Huith target red see:ହୁତି ଟାର୍ଗେଟରେ କ’ଣ ପାଇଁ ଲୋହିତ ସାଗର ?
Advertisement
Article Detail0/zeeodisha/odisha2033470

Huith target red see:ହୁତି ଟାର୍ଗେଟରେ କ’ଣ ପାଇଁ ଲୋହିତ ସାଗର ?

ଏବେ ହୁତି ବିଦ୍ରୋହୀମାନେ ଏହି ଖବରରେ ଅଛନ୍ତି। ଲୋହିତ ସାଗରରୁ ଇସ୍ରାଏଲକୁ ଯାଉଥିବା ସମସ୍ତ ଜାହାଜକୁ ଟାର୍ଗେଟ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି, କାରଣ ସେମାନେ ଆମେରିକା ଏବଂ ଇସ୍ରାଏଲକୁ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ ବୋଲି ଭାବନ୍ତି। ସାଉଦି ଆରବ ବିଶେଷ କରି ସେମାନଙ୍କର ଟାର୍ଗେଟ । ତେବେ ପ୍ରଶ୍ନ ଉଠେ ଯେ ସେମାନେ କିପରି ଏ

SOCIAL MEDIA

Huith target red see:

ଏବେ ହୁତି ବିଦ୍ରୋହୀମାନେ ଏହି ଖବରରେ ଅଛନ୍ତି। ଲୋହିତ ସାଗରରୁ ଇସ୍ରାଏଲକୁ ଯାଉଥିବା ସମସ୍ତ ଜାହାଜକୁ ଟାର୍ଗେଟ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି, କାରଣ ସେମାନେ ଆମେରିକା ଏବଂ ଇସ୍ରାଏଲକୁ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ ବୋଲି ଭାବନ୍ତି। ସାଉଦି ଆରବ ବିଶେଷ କରି ସେମାନଙ୍କର ଟାର୍ଗେଟ । ତେବେ ପ୍ରଶ୍ନ ଉଠେ ଯେ ସେମାନେ କିପରି ଏତେ ଶକ୍ତିଶାଳୀ ହେଲେ ଏବଂ କାହିଁକି ସେମାନେ ବାରମ୍ବାର ଲାଲ ସାଗର ଉପରେ ଆକ୍ରମଣ କରନ୍ତି ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମକୁ ଇତିହାସରେ ଟିକିଏ ପଛକୁ ଯିବାକୁ ପଡିବ  ।

1980 ଦଶକରେ ୟେମେନର ତତ୍କାଳୀନ ରାଷ୍ଟ୍ରପତି ଅଲି ଅବଦୁଲ୍ଲା ସାଲେହଙ୍କ ଦୁର୍ନୀତି ବିରୋଧରେ ଦେଶରେ ଏକ ପରିବେଶ ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତିଙ୍କ ବିରୋଧରେ ସେଠାକାର ଆଦିବାସୀ ସମ୍ପ୍ରଦାୟ ଏକଜୁଟ୍ ହୋଇ ଏକ ସଂଗଠନ ଗଠନ କରିଥିଲେ । ଯାହାର ପ୍ରତିଷ୍ଠାତା ଥିଲେ ଶିଆ ଜୈଦି ସମ୍ପ୍ରଦାୟର ହୁସେନ୍ ଅଲ୍ ହୁତି। ଏହି ସଂଗଠନର ନାମ ତାଙ୍କ ନାମରେ ରଖାଯାଇଥିଲା ଏବଂ ବିଦ୍ରୋହୀମାନଙ୍କୁ ହୁତି ବିଦ୍ରୋହୀ କୁହାଯାଉଛି । ସେବେଠାରୁ ହୁତି ବିଦ୍ରୋହୀ ସରକାର ବିରୋଧରେ  ସଂଘର୍ଷ କରି ଆସୁଛନ୍ତି । ଏହି ସଂଗଠନ ନ ହାମାସ ଏବଂ ଲେବାନାନର ହିଜବୁଲାର ଏକ ବଡ଼ ସମର୍ଥକ । ୟେମେନରେ ଶିଆ ଜୈଦି ସମ୍ପ୍ରଦାୟ  ସଂଖ୍ୟାଲଘୁ ଅଟନ୍ତି । ଏହା ସତ୍ୱେ 2014 ବେଳକୁ ସେମାନେ ରାଜନୈତିକ ସ୍ତରରେ ଶକ୍ତିଶାଳୀ ହୋଇଥିଲେ ଏବଂ 2015 ରେ ସାଦା ପ୍ରଦେଶ ଏବଂ ରାଜଧାନୀ ସାନାକୁ ମଧ୍ୟ ଅଧିକାର କରିଥିଲେ ।

