଖାଇଲେ ରକ୍ତ ପ୍ରବାହରେ ସୁଧାର ଆସିଥାଏ । ଏହା ସହ ଦୁର୍ବଳ ମଧ୍ୟ ଲାଗି ନ ଥାଏ ।

୪. ଦହି (Curd) ଖାଇଲେ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

୫. ଦହି (Curd) ଖାଇଲେ ପେଟ ଓ ଗ୍ୟାସ୍ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।

୬. ଦହିରେ ଭରପୁର କ୍ୟାଲସିୟମ୍ ରହିଛି ଯାହା ଆପଣଙ୍କ ହାଡ ମଜଭୂତ କରିବାରେ ସାହାଯ୍ୟ କରେ ।

୭. ଉଚ୍ଚ ରକ୍ତଚାପ ଓ ହୃଦ ଜନିତ ସମସ୍ୟାରୁ ଦୂରେଇ ରଖେ ଦହି ।

୮. ଆପଣଙ୍କର ଯଦି କୋଲେଷ୍ଟ୍ରର (Cholesterol) ବଢୁଛି ତେବେ ଦହି ଏଥିପାଇଁ ରାମବାଣ ସଦୃଶ୍ୟ ।

୯. ଦହି (Curd) ଖାଇଲେ ଭଲ ନିଦ ମଧ୍ୟ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ ରଚିଲେ ଇତିହାସ, ଟି-20 କ୍ରିକେଟରେ ଏପରି କରିଥିବା ପ୍ରଥମ ଭାରତୀୟ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ବିପକ୍ଷରେ ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ପିଏମ ମୋଦି, କୋହଲିଙ୍କ ପାଇଁ କହିଲେ ଏହି ବଡ଼ କଥା

ଅଧିକ ପଢ଼ନ୍ତୁ:-ବିରାଟ କୋହଲି ହେଲେ ଟି-20 କ୍ରିକେଟର ନୂଆ ବାଦଶାହ, ରୋହିତ ଶର୍ମାଙ୍କୁ ପଛରେ ପକାଇ ନିଜ ନାମରେ କଲେ ଏହି ଡବଲ ରେକର୍ଡ

 

 

୧୦. ତୁଣ୍ତରେ ଘା ହେଉଥିଲେ ପାଟିରେ ଦହି ଲଗାନ୍ତୁ ।

୧୧. ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦହିର ବ୍ୟବହାର କରି ପାରିବା  ।

୧୨. ପ୍ରତ୍ୟେକ ଦିନ ଦହି ଖାଇଲେ ପାଖେ ମାଡିବନି ରୋଗ  ।

୧୩. ଗ୍ୟାସ ସମସ୍ୟାରୁ ମୁକ୍ତ ହୋଇପାରିବେ ଦହି ଖାଇଲେ  ।

୧୪. ଦହି (Curd) ଖାଇଲେ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ ।

୧୫. ଦହି କେଶ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ ।

୧୬.  ଦହିରେ ବେସନ ମିଶାଇ ଲଗାଇଲେ ଏହାଦ୍ୱାରା ତ୍ୱଚା କୋମଳ ହୋଇଥାଏ ଓ ଉଜ୍ଜ୍ୱଳ ଦେଖାଯାଇଥାଏ ।

୧୭. ଚେହେରାରେ ଭାଙ୍ଗ ପଡୁଥିଲେ ଲଗାନ୍ତୁ ଦହି (Curd) ଦେଖିବେ ଚମତ୍କାର  ।

୧୮. ଆପଣଙ୍କ କେଶରେ ରୂପି ହେଉଛି କି ତେବେ ଦହି ସେଥିପାଇଁ ଭଲ ଉପାୟ ।