Life After Death: ମୃତ୍ୟୁ ପରେ କିଭଳି ଥାଏ ସେହି ଦୁନିଆ? ଜାଣନ୍ତୁ ସେହି ରହସ୍ୟମୟ ଦୁନିଆ ବିଷୟରେ...
Advertisement

Life After Death: ମୃତ୍ୟୁ ପରେ କିଭଳି ଥାଏ ସେହି ଦୁନିଆ? ଜାଣନ୍ତୁ ସେହି ରହସ୍ୟମୟ ଦୁନିଆ ବିଷୟରେ...

Life After Death: ମୃତ୍ୟୁ ପରେ ସେହି ରହସ୍ୟମୟ ଦୁନିଆକୁ ବୁଝିବା ପାଇଁ ମେଡିକାଲ ସାଇନ୍ସ ଅନେକ ଏକ୍ସପେରିମେଣ୍ଟ ବା ପରୀକ୍ଷା କରିସାରିଛି । ଏମିତି କି ମସ୍ତିଷ୍କ ପାଖକୁ ପହଞ୍ଚୁଥିବା ଅମ୍ଳଜାନକୁ ରୋକି ସେହି ରହସ୍ୟମୟ ଦୁନିଆରେ ପହଞ୍ଚିବା ପାଇଁ ଚେଷ୍ଟା ମଧ୍ୟ କରାଯାଇଛି ।

Life After Death: ମୃତ୍ୟୁ ପରେ କିଭଳି ଥାଏ ସେହି ଦୁନିଆ? ଜାଣନ୍ତୁ ସେହି ରହସ୍ୟମୟ ଦୁନିଆ ବିଷୟରେ...

ନୂଆଦିଲ୍ଲୀ: Life After Death: ନିୟର ଡେଥ୍ ଏକ୍ସପ୍ରିଏନ୍ସ ଅର୍ଥାତ ମୃତ୍ୟୁକୁ ପାଖରୁ ଅନୁଭବ କରିବା । ଏହି ବିଷୟ ଉପରେ ମେଡିକାଲ ସାଇନ୍ସ ବିଶେଷଜ୍ଞ ଓ ଜ୍ୟୋତିର୍ବିଦ ମାନଙ୍କ ମଧ୍ୟରେ ଅନେକ ସମୟରେ ତର୍କ ବିତର୍କ ଲାଗିରହିଥାଏ । ମୃତ୍ୟୁ ପରେ ସେହି ରହସ୍ୟମୟ ଦୁନିଆକୁ ବୁଝିବା ପାଇଁ ମେଡିକାଲ ସାଇନ୍ସ ଅନେକ ଏକ୍ସପେରିମେଣ୍ଟ ବା ପରୀକ୍ଷା କରିସାରିଛି । ଏମିତି କି ମସ୍ତିଷ୍କ ପାଖକୁ ପହଞ୍ଚୁଥିବା ଅମ୍ଳଜାନକୁ ରୋକି ସେହି ରହସ୍ୟମୟ ଦୁନିଆରେ ପହଞ୍ଚିବା ପାଇଁ ଚେଷ୍ଟା ମଧ୍ୟ କରାଯାଇଛି । ପିଟର ନାମକ ଜଣେ ବ୍ୟକ୍ତି ନିକଟରେ 'ନିୟର ଡେଥ୍ ଏକ୍ସପ୍ରିଏନ୍ସ'କୁ ନେଇ ଏମିତି ଏକ ଖୁଲାସା କରିଛନ୍ତି ଯେ, ଯାହାକୁ ଜାଣିଲା ପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।  

ପିଟିର କହିଛନ୍ତି କି ମୃତ୍ୟୁ ପରର ଦୁନିଆକୁ ସେ ଅତି ନିକଟରୁ ଦେଖିଛନ୍ତି । ନିୟର ଡେଥ୍ ଏକ୍ସପ୍ରିଏନ୍ସ ରିସର୍ଚ ଫାଉଣ୍ଡେସନର ୱେବସାଇଟରେ ପିଟରଙ୍କ ଅନୁଭୁତିକୁ ଉଲ୍ଲେଖ କରାଯାଇଛି  । ୱେବସାଇଟରେ ଦିଆଯାଇଥିବା ଷ୍ଟୋରୀରେ ଉଲ୍ଲେଖ ରହିଛି ଯେ, ପିଟର ୨୦୧୦ ମସିହା ମାର୍ଚ୍ଚ ୧୬ ତାରିଖ ମୃତ୍ୟୁ ପର ଦୁନିଆକୁ ଦେଖିସାରିଛନ୍ତି । ସୂଚନା ଅନୁଯାଇ ପିଟର ଯେତେବେଳେ ବାଥ୍ ଟବରେ ଗାଧୋଉ ଥିଲେ, ସେତେବେଳେ ହିଁ ତାଙ୍କ ସହିତ ଏମିତି ଘଟଣା ଘଟିଥିଲା । ବାଥ ଟବରେ କିଛି ସମୟ ବୁଡ଼ିଯିବା ପରେ ପିଟରଙ୍କ ସହିତ ଯାହା ହେଲା ଓ ସେ ଯାହା ଦେଖିଥିଲେ, ତାହା ଏବେ ପର୍ଯ୍ୟନ୍ତ ସେ ଭୁଲି ପାରୁ ନାହାନ୍ତି । ଖାଲି ତିକି ନୁହେଁ ଯେତେବେଳେ ବି ସେ ସେ କଥା ମନେ ପକାନ୍ତି, ତାଙ୍କ ଲୋମ ଟାଙ୍କୁରି ଯାଏ । 

