Road Accident: ବସ୍ ରେ ପିଟିହେଲା କାର୍, ଘଟଣାସ୍ଥଳରେ ୫ ମୃତ
Advertisement
Article Detail0/zeeodisha/odisha2319434

Road Accident: ବସ୍ ରେ ପିଟିହେଲା କାର୍, ଘଟଣାସ୍ଥଳରେ ୫ ମୃତ

Road Accident:ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୫ ଜଣ ଯୁବକ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Road Accident: ବସ୍ ରେ ପିଟିହେଲା କାର୍, ଘଟଣାସ୍ଥଳରେ ୫ ମୃତ

Road Accident:ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୫ ଜଣ ଯୁବକ। ଭାରସାମ୍ୟ ହରାଇ କାରଟି ଡିଭାଇଡ଼ର ପରେ ବସ୍ ଚକା ତଳକୁ ପଶି ଯାଇଥିଲା। କାର୍ ମଧ୍ୟରେ ଥିବା ୫ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେପଟେ, ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଉତ୍ତର ପ୍ରଦେଶର ଅଲିଗଡରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। 

ALSO READ: Gold Price Today: ଖସିଲା ନା ବଢିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ ଆଜି ୧୦ ଗ୍ରାମ୍ ପିଛା କେତେ ଅଛି ରେଟ୍?

ସୂଚନା ଅନୁସାରେ, ମଙ୍ଗଳବାର ସଂନ୍ଧ୍ୟାରେ ଏକ କାରରେ ୫ ଜଣ ଯୁବକ ଖଇରାରୁ ଅଲିଗଡ଼ ଅଭିମୁଖେ କୌଣସି ଏକ କାମରେ ଯାତ୍ରା କରୁଥିଲେ। କିନ୍ତୁ ତାଙ୍କ କାର୍ ଟି ହଠାତ୍ ଭାରସାମ୍ୟ ଅଲିଗଡ଼ ପଲଓ୍ବା ଜାତୀୟ ରାଜପଥ ନିକଟ ଲବକୁଶ୍ ଇଣ୍ଟର କଲେଜ୍ ସମ୍ମୁଖରେ ଡିଭାଇଡ଼ରରେ ପିଟି ହୋଇଯାଇଥିଲା। ପରେ କାରଟି ଡିଭାଇଡରରେ ପିଟିହୋଇ ସାମ୍ନାପଟୁ ଆସୁଥିବା ଏକ ବସ୍ ଚଳା ତଳେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର କୁ କାଟି ସେଥିରୁ ମୃତଦେହ ଗୁଡିକୁ ବାହାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ସେପଟେ ମୃତକମାନଙ୍କ ପରିଚୟ ମିଳିଛି ବୋଲି ପୋଲିସ୍ ପକ୍ଷରୁ ସୂଚାନ ମିଳିଛି। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି।