Guru Margi Rajyog 2024: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ହେବ ଧନର ବର୍ଷା
Advertisement
Article Detail0/zeeodisha/odisha2104522

Guru Margi Rajyog 2024: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ହେବ ଧନର ବର୍ଷା

Guru Margi Rajyog 2024:  ଫେବୃଆରୀ ୧୩ ତାରିଖରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଚଳନ କରିବାକୁ ଯାଉଛନ୍ତି । ଏହାପରେ ୨୦୨୪ ମେ ୧ରେ ପୁନଃବାର ରାଶି ବଦଳାଇ ତୁଳା ରାଶିକୁ ଚଳନ କରିବେ । ବୃହସ୍ପତିଙ୍କ ଏହି ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ (Gajlaxmi Rajyog) ସୃଷ୍ଟି ହେବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ ବୃହସ୍ପତିଙ୍କ ଓଲଟା ଚଳନ ।

Guru Margi Rajyog 2024: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି,  ହେବ ଧନର ବର୍ଷା

Guru Margi Rajyog 2024: ବୃହସ୍ପତିଙ୍କୁ ଜ୍ଞାନ, ବୁଦ୍ଧି, ଧର୍ମ, ଧନ, ଆଧ୍ୟାତ୍ମିକତା, ଶିକ୍ଷା ଓ କର୍ମର ଗୁରୁ ବୋଲି କୁହାଯାଏ। ତେଣୁ ବୃହସ୍ପତିଙ୍କ ଚଳନ ବା ରାଶି ଚିହ୍ନ ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଶାସ୍ତ୍ର ଅନୁଯାୟୀ, ଫେବୃଆରୀ ୧୩ ତାରିଖରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଚଳନ କରିବାକୁ ଯାଉଛନ୍ତି । ଏହାପରେ ୨୦୨୪ ମେ ୧ରେ ପୁନଃବାର ରାଶି ବଦଳାଇ ତୁଳା ରାଶିକୁ ଚଳନ କରିବେ । ବୃହସ୍ପତିଙ୍କ ଏହି ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ (Gajlaxmi Rajyog) ସୃଷ୍ଟି ହେବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ ବୃହସ୍ପତିଙ୍କ ଓଲଟା ଚଳନ ।

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ରବିବାର, ଜାଣନ୍ତୁ ଆଜିର ରାଶିଫଳ

ଧନବାନ୍ ହେବେ ଏହି ରାଶି:

ମେଷ ରାଶି: ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କ ଚଳନ ଯୋଗୁଁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ। ଯାହା ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଦାୟୀ ରହିବ । ବୃହସ୍ପତିଙ୍କର ଶୁଭ ପ୍ରଭାବ ହେତୁ, ଚାକିରିରେ ପଦୋନ୍ନତି ହେବ। ବେରୋଜଗାରଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଅଟକି ଥିବା କାର୍ଯ୍ୟ ପୂରଣ ହେବ ।

କର୍କଟ ରାଶି: ବୃହସ୍ପତିଙ୍କ ଏହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଅନୁକୂଳ ରହିବ । ଗଜକେସରୀ ଯୋଗ ଫଳରେ ଜୀବନରେ ଉନ୍ନତି ଆସିବ। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ବିବାହ ପାଇଁ ଚିନ୍ତିତ ଥିବା ଲୋକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ବିନିଯୋଗରୁ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ । ପରିବାରରେ ହସଖୁସିର ମାହୋଲ ରହିବ ।

ସିଂହ ରାଶି: ଏହି ସମୟରେ ସିଂହ ରାଶିର ଭାଗ୍ୟଦୋୟ ହେବାକୁ ଯାଉଛି । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।

ଧନୁ ରାଶି: ଗଜଲକ୍ଷ୍ମୀ ରାଜଯୋଗ (Gajlaxmi Rajyog) ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ। ବୃହସ୍ପତି ଚଳନ ଫଳରେ ଆର୍ଥିକ ଲାଭ ମିଳିବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ । ପ୍ରେମୀ ଯୁଗଳ ପ୍ରେମ ସଂପର୍କରେ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବ । ବୈବାହିକ ଜୀବନ ସୁଖମୟ ହେବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )