Viral News: ଇଷ୍ଟାଗ୍ରାମରେ ଲାଇଭ ଭିଡି଼ଓ କରି ଯୁବକଙ୍କ ଆତ୍ମହତ୍ଯା ଉଦ୍ୟମ, ୧୩ ମିନିଟରେ ବଞ୍ଚିଗଲା ଜୀବନ
Advertisement

Viral News: ଇଷ୍ଟାଗ୍ରାମରେ ଲାଇଭ ଭିଡି଼ଓ କରି ଯୁବକଙ୍କ ଆତ୍ମହତ୍ଯା ଉଦ୍ୟମ, ୧୩ ମିନିଟରେ ବଞ୍ଚିଗଲା ଜୀବନ

Viral News: ଗାଜିଆବାଦରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ଜଣେ ଯୁବକ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଲାଇଭ ଭିଡି଼ଓ (Instagram Live) କରି ଆତ୍ମହତ୍ଯା ଉଦ୍ୟମ କରୁଥିଲେ । ଏପରି ପରିସ୍ଥିତିରେ ମେଟା (META) ଅଧିକାରୀଙ୍କ ଉପସ୍ଥିତି ବୁଦ୍ଧି ଫଳରେ ଯୁବକଙ୍କୁ ମାତ୍ର ୧୩ ମିନିଟରେ ବଞ୍ଚାଯାଇପାରିଥିଲା । 

ସୌ(ସୋସିଆଲ ମିଡିଆ)

Viral News: ବର୍ତ୍ତମାନ ସମୟରେ ଇଷ୍ଟାଗ୍ରାମର (Instagram) କ୍ରେଜ ବଢିବାରେ ଲାଗିଛି । ବିଭିନ୍ନ ସମୟରେ ଲୋକେ ଇଷ୍ଟାଗ୍ରାମରେ ଲାଇଭ ଭିଡି଼ଓ କରିବାକୁ ଭଲ ପାଇଥାଆନ୍ତି । କିନ୍ତୁ ନିକଟରେ ଗାଜିଆବାଦରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ଜଣେ ଯୁବକ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଲାଇଭ ଭିଡି଼ଓ (Instagram Live) କରି ଆତ୍ମହତ୍ଯା ଉଦ୍ୟମ କରୁଥିଲେ । ଏପରି ପରିସ୍ଥିତିରେ ମେଟା (META) ଅଧିକାରୀଙ୍କ ଉପସ୍ଥିତି ବୁଦ୍ଧି ଫଳରେ ଯୁବକଙ୍କୁ ମାତ୍ର ୧୩ ମିନିଟରେ ବଞ୍ଚାଯାଇପାରିଥିଲା । ଯୁବକ ଜଣକ ଇଷ୍ଟାଗ୍ରାମରେ ଲାଇଭ ଭିଡି଼ଓ କରି ଆତ୍ମହତ୍ଯା ପାଇଁ ଉଦ୍ୟମ କରୁଥିବା ବେଳେ ମେଟାର ଅଧିକାରୀ ମାନେ ଏନେଇ ପୋଲିସଙ୍କୁ ତୁରନ୍ତ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା ।

ଏହି ଯୁବକ ଜଣକ ହେଉଛନ୍ତି ଗାଜିଆବାଦର ଅଭୟ ଶୁକ୍ଲା । କିଛି ଦିନ ହେବ ଅଭୟ ବିଜନେସରେ ଘାଟାକୁ ନେଇ ଡିପ୍ରେସନରେ ରହୁଥିଲେ । ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ଆତ୍ମହତ୍ଯା କରିବା ନେଇ ସ୍ଥିର କରିଥିଲେ । ଏହାପରେ ସେ ଇଷ୍ଟାଗ୍ରାମରେ ଲାଇଭ କରି ସୁଇସାଇଡ଼ କରିବା ନେଇ ଉଦ୍ଯମ କରିଥିଲେ ।  ଠିକ୍ ଏହି ସମୟକରେ ମେଟା ଅଧିକାରୀ ମାନେ ପୋଲିସକୁ ଏନେଇ ଖବର ଦେଇଥିଲେ । ପୋଲିସ ମାତ୍ର ୧୩ ମିନିଟରେ ପହଁଞ୍ଚି ଯୁବକଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲା ।

ଏନେଇ ପୋଲିସ କହିଛି ଯେ, ଖବର ପାଇବା ପରଠାରୁ ଆମେ ଯୁବକଙ୍କ ସହ ଲଗାତାର ଫୋନ ଯୋଗେ କଥାବାର୍ତ୍ତା କରିଥିଲୁ ।  ତାଙ୍କ ଘରର ଲୋକେସନ ପାଇବା ପରେ ଆମେ ତୁରନ୍ତ ସେଠାରେ ପହଁଞ୍ଚି ତାଙ୍କୁ କାବୁ କରିନେଉଥିଲୁ । ପରେ ତାଙ୍କୁ ପଚରାଉଚରା କରାଯାଇଥିଲ। ଯୁବକ ଏପରି ଭୁଲ ଆଉ କରିବେ ନାହିଁ ବୋଲି ପୋଲିସ ଆଗରେ କହିଥିଲେ ।

Also Read- Naba Das Assassination: ନବଙ୍କୁ ହତ୍ୟା ପାଇଁ ଥାନାରୁ ପ୍ଲାନ୍ କରିଥିଲା ଗୋପାଳ, ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ପ୍ରମାଣ

ଅଭୟ ଶୁକ୍ଲା ପୁରୁଣା ମୋବାଇଲ ବିକ୍ରି କରୁଥିବା ଏକ କମ୍ପାନୀରେ କାମ କରୁଥିଲେ। ଏହା ପରେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଏଥିରେ ବାରମ୍ବାର କ୍ଷତି ହେଉଥିବାରୁ ସେ ଚିନ୍ତାରେ ରହୁଥିଲେ। ସେପଟେ ନିଜ ମାଆଙ୍କଠାରୁ ୯୦,୦୦୦ ଟଙ୍କା ଧାର କରିଥିଲେ । ଏପରି ସ୍ଥିତିରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ଯା କରିବା ନେଇ ନିଷ୍ପତ୍ତି ନେଇଥିଲେ ।