କେମିକାଲ ନୁହେଁ କେବଳ ୨ଟି କର୍ପୂର ଦ୍ୱାରା ମଶା ହେବେ ଦୂର ,ଏପରି କରନ୍ତୁ ଉପାୟ
Advertisement

କେମିକାଲ ନୁହେଁ କେବଳ ୨ଟି କର୍ପୂର ଦ୍ୱାରା ମଶା ହେବେ ଦୂର ,ଏପରି କରନ୍ତୁ ଉପାୟ

ଗୋଟିଏ ମଶା ଆପଣଙ୍କୁ ଅସୁସ୍ଥ କରିପାରେ । ବାସ୍ତବରେ ଡେଙ୍ଗୁ ଏବଂ ମ୍ୟାଲେରିଆ ମଶା ଚିହ୍ନଟ କରିବା ସହଜ ନୁହେଁ । ଏପରି ସ୍ଥିତିରେ ଆପଣ କିପରି ରାସାୟନିକ ପଦାର୍ଥ ଏବଂ ବିଷାକ୍ତ ଧୂଆଁ ବ୍ୟବହାର ନ କରି କିଛି ଘରୋଇ ଉପଚାରରେ ଆପଣ ନିଜ ପରିବାରକୁ ସୁରକ୍ଷିତ ରଖିପାରିବେ । 

 

କେମିକାଲ ନୁହେଁ କେବଳ ୨ଟି କର୍ପୂର ଦ୍ୱାରା ମଶା ହେବେ ଦୂର ,ଏପରି କରନ୍ତୁ ଉପାୟ

ମଶା କାମୁଡିବା ଦ୍ବାରା ଅନେକ ବିପଦଜ୍ଜନକ ରୋଗ ହୋଇପାରେ । ଅନେକ ଲୋକଙ୍କ ମତରେ ଏଥର ମଶା ସଂଖ୍ୟା ଅଧିକ ରହିଛି । ଏପରି ସ୍ଥିତିରେ ମଶା ଠାରୁ ମୁକ୍ତି ପାଇବା ପାଇଁ ଆମକୁ କିଛି ପଦକ୍ଷେପ ନେବା ଜରୁରୀ । କିଛି  ଏପରି ଉପାୟ ଆପଣାଇବା ଯାହା ଦ୍ବାରା କାହାର ସ୍ବାସ୍ଥ୍ୟ ପ୍ରତି କ୍ଷତି ନ ହୁଏ । 

ମଶାରୁ ମୁକ୍ତି ପାଇଁ ଘରୋଇ ଉପଚାର-
ଲୋକେ ମଶା ଠାରୁ ଦୂରେଇ ରହିବା ପାଇଁ ମଶାରୀ,ସ୍କିନ କ୍ରିମ,ଏବଂ ମଶାବତୀ,କଏଲ ବ୍ୟବହାର କରନ୍ତି । ଯାହାର ମୂଲ୍ୟ ଅଧିକ ରହିଥାଏ ।ଏପରି ସ୍ଥିତିରେ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହୁଛୁ ଯାହା କେବଳ ଦୁଇରୁ ୧୦ଟଙ୍କା ମୂଲ୍ୟରେ ମଶାକୁ ଦୂର କରିବାରେ ସାହାଯ୍ୟ କରିଥାଏ । 

Also Read ; ପ୍ଲାଷ୍ଟିକ ବୋତଲ ଶରୀର ପାଇଁ ଜହର, ତୁରନ୍ତ କାଚ ବୋତଲରେ ପିଅନ୍ତୁ ପାଣି ଶରୀରକୁ ମିଳିବ ଅନେକ ଲାଭ
ନିମ୍ବ- ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଏପରି ଉପାୟ ଆପଣାନ୍ତି ଗାଁଲୋକେ । ଆଜି ବି ଗାଁରେ ନିମ ପତ୍ର ପୋଡି ମଶାକୁ ଦୂର କରାଯାଏ । ଅନ୍ୟପଟେ ନଡିଆ ତେଲ ଓ ନିମ ତେଲ ମିଶାଇ ଦେହରେ ଲଗାଇବା ବା ଘରେ ନିମ ତେଲରେ ଦୀପ ଜଳାଇଲେ ବି ଘରକୁ ମଶା ପ୍ରବେଶ କରି ନ ଥାଏ । 
ରସୁଣ- ଯଦି ଆପଣ ନିଜ ଶରୀରରେ ରସୁଣ ରସ ଲଗାନ୍ତି ତେବେ ମଶା ଆପଣଙ୍କୁ କାମୁଡି ନ ଥାଏ । ରସୁଣକୁ ଛେଚି ତାକୁ ପାଣିରେ ମିଶାଇ ଘରର ପ୍ରତ୍ୟେକ କୋଣରେ ପାଣି ଛିଞ୍ଚି ଦିଅନ୍ତୁ ଦେଖିବେ ମଶା ଘରୁ ପଳାଇବେ ।
କପୂର-ପୂଜାପାଠରେ ବ୍ୟବହାର ହେଉଥିବା କପୂର ଆପଣଙ୍କୁ ମଶା ଠାରୁ ଦୂରରେ ରଖିବ । ଏଥିପାଇଁ ଆପଣ ଏକ ପାତ୍ରରେ କପୂର ରଖି ଘରର କୌଣସି କୋଣରେ ରଖି ଦିଅନ୍ତୁ ଏହା ବ୍ୟତୀତ କପୂର ଜଳାଇଲେ ବି ମଶା ତୁରନ୍ତ ପଳାଇ ଯାଆନ୍ତି ।