ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ରଥଯାତ୍ରା ଦିନ ଶ୍ରୀମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶ ମନା
Advertisement
Article Detail0/zeeodisha/odisha2316447

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ରଥଯାତ୍ରା ଦିନ ଶ୍ରୀମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶ ମନା

ପୁରୀରେ ଚୂଡ଼ାନ୍ତ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କ ମତାମତକୁ ନେଇ ପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା ସମାପନ ପାଇଁ ଉଦ୍ୟମ ଚାଲିଛି

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ରଥଯାତ୍ରା ଦିନ ଶ୍ରୀମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶ ମନା

ପୁରୀ: ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ସେ ୭ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବେ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏହି ଅବସରରେ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶକୁ ବାରଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ତେବେ ରଥଯାତ୍ରାରେ ଶୃଙ୍ଖଳା ଓ ମହିଳା ସୁରକ୍ଷାକୁ ଆଇନ ମନ୍ତ୍ରୀଙ୍କ ପ୍ରାଥମିକତା ଦିଆଯାଉଛି। ଆସନ୍ତାକାଲି ଏନେଇ ପୁରୀରେ ଚୂଡ଼ାନ୍ତ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କ ମତାମତକୁ ନେଇ ପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା ସମାପନ ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି। 

ଅନ୍ୟପଟେ ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଗୃହ ବିଭାଗର ପ୍ରସ୍ତୁତି ସଂପର୍କରେ ସେ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।