ବୁଧବାର ଦିନ କରନ୍ତୁ ଏହି ବିଶେଷ ଉପାୟ, ଧନ୍ୟଧାନ୍ୟ ବୃଦ୍ଧି ହେବା ସହ ଦୂର ହେବ ସମସ୍ୟା!
Advertisement

ବୁଧବାର ଦିନ କରନ୍ତୁ ଏହି ବିଶେଷ ଉପାୟ, ଧନ୍ୟଧାନ୍ୟ ବୃଦ୍ଧି ହେବା ସହ ଦୂର ହେବ ସମସ୍ୟା!

Wednesday Remedies: ବୁଧବାର ଭଗବାନ ଗଣେଶଙ୍କ ଉପାସନା ପାଇଁ ଖାସ ଦିନ ଅଟେ। ଭଗବାନ ଗଣେଶଙ୍କୁ ବିଘ୍ନହରତା ବୋଲି ମଧ୍ୟ କୁହାଯାଏ । ବିଶ୍ୱାସ ଅନୁଯାୟୀ, ଯେଉଁମାନଙ୍କ ଉପରେ ଭଗବାନ ଗଣେଶ ସନ୍ତୁଷ୍ଟ ହୋଇଥାଆନ୍ତି, ସେମାନଙ୍କ ଜୀବନରୁ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ଶୀଘ୍ର ଦୂର ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Budhwar Ke Upay: ବୁଧବାର ଦିନ ବୁଧଙ୍କ ସହ ସମ୍ବନ୍ଧ ରହିଥିବାବେଳେ ଏହି ଦିନ ଗୌରୀ ପୁତ୍ର ପ୍ରଭୁ ଶ୍ରୀ ଗଣେଶଙ୍କୁ ସର୍ମପିତ କରାଯାଇଛି । ବୁଧବାର ଭଗବାନ ଗଣେଶଙ୍କ ଉପାସନା ପାଇଁ ଖାସ ଦିନ ଅଟେ। ଏହି ଦିନ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ଉପାସନା କରିବା ଦ୍ବାରା ସେ ପ୍ରସନ୍ନ ହୋଇଥାଆନ୍ତି । ଭଗବାନ ଗଣେଶଙ୍କୁ ବିଘ୍ନହରତା ବୋଲି ମଧ୍ୟ କୁହାଯାଏ । ବିଶ୍ୱାସ ଅନୁଯାୟୀ, ଯେଉଁମାନଙ୍କ ଉପରେ ଭଗବାନ ଗଣେଶ ସନ୍ତୁଷ୍ଟ ହୋଇଥାଆନ୍ତି, ସେମାନଙ୍କ ଜୀବନରୁ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ଶୀଘ୍ର ଦୂର ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ, ପ୍ରଭୁ ଶ୍ରୀ ଗଣେଶ ବାସ କରିଥିବା ସ୍ଥାନରେ ଦେବୀ ଲକ୍ଷ୍ମୀ ଓ ରିଦ୍ଧି-ସିଦ୍ଧ ମଧ୍ଯ ବାସ କରିଥାଆନ୍ତି। ଏହି କାରଣରୁ, ବ୍ୟକ୍ତିକୁ ତା ଜୀବନରେ ଅନେକ ଶୁଭଫଳ ମିଳିଥାଏ । କେବଳ ଏତିକି ନୁହେଁ, ବିଗିଡ଼ି ଯାଇଥିବା କାର୍ଯ୍ୟକୁ ସଂଶୋଧନ କରିବା ପାଇଁ ବୁଧବାର ଦିନକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ବାରା ଭଗବାନ ଗଣେଶ ପ୍ରସନ୍ନ ହେବା ସହ ଆଶୀର୍ବାଦ ପ୍ରଦାନ କରିଥାଆନ୍ତି । ଫଳରେ ବ୍ୟକ୍ତିର ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ ।

ବୁଧବାର ଦିନ କରନ୍ତୁ ଏହି ଉପାୟ

ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରିବା ଦ୍ବାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବା ସହ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

  • ବୁଧବାର ଦିନ ଦେବୀ ଦୁର୍ଗାଙ୍କୁ ଚୂଡ଼ି, ସିନ୍ଦୁର ଆଦି ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ସମସ୍ତ କାର୍ଯ୍ୟ ସିଦ୍ଧ ହେବା ସହ ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।
  • ଭଗବାନ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ବୁଧବାର ଦିନ ରୀତିନୀତି ଅନୁଯାୟୀ ପୂଜା କରିବା ସହ ତାଙ୍କ କପାଳରେ ହଳଦିଆ ଚନ୍ଦନ ଲଗାନ୍ତୁ । ପରେ ସେହି ଚନ୍ଦନକୁ ଆଣି ନିଜ କପାଳରେ ଲଗାନ୍ତୁ ।
  • ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ବୁଧବାର ଦିନ ପୂଜା ସମୟରେ ଭଗବାନ ଗଣେଶଙ୍କୁ ଦୁବ ସହ ମୋଦକ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ବିଗିଡ଼ି ଯାଇଥିବା କାର୍ଯ୍ୟ ଭଲରେ ହେବା ସହ ଆୟ ବୃଦ୍ଧି ହୋଇଥାଏ ।
  • ସନାତନ ଧର୍ମରେ ଗୋମାତାଙ୍କୁ ପୂଜା କରାଯାଇଥାଏ । ବୁଧବାର ଦିନ ଗାଈକୁ ଘାସ ଖାଇବାକୁ ଦେଲେ ଭଗବାନ ଗଣେଶଙ୍କ ସହ ଶ୍ରୀ କୃଷ୍ଣ ଓ ସମସ୍ତ ଦେବତା ସନ୍ତୁଷ୍ଟ ହୋଇଥାଆନ୍ତି।

Also Read-Horoscope Today Sep 13: ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ଆଜିର ଦିନ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)