ମୋଟାପଣକୁ ନେଇ ଚିନ୍ତିତ କି ? ବ୍ୟାୟାମ କରିବାର ସର୍ବୋତ୍ତମ ସମୟ ବିଷୟରେ ଜାଣନ୍ତୁ ଓଜନ ହ୍ରାସ ହେବ ଯଥା ଶୀଘ୍ର
Advertisement
Article Detail0/zeeodisha/odisha1259995

ମୋଟାପଣକୁ ନେଇ ଚିନ୍ତିତ କି ? ବ୍ୟାୟାମ କରିବାର ସର୍ବୋତ୍ତମ ସମୟ ବିଷୟରେ ଜାଣନ୍ତୁ ଓଜନ ହ୍ରାସ ହେବ ଯଥା ଶୀଘ୍ର

ଓଜନ ହ୍ରାସ କରିବା ଆଜିକାଲି ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା । ତେବେ ଆପଣ କେଉଁ ସମୟରେ ଓଜନ ହ୍ରାସ କରିବା ପାଇଁ ବ୍ୟାୟାମ କରିବା ଉଚିତ୍ ଆସନ୍ତୁ ଜାଣିବା । 

ପ୍ରତିକାତ୍ମକ ଫଟୋ

ଓଜନ ହ୍ରାସ କରିବା ଆଜିକାଲି ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା । ଏପରି ସ୍ଥିତିରେ ଓଜନ ହ୍ରାସ କରିବା ପାଇଁ ସଠିକ୍ ଖାଦ୍ୟ ଅନୁସରଣ କରିବା ଓ ସଠିକ୍ ସମୟରେ ବ୍ୟାୟାମ କରିବା ଗୁରୁତ୍ବପୂର୍ଣ୍ଣ । ଅନେକ ଥର ଲୋକମାନେ ଓଜନ ହ୍ରାସ କରିବାକୁ ବ୍ୟାୟାମ କରନ୍ତି କିନ୍ତୁ ତଥାପି କୌଣସି ପ୍ରଭାବ ଦେଖିବାକୁ ମିଳି ନ ଥାଏ । ଏହାର କାରଣ ହେଉଛି ଆପଣ ଠିକ୍ ସମୟରେ ବ୍ୟାୟାମ କରୁନାହାନ୍ତି ।ତେବେ ଆପଣ କେଉଁ ସମୟରେ ଓଜନ ହ୍ରାସ କରିବା ପାଇଁ ବ୍ୟାୟାମ କରିବା ଉଚିତ୍ ଆସନ୍ତୁ ଜାଣିବା । 

ବ୍ୟାୟାମ କରିବାର ଉପଯୁକ୍ତ ସମୟ -
ଓଜନ ହ୍ରାସ କରିବାକୁ ହେଲେ ବ୍ୟାୟାମ କରିବା ଯେତିକି ଜରୁରୀ ସେତିକି ଜରୁରୀ ହେଉଛି ଉଚିତ୍ ସମୟରେ ବ୍ୟାୟାମ କରିବା । ଉଚିତ୍ ସମୟରେ ବ୍ୟାୟାମ ନ କରିବା ଦ୍ବାରା ଏହାର ସମୂର୍ଣ୍ଣ ଲାଭ ମିଳି ନ ଥାଏ । ଆପଣଙ୍କୁ କହି ରଖୁଛୁ କି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ଯଦି, ସନ୍ଧ୍ୟା ସମୟ ହେଉଛି ଉପଯୁକ୍ତ ସମୟ ଯାହା ଆପଣଙ୍କୁ ଅଧିକ ଲାଭ ଦେଇଥାଏ । ଆଜ୍ଞା ହଁ ସନ୍ଧ୍ୟା ସମୟରେ ବ୍ୟାୟାମ କରିଲେ ଆପଣ ଯଥା ଶୀଘ୍ର ଆପଣଙ୍କ ଶରୀରର ଚର୍ବିକୁ କମ୍ କରିପାରିବେ । ଏହାର କାରଣ ହେଉଛି ସକାଳ ସମୟରେ ବ୍ୟାୟାମ କରିବା ଅପେକ୍ଷା ସନ୍ଧ୍ୟା ବ୍ୟାୟାମରେ ଯଥା ଶୀଘ୍ର ଆପଣଙ୍କୁ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । 

Also Read ; ବର୍ଷାଦିନରେ ଦହି ଓ ଅନ୍ୟାନ୍ୟ ଖଟା ଜିନିଷ ଖାଇବା ଉଚିତ୍ କି ? କଣ କହୁଛି ଆୟୁର୍ବେଦ ଜାଣନ୍ତୁ

ବ୍ୟାୟାମ କରିବା ସମୟରେ ଧ୍ୟାନ ରଖନ୍ତୁ-
ବ୍ୟାୟାମ ଏବଂ ସଠିକ ଡାଏଟ୍ ଅନୁସରଣ କରିବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ । ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ପୂର୍ବରୁ ୱାର୍ମ ଅପ କରିବା ନିହାତି ଆବଶ୍ୟକ । ଏହା ବ୍ୟତିତ ୱାର୍କଆଉଟ୍ ରୁଟିନ୍ ରେ ବିଭିନ୍ନ ପ୍ରକାର ବ୍ୟାୟାମକୁ ଅନ୍ତର୍ଭୁକ୍ତ କରନ୍ତୁ । ଏମିତିରେ ଆପଣ ନିଜ ଓଜନ କମ କରିବା ପାଇଁ ଟ୍ରେନିଙ୍ଗ ବ୍ୟାୟାମ,ବଡିୱେଟ,ଷ୍ଟ୍ରେନଥ ଟ୍ରେନିଂ ଆଦିକୁ ନିଜ ଡେଲି ରୁଟିନରେ ସାମିଲ କରନ୍ତୁ । ଆପଣ ଜିମ୍ କିମ୍ବା ବ୍ୟାୟାମ କରିବା ପରେ ୪ରୁ ୫ ଘଣ୍ଟା ବିଶ୍ରାମ ନିଅନ୍ତୁ । ସେପଟେ ବ୍ୟାୟାମ ରୁଟିନ ବ୍ୟତୀତ ସଠିକ୍ ଡାଏଟ ମଧ୍ୟ ଗ୍ରହଣ କରନ୍ତୁ । କାରଣ ବ୍ୟାୟାମ ସହିତ ଠିକ୍ ଖାଦ୍ୟ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏପରି କରିବା ଦ୍ବାରା ଆପଣ ନିଜର ବଢୁଥିବା ଓଜନରୁ ମୁକ୍ତି ପାଇ ପାରିବେ ।