Rahu-Budh Yuti 2024: ଏହି ଦିନ ରାଶି ବଦଳାଇବେ ବୁଧ, ଜାଣନ୍ତୁ କେଉଁ ୩ ରାଶିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ
Advertisement

Rahu-Budh Yuti 2024: ଏହି ଦିନ ରାଶି ବଦଳାଇବେ ବୁଧ, ଜାଣନ୍ତୁ କେଉଁ ୩ ରାଶିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ

Rahu-Budh Yuti 2024:  ମାର୍ଚ୍ଚ ୭ରେ ବୁଧ ମୀନ ରାଶିକୁ ଚଳନ କରିବେ । ବର୍ତ୍ତମାନ ମୀନ ରାଶିରେ ରାହୁ ଅବସ୍ଥାନ କରିଛନ୍ତି । ତେବେ ବୁଧଙ୍କ ଚଳନ ପରେ ମୀନ ରାଶିରେ ରାହୁ ଓ ବୁଧ ଏକାଠି ହେବେ । ଦୁଇ ଗ୍ରହଙ୍କ ଏହି ସଂଯୋଗ ୧୨ଟି ରାଶି ଉପରେ ସକରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇବ। 

Rahu-Budh Yuti 2024: ଏହି ଦିନ ରାଶି ବଦଳାଇବେ ବୁଧ, ଜାଣନ୍ତୁ କେଉଁ ୩ ରାଶିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ

Rahu-Budh Yuti 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ମାସ ଗ୍ରହ ମାନଙ୍କ ଚଳନ ପାଇଁ ବେଶ ଖାସ୍ ହେବାକୁ ଯାଉଛି । ମାର୍ଚ୍ଚ ୭ରେ ବୁଧ ମୀନ ରାଶିକୁ ଚଳନ କରିବେ । ବର୍ତ୍ତମାନ ମୀନ ରାଶିରେ ରାହୁ ଅବସ୍ଥାନ କରିଛନ୍ତି । ତେବେ ବୁଧଙ୍କ ଚଳନ ପରେ ମୀନ ରାଶିରେ ରାହୁ ଓ ବୁଧ ଏକାଠି ହେବେ । ଦୁଇ ଗ୍ରହଙ୍କ ଏହି ସଂଯୋଗ ୧୨ଟି ରାଶି ଉପରେ ସକରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇବ। ତେବେ ଆସନ୍ତୁ ଜାଣିବା, କେଉଁ ରାଶି ପାଇଁ ଶୁଭ ରହିବ ଏହି ସଂଯୋଗ ।

ବୃଷ ରାଶି: ଗ୍ରହଙ୍କ ଏହି ମିଳନ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁକୂଳ ରହିବ। ବୁଧ ଓ ରାହୁଙ୍କ ସଂଯୋଗ ଯୋଗୁଁ  ଆର୍ଥିକ ଲାଭ ମିଳିବ । କ୍ୟାରିଅରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଚାକିରିଆଙ୍କ ଦରମା ବୃଦ୍ଧି ପାଇବ । ବ୍ୟବସାୟ କରୁଥିବା ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।  ନୂତନ ବ୍ୟବସାୟ ଆରମ୍ଭ କରିବା ନେଇ ସମୟ ଅନୁକୂଳ ରହିବ ।

କର୍କଟ ରାଶି: ରାହୁ ଓ ବୁଧଙ୍କ ଏହି ସଂଯୋଗ କର୍କଟ ରାଶି ପାଇଁ ମଧ୍ଯ ଲାଭଦାୟୀ ପ୍ରମାଣିତ ହେବ । ଏହି ଅବଧି ମଧ୍ଯରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ସମାପ୍ତ ହେବ । ଆକସ୍ମିକ୍ ଧନ ଲାଭ ଓ ଦୂରଯାତ୍ରା ନେଇ ଯୋଗ ରହିଛି । ପରିବାର ଲୋକଙ୍କ ସହ ହସଖୁସିରେ ସମୟ ବିତିବ ।

ବିଛା ରାଶି: ବିଛା ରାଶିର ପଞ୍ଚମ ଘରେ ବୁଧ ଓ ରାହୁଙ୍କ ସଂଯୋଗ ହେବାକୁ ଯାଉଥିବାରୁ ଏହି ରାଶି ପାଇଁ ମଧ୍ଯ ଗ୍ରହଙ୍କ ମିଳନ ବେଶ ଖାସ୍ ରହିବ। ଶୁଭ ସମାଚାର ମିଳିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ । ଅଟକିଥିବା କାମ ପୂରଣ ହେବ । ଦୂରସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟରେ ଲାଭ ହେବ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)