Chanakya Niti: ଏପରି ଗୁଣଥିବା ମହିଳାଙ୍କୁ କରନ୍ତୁ ଜୀବନ ସାଥୀ, ଖୋଲିଯିବ ଆପଣଙ୍କ ଭାଗ୍ୟ !
Advertisement

Chanakya Niti: ଏପରି ଗୁଣଥିବା ମହିଳାଙ୍କୁ କରନ୍ତୁ ଜୀବନ ସାଥୀ, ଖୋଲିଯିବ ଆପଣଙ୍କ ଭାଗ୍ୟ !

Chanakya Niti: ପଣ୍ତିତ ଚାଣକ୍ୟ ଜଣେ ମହାନ ଦାର୍ଶନିକ ତଥା କୂଟନୀତିଜ୍ଞ ଥିଲେ। ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ଜଡିତ ହୋଇ ରହିଛି । ଏବଂ ଚାଣକ୍ୟଙ୍କ ନୀତିବାଣୀ ମଧ୍ୟ ଆଜିବି ମାନବ ସମାଜକୁ ପ୍ରଥଭ୍ରଷ୍ଟ ହେବାରୁ ରକ୍ଷା କରିଥାଏ । ଏବଂ ଜୀବନରେ ସଫଳତା ହାସଲ କରିବା ବିଷୟରେ ସେ ଅନେକ କଥା କହିଛନ୍ତି।

Chanakya Niti: ଏପରି ଗୁଣଥିବା ମହିଳାଙ୍କୁ କରନ୍ତୁ ଜୀବନ ସାଥୀ, ଖୋଲିଯିବ ଆପଣଙ୍କ ଭାଗ୍ୟ !

Chanakya Niti: ପଣ୍ତିତ ଚାଣକ୍ୟ ଜଣେ ମହାନ ଦାର୍ଶନିକ ତଥା କୂଟନୀତିଜ୍ଞ ଥିଲେ। ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ଜଡିତ ହୋଇ ରହିଛି । ଏବଂ ଚାଣକ୍ୟଙ୍କ ନୀତିବାଣୀ ମଧ୍ୟ ଆଜିବି ମାନବ ସମାଜକୁ ପ୍ରଥଭ୍ରଷ୍ଟ ହେବାରୁ ରକ୍ଷା କରିଥାଏ । ଏବଂ ଜୀବନରେ ସଫଳତା ହାସଲ କରିବା ବିଷୟରେ ସେ ଅନେକ କଥା କହିଛନ୍ତି। ଏହି ନୀତିଗୁଡିକ ପୁରୁଣା ସମୟ ପରି ଆଜିବି ଜୀବନ୍ତ ହୋଇ ରହିଛି । ଆଜିର ଜୀବନରେ ମଧ୍ୟ ତାଙ୍କ ବାଣୀ ସମାନ ଭାବରେ ସଫଳ । ଯଦି ଜଣେ ବ୍ୟକ୍ତି ଏହି ନୀତିଗୁଡିକ ଅନୁସରଣ କରେ ତେବେ ସେ ଜୀବନରେ କେବେ ବିଫଳ ହୋଇପାରିବ ନାହିଁ । ଚାଣକ୍ୟ ବିବାହିତ ଜୀବନକୁ ନେଇ ଅନେକ ନୀତିବାଣୀ ଦେଉଛନ୍ତି । ସେ ତାଙ୍କ ବାଣୀର କହିଛନ୍ତି ଯେ, କିଛି ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟବାନ ବୋଲି ପ୍ରମାଣ କରନ୍ତି। ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବାରେ ସହାୟକ ହୋଇଥାନ୍ତି । 

ସଫା ମନ :

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯେଉଁ ପତ୍ନୀମାନେ ଘରେ କାନ୍ଦନ୍ତି, ଚିତ୍କାର କରନ୍ତି ଏବଂ ପାଟି କରନ୍ତି । ସେହି ମହିଳା ମାନେ ପ୍ରକୃତରେ ବହୁତ ଭଲ ଓ ଶୁଭ ଅଟନ୍ତି । ଏହିପରି ମହିଳାମାନଙ୍କୁ ସମ୍ମାନ ଦିଆଯିବା ଉଚିତ୍ । ଏହିପରି ମହିଳାଙ୍କ ମନରେ କୌଣସି ଛନ୍ଦ କପଟ ନ ଥାଏ । ଏମାନଙ୍କ ହୃଦୟ ସଫା ହୋଇଥାଏ । ଖାସ୍ କରି ସେହି ମହିଳାମାନେ ସ୍ବାମୀ ଓ ନିଜ ଘର ପାଇଁ ମଙ୍ଗଳ ଚାହିଁଥାନ୍ତି ।

ଏହାବି ପଢନ୍ତୁ  : Murabba Benefits: ଶୀତ ଦିନେ ଖାଆନ୍ତୁ ଆମଲା ମୁରବା, ପାଖ ମାଡିବନି ଏହି ସବୁ ରୋଗ, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ଏହାବି ପଢନ୍ତୁ  : Chanakya Niti: ଧୋକା ଖାଇବା ପୂର୍ବରୁ ହୁଅନ୍ତୁ ସତର୍କ ! ଏହି ଉପାୟରେ ପରଖନ୍ତୁ କିଏ ନିଜର ଆଉ କିଏ ପର ?

ସହନଶୀଳତା : 

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ସହନଶୀଳ ଅଟନ୍ତି। ତଥାପି, ଅନେକ ମହିଳା ଘରେ ବହୁତ ଚିତ୍କାର ଓ ଯୁକ୍ତିତର୍କ କରନ୍ତି । ଏଥିରୁ ସ୍ପଷ୍ଟ ଯେ ପତ୍ନୀ ଏପରି କଲେ ପତିମାନେ  କ୍ରୋଧିତ ହେବେ, କିନ୍ତୁ ଚାଣକ୍ୟ ଏପରି ମହିଳାଙ୍କ ପାଇଁ ଏକ ଭିନ୍ନ ଯୁକ୍ତି ଦେଇଛନ୍ତି। ତାଙ୍କ କହିବାନୁସାରେ, ଏପରି ମହିଳାମାନେ ଅତି ସରଳ ଶ୍ରେଣୀର ହୋଇଥାନ୍ତି । କୌଣସି ଅସୁବିଧା ପଡିଲେ କି,  କୌଣସି ଲୋକଙ୍କ କଟୁ କଥାକୁ ସହି ପାରି ନ ଥାନ୍ତି । ଏମାନେ ଚିତ୍କାର କରିବା ଏବଂ କାନ୍ଦିବା ଆରମ୍ଭ କରନ୍ତି, କିନ୍ତୁ ଯିଏ ଏପରି ମହିଳାଙ୍କୁ ବିବାହ କରେ, ତା’ର ଭାଗ୍ୟ ଖୋଲାଯାଏ । ଏହିପରି ମହିଳାମାନେ ପରିବାର ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ମହିଳାମାନେ ଖାସ୍ କରି କାହା ପାଇଁ କେବେବି କୌଣସି ଖରାପ ଚିନ୍ତା ରଖନ୍ତିନି।  ଏହିପରି ମହିଳାମାନେ କେବେ କାହାର ହୃଦୟ ଭାଙ୍ଗନ୍ତି ନାହିଁ, ଏହି ମହିଳାମାନେ ସର୍ବଦା ଅନ୍ୟମାନଙ୍କ ଭାବନା ପ୍ରତି ଧ୍ୟାନ ଦିଅନ୍ତି ।