Guru Gochar 2024: ୧୨ ବର୍ଷ ପରେ ବୃଷକୁ ଚଳନ କରିବେ ବୃହସ୍ପତି, ଏହି ସବୁ ରାଶିଙ୍କ ଖୋଲିଯିବ ଭାଗ୍ୟ
Advertisement

Guru Gochar 2024: ୧୨ ବର୍ଷ ପରେ ବୃଷକୁ ଚଳନ କରିବେ ବୃହସ୍ପତି, ଏହି ସବୁ ରାଶିଙ୍କ ଖୋଲିଯିବ ଭାଗ୍ୟ

Jupiter Transit 2024: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ (jupiter) ସୁଖର କାରକ ବୋଲି କୁହାଯାଏ । ତେବେ, ଏହି କ୍ରମରେ ଦେବଗୁରୁ ଚଳିତ ବର୍ଷ ମେ ୧ ତାରିଖରେ କନ୍ୟାରୁ ବୃଷ ରାଶିକୁ ଚଳନ କରିବେ। ବୃହସ୍ପତି ଦିର୍ଘ ୧୨ ବର୍ଷ ପରେ ବୃଷ ରାଶିକୁ ଚଳନ ବା ଗୋଚର ( guru gochar 2023 ) ହେବା କିଛି ରାଶି ପାଇଁ ଲାଭଦାୟୀ ପ୍ରମାଣିତ ହେବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିର ଲୋକଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବ। 

Guru Gochar 2024: ୧୨ ବର୍ଷ ପରେ ବୃଷକୁ ଚଳନ କରିବେ ବୃହସ୍ପତି, ଏହି ସବୁ ରାଶିଙ୍କ ଖୋଲିଯିବ ଭାଗ୍ୟ

Jupiter Transit 2024: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ (jupiter) ସୁଖର କାରକ ବୋଲି କୁହାଯାଏ । ରାଶିରେ ଏହି ଗ୍ରହର ସ୍ଥିତି ବ୍ୟକ୍ତିଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିଥାଏ । ବୃହସ୍ପତିଙ୍କ ଆଶୀର୍ବାଦ ହେତୁ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସାମଗ୍ରୀକ ସୁଖ ଲାଭ କରିଥାଏ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହିତ ବିବାହ ରେ ବିଳମ୍ବ ହେଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ, ଏହି କ୍ରମରେ ଦେବଗୁରୁ ଚଳିତ ବର୍ଷ  ମେ ୧ ତାରିଖରେ କନ୍ୟାରୁ ବୃଷ ରାଶିକୁ ଚଳନ କରିବେ। ବୃହସ୍ପତି ଦିର୍ଘ ୧୨ ବର୍ଷ ପରେ ବୃଷ ରାଶିକୁ ଚଳନ ବା ଗୋଚର ( guru gochar 2023 ) ହେବା କିଛି ରାଶି ପାଇଁ ଲାଭଦାୟୀ ପ୍ରମାଣିତ ହେବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିର ଲୋକଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବ। 

ALSO READ: Today Horoscope: ବ୍ୟବସାୟରେ ଆୟ ବଢିବା ସହ ସୁସମ୍ବାଦ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ?

ମେଷ : ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ରୋଜଗାରର ନୂଆ ବାଟ ଖୋଲିବ। ଏହି ସମୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ହେବ । ବିଶେଷ କରି କର୍ମ କ୍ଷେତ୍ରରେ ଶୁଭଫଳ ମିଳିବ। ନୂତନ ଚାକିରି ନେଇ ଅଫର୍ ମିଳିବ । ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ଏହି ସମୟରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିପାରିକ ଜୀବନ ହସ ଖୁସିରେ କଟିବ । ପିତାମାତାଙ୍କ ସମର୍ଥନ ପାଇ ଅସମ୍ଭବକୁ ସମ୍ଭବ କରିବେ ।

ମିଥୁନ : ମେ ମାସ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ପଦ, ସମ୍ମାନ ଓ ଆର୍ଥିକ ସ୍ଥିରତା ଆଣିବ । ଦିର୍ଘ ଦିନର ସ୍ବପ୍ନ ପୂରଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ବେଶ ଶୁଭ ରହିବ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।  ଅର୍ଥର ଅଭାବ ରହିବ ନାହିଁ । ନୂତନ ଚାକିରି ମିଳିବା ସହ ଆୟ ବୃଦ୍ଧି ପାଇବ। ଅଟକି ରହିଥିବା ଟଙ୍କା ମିଳିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଖୁସିର ମାହୋଲ ରହିବ। ରାଜନୈତି ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। 

ସିଂହ ରାଶି: ମେ ମାସ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଦାୟୀ ରହିବ। ଏହି ସମୟ ମଧ୍ୟରେ ଚାପ ଓ ସମସ୍ୟାରୁ ମୁକ୍ତି ମିଳିବ । ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିବ । ବ୍ୟବସାୟୀ ମାନେ ଉପକୃତ ହେବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଆର୍ଥିକ ଭାବେ ଲାଭବାନ ହେବ। ବ୍ୟବସାୟୀ ମାନେ ବ୍ୟବସାୟରେ ବିପୁଳ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)