Odisha Election 2024: ଲୋକସଭାରେ ବିଜେଡି ନିଶ୍ଚିହ୍ନ: ବିଜେପିରୁ ୨୦ ଆସନ
Advertisement
Article Detail0/zeeodisha/odisha2279928

Odisha Election 2024: ଲୋକସଭାରେ ବିଜେଡି ନିଶ୍ଚିହ୍ନ: ବିଜେପିରୁ ୨୦ ଆସନ

Odisha Election 2024:  ଏଥରର ନିର୍ବାଚନ ଅନେକ କାରଣରୁ ସ୍ମରଣୀୟ ରହିବ। ଏଥିରୁ ଗୋଟିଏ ହେଉଛି ବିଜେଡି ମୂଳ ପୋଛ ହେବା ଅଥବା ଲୋକସଭାରେ ନିଶ୍ଚିହ୍ନ ହୋଇଯିବା। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟିରେ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିବା ଏହାର ଉଦାହରଣ।

Odisha Election 2024: ଲୋକସଭାରେ ବିଜେଡି ନିଶ୍ଚିହ୍ନ: ବିଜେପିରୁ ୨୦ ଆସନ

Odisha Election 2024: (ଭୁବନେଶ୍ୱର): ଏଥରର ନିର୍ବାଚନ ଅନେକ କାରଣରୁ ସ୍ମରଣୀୟ ରହିବ। ଏଥିରୁ ଗୋଟିଏ ହେଉଛି ବିଜେଡି ମୂଳ ପୋଛ ହେବା ଅଥବା ଲୋକସଭାରେ ନିଶ୍ଚିହ୍ନ ହୋଇଯିବା। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟିରେ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିବା ଏହାର ଉଦାହରଣ। କିନ୍ତୁ ଏହାକୁ କୌଣସି ରାଜନୀତିକ ପଣ୍ଡିତ କେବେ ଆଶା କରି ନଥିଲେ କି ପୂର୍ବାନୁମାନ କରି ନଥିଲେ। ହେଲେ ଓଡ଼ିଶାର ଜନତା ଯେଉଁ ରାୟ ଦେଲେ ସେଥିରେ ଏକ ଶକ୍ତ ରାଜନୀତିକ ପରିବର୍ତ୍ତନ ହେଲା, କେବଳ ରାଜ୍ୟରେ ନୁହେଁ, କେନ୍ଦ୍ରରେ ମଧ୍ୟ। 

କେବଳ କୋରାପୁଟକୁ ଛାଡ଼ି ଅନ୍ୟ ସବୁ ଆସନରେ ଏଥର ଫୁଲ ଫୁଟିଛି। କୋରାପୁଟ ଆସନକୁ କଂଗ୍ରେସ ବଜାୟ ରଖିଥିଲେ ବି ବିଜେଡି ଗୋଟିଏ ବି ଆସନରେ ସତ୍ତା ବଜାୟ ରଖିପାରି ନାହିଁ। ଗତକାଲି ଗଣତି ସମୟରେ ଗୋଟିଏ ପରେ ଗୋଟିଏ ଗଡ଼ ତାସ୍‍ ଘର ଭଳି ଭାଙ୍ଗିବା ପରେ ଶେଷ ଆଶା ଥିଲା ଯାଜପୁର। କିନ୍ତୁ ଏଠାରେ ବି ପୂର୍ବତନ ସାଂସଦ ସର୍ମିଷ୍ଠା ସେଠୀ ଗଡ଼ ରକ୍ଷା କରିପାରିଲେ ନାହିଁ। ମାତ୍ର ୧୫୮୭ ଖଣ୍ଡ ଭୋଟରେ ବିଜେପିର ରବୀନ୍ଦ୍ର ବେହେରା ବିଜୟ ଲାଭ କରିଥିଲେ। 

ପୂର୍ବ ୨୦୧୯ ନିର୍ବାଚନରେ ବିଜେଡି ୧୨ଟି ଆସନରେ ବିଜୟ ଲାଭ କରିଥିଲା। ସେତେବଳେ ଏହି ୧୨ ଆସନ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ବି ଥିଲା। କେନ୍ଦ୍ର ରାଜନୀତିରେ ସମଦୂରତ୍ୱ କଥା କହି ନିଜର ରାଜନୀତିକ ଫାଇଦା ପାଇଁ ସାଂସଦଙ୍କ ସଂଖ୍ୟାକୁ ବ୍ୟବହାର କରାଯାଉଥିଲା। କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିଲେ ବି ନିଜର ସ୍ପଷ୍ଟ ନୀତି ଅଭାବରୁ ବିଜେଡିର କୌଣସି ସାଂସଦ ମନ୍ତ୍ରୀ ହେବାର ସୁଯୋଗ ପାଉ ନଥିଲେ। 

ଯେଉଁ ୨୦ ସଦସ୍ୟ ଏବେ ଲୋକସଭାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ସେମାନେ ହେଲେବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୁରଭଞ୍ଜରୁ ନବଚରଣ ମାଝି, ବାଲେଶ୍ୱରରୁ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକରୁ ଅଅଭିମନ୍ୟୁ ସେଠୀ, ଯାଜପୁରରୁ ରବୀନ୍ଦ୍ର ନାରାୟଣ ବେହେରା, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀରରୁ ସଙ୍ଗୀତାକୁମାର ସିଂହଦେଓ, କଳାହାଣ୍ଡିରୁ ମାଳବିକା ଦେବୀ, ନବରଙ୍ଗପୁରରୁ ବଳଭଦ୍ର ମାଝି, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ, କଟକରୁ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ଆସ୍କାରୁ ଅନୀତା ଶୁଭଦର୍ତଶିନୀ, ଏବଂ ବ୍ରହ୍ମପୁରରୁ ଡ. ପ୍ରଦୀପ କୁମାର ପାଣିଗ୍ରାହୀ।  ଏମାନଙ୍କ ଭିତରୁ ବରଗଡ଼ରୁ ପ୍ରଦୀପ ପୁରୋହିତ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟଲଭା କରିଛନ୍ତି। ଏହି ବିଜୟ ବ୍ୟବଧାନ ରହିଛି ୨ଲକ୍ଷ ୫୧ହଜାର ୬୬୭। ସବୁଠାରୁ କମ୍‍ ବ୍ୟବଧାନ ରହିଛି ଯାଜପୁର ବିଜୟରେ। ଏଠାରେ ରବୀନ୍ଦ୍ର ନାରାୟଣ ବେହେରା ମାତ୍ର ୧୫୬୬୭ଟି ଭୋଟରେ ବିଜୟଲାଭ କରିଛନ୍ତି।