January Grah Gochar 2024: ନୂଆବର୍ଷରୁ ଧନବାନ୍ ହେବେ ଏହି ସବୁ ରାଶି, ମାଟି ଧରିଲେ ହେବ ସୁନା!
Advertisement
Article Detail0/zeeodisha/odisha2017572

January Grah Gochar 2024: ନୂଆବର୍ଷରୁ ଧନବାନ୍ ହେବେ ଏହି ସବୁ ରାଶି, ମାଟି ଧରିଲେ ହେବ ସୁନା!

Planet Transit 2024 In January: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୨୦୨୪ ବର୍ଷରେ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଖାସ୍ ହେବାକୁ ଯାଉଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ପ୍ରେମ ଜୀବନରେ ଉନ୍ନତି ଆସିବ । ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ବରଦାନ ପାଲଟିବ ୨୦୨୪?

 January Grah Gochar 2024: ନୂଆବର୍ଷରୁ ଧନବାନ୍ ହେବେ ଏହି ସବୁ ରାଶି, ମାଟି ଧରିଲେ ହେବ ସୁନା!

Planet Transit 2024 In January: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୨୦୨୪ ବର୍ଷରେ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଖାସ୍ ହେବାକୁ ଯାଉଛି । ଆଗାମୀ ନୂଆ ବର୍ଷରେ ବହୁ ଗ୍ରହ ସେମାନଙ୍କର ଗତିବିଧି ବା ରାଶି ପରିବର୍ତ୍ତନ କରିବେ (Planet Transit 2024 In January)। ଯାହା ଫଳରେ ରାଶିଚକ୍ରରେ (zodiac sign) ଥିବା ୧୨ଟି ରାଶି ଉପରେ ବି ପ୍ରଭାବ ପଡି଼ବ। ୨୦୨୪ ଜାନୁଆରୀରେ ଅନେକ ବଡ଼ ବଡ଼ ଗ୍ରହ ମଧ୍ୟ ଗମନାଗମନ କରିବାକୁ ଯାଉଛନ୍ତି । ଜାନୁଆରୀରେ ସୂର୍ଯ୍ୟ, ଶୁକ୍ର ଏବଂ ବୁଧ ସେମାନଙ୍କର ରାଶି ଚିହ୍ନ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ, ଏହି ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ କିଛି ରାଶି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ପ୍ରେମ ଜୀବନରେ ଉନ୍ନତି ଆସିବ । ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ବରଦାନ ପାଲଟିବ ୨୦୨୪?

ALSO READ: Today Horoscope: ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ମକର ରାଶିକୁ ଚଳନ କରିବେ ସୂର୍ଯ୍ୟ:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ୩୦ ଦିନ  ସମୟ ନେଇଥାଆନ୍ତି। ୨୦୨୪, ଜାନୁଆରୀ ୧୫ରେ ଅପରାହ୍ନ ୨ଟା ୪୫ ମିନିଟ୍ ସମୟରେ ଅର୍ଥାତ୍ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିକୁ ଚଳନ କରିବେ।  ମକର ରାଶିରେ ସୂର୍ଯ୍ୟଙ୍କ ଚଳନ କିଛି ରାଶିର ବ୍ୟକ୍ତିଙ୍କୁ ମାଲେମାଲ୍ କରିବ। ମେଷ ଓ କୁମ୍ଭ ରାଶିର ଲୋକେ ଶୁଭଫଳ ପାଇବେ। ଏହି ଅବଧି ମଧ୍ୟରେ, ଏହି ରାଶିର ଲୋକେ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ଆକସ୍ମିକ ଧନଲାଭ ସହ କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି । ଏହା ସହିତ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ ଏବଂ ମୀନ ରାଶିର ଲୋକମାନଙ୍କ ପାଇଁ ଖୁବ୍ ଭଲ ରହିବ। 

ଧନୁ ରାଶିକୁ ଚଳନ କରିବେ ଶୁକ୍ର:

ସେହିପରି, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪, ଜାନୁଆରୀ  ୧୮ ରେ ୮ଟା ୫୬ରେ, ଶୁକ୍ର ବିଛା ଛାଡି ଧନୁ ରାଶିକୁ ପ୍ରବେଶ କରିବେ। ଏଭଳି ସ୍ଥିତିରେ ଶୁକ୍ରଙ୍କର ଏହି ଚଳନ ତିନୋଟି ରାଶିର ଲୋକଙ୍କ ଭାଗ୍ୟ ଫିଟାଇବ।  ମେଷ, ବୃଷ ଏବଂ କର୍କଟ ରାଶିର ଲୋକଙ୍କ ଜୀବନ ଧନଧାନ୍ୟରେ ଭରିଯିବ। ଜ୍ୟୋତିଶ ଶାସ୍ତ୍ରରେ ଶୁକ୍ରଙ୍କୁ (venus)ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଶୁଭଫଳ ଦେଇଥାଏ । ଏହି ଅବଧି ମଧ୍ୟରେ ମେଷ, ବୃଷ ଏବଂ କର୍କଟ ରାଶିର ଲୋକେ ପୁରୁଣା ବିନିଯୋଗରୁ ଲାଭ ପାଇବେ। ଅଟକି ରହିଥିବା ଟଙ୍କା ମଧ୍ୟ ଫେରସ୍ତ ପାଇବେ। ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହେବ। 

ବୁଧ ବିଛା ରାଶିରେ ପ୍ରବେଶ କରିବେ:

ଗ୍ରହମାନଙ୍କର ରାଜକୁମାର ହେଉଛନ୍ତି ବୁଧ। ଜାନୁଆରୀ ୧୨, ୨୦୨୪ରେ ବୁଧ ବିଛାରେ ରାଶିରେ ପ୍ରବେଶ କରିବେ । ଏପରି ସ୍ଥିତିରେ, ମକର, କୁମ୍ଭ ଓ ବିଛା ରାଶିର ଲୋକେ ମାଲେମାଲ୍ ହେବେ। ଏହି ଅବଧି ମଧ୍ୟରେ, ବ୍ୟବସାୟରେ ଅଗ୍ରଗତି ହେବା ସହ ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବାର ସମ୍ଭାବନା ରହିଛି।  ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ନୂଆ ଯୋଜନା ରଖିଛନ୍ତି। ତେବେ, ତାହାକୁ ଏବେ କାର୍ଯ୍ୟକାରୀ କରନ୍ତୁ, ଲାଭବାନ୍ ହେବେ।  ପରିବାର ଠାରୁ ପୂର୍ଣ୍ଣ ସମର୍ଥନ ପାଇବ । ଆଗାମୀ ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)