Rajyog 2024 In June: ଶନି-ମଙ୍ଗଳଙ୍କ କୃପାରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜୁନ୍ ଆରମ୍ଭରୁ ମିଳିବ ଖୁସି ଖବର ସହ ରହିଛି ଧନଲାଭ ଯୋଗ!
Advertisement
Article Detail0/zeeodisha/odisha2264268

Rajyog 2024 In June: ଶନି-ମଙ୍ଗଳଙ୍କ କୃପାରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜୁନ୍ ଆରମ୍ଭରୁ ମିଳିବ ଖୁସି ଖବର ସହ ରହିଛି ଧନଲାଭ ଯୋଗ!

Rajyog 2024 In June: ଜୁନ୍ ୨ ତାରିଖରେ ସକାଳ ୬ଟା ୨୦ ମିନିଟ୍ ସମୟରେ ନ୍ୟାୟର ଦେବତା ଶନି ଶତାବିତ ନକ୍ଷେତ୍ରକୁ  ଚଳନ କରିବାକୁ ଯାଉଛନ୍ତି । ଯେଉଁ ନକ୍ଷେତ୍ରରେ ପୂର୍ବରୁ ମଙ୍ଗଳ ବିରାଜମାନ ଅଛନ୍ତି। ଫଳରେ ଯେଉଁ କାରଣରୁ ଆସନ୍ତା ମାସରେ ଶୁକ୍ରାଦିତ୍ୟ ରାଜଯୋଗ, ମାଲାଭ୍ୟ ରାଜଯୋଗ,ଲକ୍ଷ୍ମୀ ନାରାୟଣ ରାଜଯୋଗ, ରୁଚକ୍ ଓ ଶଶଃ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ୫ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବା...

 Rajyog 2024 In June: ଶନି-ମଙ୍ଗଳଙ୍କ କୃପାରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜୁନ୍ ଆରମ୍ଭରୁ ମିଳିବ ଖୁସି ଖବର ସହ ରହିଛି ଧନଲାଭ ଯୋଗ!

Rajyog 2024 In June: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜୁନ୍ ମାସ କିଛି ରାଶିଙ୍କ ପାଇଁ ବେଶ୍ ଖାସ୍ ହେବାକୁ ଯାଉଛି। କାହିଁକିନା। ଆସନ୍ତା ମାସରେ ଏକାଧିକ ଗ୍ରହ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବେ। ଜୁନ୍ ୨ ତାରିଖରେ ସକାଳ ୬ଟା ୨୦ ମିନିଟ୍ ସମୟରେ ନ୍ୟାୟର ଦେବତା ଶନି ଶତାବିତ ନକ୍ଷେତ୍ରକୁ  ଚଳନ କରିବାକୁ ଯାଉଛନ୍ତି । ଯେଉଁ ନକ୍ଷେତ୍ରରେ ପୂର୍ବରୁ ମଙ୍ଗଳ ବିରାଜମାନ ଅଛନ୍ତି। ଫଳରେ ଯେଉଁ କାରଣରୁ ଆସନ୍ତା ମାସରେ ଶୁକ୍ରାଦିତ୍ୟ ରାଜଯୋଗ, ମାଲାଭ୍ୟ ରାଜଯୋଗ,ଲକ୍ଷ୍ମୀ ନାରାୟଣ ରାଜଯୋଗ, ରୁଚକ୍ ଓ ଶଶଃ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ୫ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବା...

ALSO READ: Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

୩ ରାଶି ହେବେ ଧନୀ :

ମେଷ: ଏହି ୫ ରାଜଯୋଗରୁ ବେଶ୍ ଲାଭବାନ୍ ହେବେ ଏହି ରାଶିର ବ୍ୟକ୍ତି ବିଶେଷ । ମେଷର ଗ୍ରହ ଅଧିପତି ହେଉଛନ୍ତି ମଙ୍ଗଳ। ତେଣୁ ଶନି ଓ ମଙ୍ଗଳଙ୍କ କୃପାରୁ ଏହି ରାଶି ଉପରେ ମାସ ଆରମ୍ଭରୁ ଧନ ବର୍ଷା ହେବ। ଏହି ଅବଧି ମଧ୍ୟରେ ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ପରୀକ୍ଷା ଦେଉଛନ୍ତି। ସେମାନେ ଭଲ ରେଜଲ୍ଟ ପାଇବେ। ଏପରିକି ଆଶାୟୀମାନେ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି। ପ୍ରେମୀଯୁଗଳଙ୍କ ପାଇଁ ମଧ୍ୟ ସମୟ ଅତ୍ୟନ୍ତ ଖାସ୍ ରହିଛି । ନିଜ ଜୀବନ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। 

ମିଥୁନ: ଜୁନ୍ ମାସ ଆରମ୍ଭରୁ ଏହି ରାଶିଙ୍କ ଭାଗ୍ୟ ଉଦୟ ହେବ। ଶନି ଓ ମଙ୍ଗଳଙ୍କ ଆର୍ଶିବାଦରୁ ଅଧା ରହିଥିବା କାମ ପୂରା କରିବାକୁ ସମର୍ଥ ହେବେ। ଅଟକି ଥିବା ଟଙ୍କା ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଅନକୂଳ ରହିଛି। କୌଣସି ଏକ ବଡ଼ ଡିଲ୍ ଫାଇନାଲ ହୋଇପାରେ। ଯଦି ଆପଣ ଅବିବାହିତ , ତେବେ, ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ। ନିଜ ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବା ସହ ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ଆପଣ ନୂତନ ଗାଡି କିମ୍ବା ଘର କିଣିପାରନ୍ତି। 

କୁମ୍ଭ:  ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ ୫ ରାଜଯୋଗ। ଜୁନ୍ ଆରମ୍ଭରୁ କ୍ୟାରିୟର ସମ୍ପର୍କିତ କୌଣସି ଖୁସି ଖବର ପାଇପାରନ୍ତି।  କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ପଦୋନ୍ନତି ମିଳିପାରେ । ଆପଣଙ୍କ କାମର ପ୍ରଶଂସା ବରିଷ୍ଠ ଅଧିକାରୀ କରିବେ। ଏବଂ ଦରମା ବୃଦ୍ଧି ହୋଇପାରେ। ବ୍ୟବସାୟ କରୁଥିବା ଲୋକମାନେ ଲାଭବାନ ହେବେ। ପୁଞ୍ଜି ନିବେଶ ପାଇଁ ସମୟ ଭଲ ରହିଛି । ତେଣୁ ସେୟାର ମାର୍କେଟରେ ଟଙ୍କା ବିନିଯୋଗ କଲେ ମଧ୍ୟ ଫାଇଦା ପାଇବେ। ପାରିବାରିକ ଜୀବନ ସୁଖମୟ ହେବା ସହ ପୁରୁଣା ଚାପରୁ ମୁକ୍ତି ମିଳିବ। କିନ୍ତୁ ଶରୀର ପୀଡା ଦେଖାଦେଇପାରେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)