ପିଟରଙ୍କ କହିବା ଅନୁଯାୟୀ, ସେ ଯେତେବେଳେ ବାଥ ଟବରେ ବୁ଼ଡ଼ି ଯାଇଥିଲେ, ସଙ୍ଗେ ସଙ୍ଗେ ତାଙ୍କ ଆଖି ଆଗରେ ଯେମିତି ଅନ୍ଧକାର ଛାଇ ଯାଇଥିଲା । ଆଉ ସେହି ଅନ୍ଧାର ଭିତରେ ଜଣେ ଯୁବତୀ କଳା ରଙ୍ଗର ବସ୍ତ୍ର ପିନ୍ଧି ଛିଡ଼ା ହୋଇଥିବାର ମଧ୍ୟ ନଜର ଆସିଖିଲା । ପିଟର ଏସବୁ ଜିନିଷ ସେତେବେଳେ ଅନୁଭବ କରିଥିଲେ ଯେତେବେଳେ, ତାଙ୍କ ଶରୀର ଠାରୁ ତାଙ୍କ ଆତ୍ମା ଏକ ପ୍ରକାର ଅଲଗା ହୋଇଯାଇଥିଲା ବୋଲି କୁହାଯାଇ ପାରିବ । ପିଟର ଅନ୍ଧାର ଭିତରେ ଜଣେ ଝିଅର ଛଆଇକୁ ଦେଖଇଛନ୍ତି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ସେହି ଝିଅର ମୁହଁ ହିଁ ଦେଖା ଯାଉ ନ ଥିଲା । ଏମିତି ଲାଗୁଥିଲା ଯେମିତି ଗୋଟେ କଳା ରଙ୍ଗର ଚଦରରେ ଝିଅଟିର ଶରାରକୁ କିଏ ଗୁଡ଼େଇ ରଖିଛି ।

ଅଧିକ ପଢ଼ନ୍ତୁ:-ଶେନ୍ ୱାଟସନଙ୍କ ବଡ଼ ବୟାନ, 'ଏହି ଖେଳାଳି ଏକାକୀ ନିଜ ଦମରେ ଭାରତକୁ ଜିତାଇ ପାରିବେ ବିଶ୍ୱକପ'

ଅଧିକ ପଢ଼ନ୍ତୁ:-ହ୍ୱାଟସଆପରେ 'Good Morning' ମେସେଜ ପଠାଉଥିବା ଲୋକମାନେ ହୋଇଯାଆନ୍ତୁ ସାବଧାନ! ସବୁଦିନ ପାଇଁ ବନ୍ଦ ହୋଇଯିବ ଆକାଉଣ୍ଟ

ଅଧିକ ପଢ଼ନ୍ତୁ:-ରୋଜର ବିନ୍ନି ଦାଦାଙ୍କୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

 

ଏହାଛଡ଼ା ନିୟର ଡେଥ୍ ଏକ୍ସପ୍ରିଏନ୍ସରିସର୍ଚ ଫାଉଣ୍ଡେସନ ଆଉ ଜଣେ ମହିଳାକୁ ନେଇ ମଧ୍ୟ କିଛି ଏକ୍ସପେରିମେଣ୍ଟ କରିଥିଲା । ଆଉ ସେ ମହିଳା ଜଣଙ୍କ କହିଥିଲେ ମତ୍ୟୁ ପରେ ଶରୀରର କୌଣସି ସୀମା ନ ଥାଏ । ମୃତ୍ୟୁ ପରର ଦୁନିଆର ବିଶାଳ, ଶରୀରର କୌଣସି ଆକୃତି ନଥାଏ  ।  କି ସେଠାରେ ଦୂର ଦୂର ପର୍ଯ୍ୟନ୍ତ ନିଜର ପ୍ରିୟ ପରିଜନ ମଧ୍ୟ କେହି ଦେଖା ଯାଆନ୍ତି ନାହିଁ