ଏହି କାରଣରୁ ସାଉଦି ଆରବ ସହିତ ଶତ୍ରୁତା

ରାଜଧାନୀ କବଜା କରିବା ପରେ ତତ୍କାଳୀନ ରାଷ୍ଟ୍ରପତି ତଥା ଅଲି ଅବଦୁଲ୍ଲା ସାଲେହଙ୍କ ଉତ୍ତରାଧିକାରୀ ଅବଦରୁବହୁ ମନସୁର ହାଦି ଦେଶଛାଡି ପଳାୟନ କରିଥିଲେ । ପଡୋଶୀ ଦେଶ ସାଉଦି ଆରବ ଏହି ସମୟରେ ୟମନରେ ସାମରିକ ହସ୍ତକ୍ଷେପ କରିଥିଲା । ସାଉଦୀ ସେନା ବିଦ୍ରୋହୀମାନଙ୍କୁ ରାଜଧାନୀ ସାନାରୁ ଘଉଡାଇ ଦେଇଥିଲା। ୟୁଏଇ ଏବଂ ବହାରିନ ମଧ୍ୟ ଏଥିରେ ସାଉଦି ଆରବକୁ ସମର୍ଥନ କରିଥିଲେ। ହୁତି ସଂଗଠନର ବିଦ୍ରୋହୀ ଏଥିରେ କ୍ରୋଧିତ ହୋଇ 2017 ରେ ଅଲି ଅବଦୁଲ୍ଲା ସାଲେହଙ୍କୁ ହତ୍ୟା କରିଥିଲେ ଏବଂ ୟେମେନର ଅଧିକାଂଶ ଅଂଚଳକୁ ନିଜ ନିୟନ୍ତ୍ରଣ ନେଇଥିଲେ। ସ୍ଥାନୀୟ ଲୋକଙ୍କ ସମର୍ଥନ ଥିବାରୁ ହୁତି ବିଦ୍ରୋହୀ ବେଳକୁ ବେଳ ଶକ୍ତିଶାଳୀ ହୋଇଥିଲେ । 

ଶତ୍ରୁର ଶତ୍ରୁ ମିତ୍ର

ବର୍ତ୍ତମାନ ହୁତି ବିଦ୍ରୋହୀମାନେ ସାଉଦି ଆରବର ଟାର୍ଗେଟରେ ଥିବା ବେଳେ ସାଉଦି ହୁତିଙ୍କ ଟାର୍ଗେଟରେ ଅଛି । ଇରାନ ଓ ସାଉଦି ଆରବ ମଧ୍ୟରେ ଐତିହାସିକ ଶତ୍ରୁତା ରହିଛି । ଫଳରେ ଇରାନ ହୁତି ବିଦ୍ରୋହୀଙ୍କୁ ସମର୍ଥନ କରୁଛି ।  ଯଦି ଆମେରିକା ଏବଂ ସାଉଦି ଆରବର ଦାବିକୁ ବିଶ୍ୱାସ କରାଯାଏ, ତେବେ ଇରାନ ହିଁ ଏହି ବିଦ୍ରୋହୀମାନଙ୍କୁ ଅସ୍ତ୍ର ଯୋଗାଇଥାଏ। ଏହି ଦୁଇ ଦେଶ ଏପରିକି ଦାବି କରିଛନ୍ତି ଯେ ଇରାନ ବିଦ୍ରୋହୀମାନଙ୍କୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯୋଗାଇ ଦେଇଛି ଯେଉଁଥିରେ 2017 ରେ ସାଉଦି ଆରବର ରାଜଧାନୀ ରିୟାଦ ଉପରେ ଆକ୍ରମଣ କରାଯାଇଥିଲା।

ସାଉଦି ଆରବ ଏହା ମଧ୍ୟ କହିଛି ଯେ ଇରାନ ହୁତି ବିଦ୍ରୋହୀମାନଙ୍କୁ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଯୋଗାଇ ଦେଇଛି । ଯାହାଦ୍ୱାରା 2019 ରେ ସାଉଦି ଆରବର ତୈଳ କାରଖାନାକୁ ଟାର୍ଗେଟ କରାଯାଇଥିଲା। ତେବେ ଇରାନ ଏପରି ଅଭିଯୋଗକୁ ଖଣ୍ଡନ କରି ଆସୁଛି।

 

ହିଜବୁଲ ଦେଉଛି ତାଲିମ

ହୁତି ବିଦ୍ରୋହୀମାନେ ଲେବାନାନର ସଶସ୍ତ୍ର ଶିଆ ଗୋଷ୍ଠୀ ହିଜବୁଲା ଦ୍ୱାରା ଅନୁପ୍ରାଣିତ ସଂଗଠନ । ଆମେରିକା ଅନୁସାରେ  ହିଜବୁଲ 2014 ମସିହାରୁ ହୁତି ବିଦ୍ରୋହୀମାନଙ୍କୁ ତାଲିମ ଦେଉଛି।  କେବଳ ଏତିକି ନୁହେଁ ୟେମେନର ଆଧକାରିକ ସରକାର ଅର୍ଥାତ୍ ରାଷ୍ଟ୍ରପତି ନେତୃତ୍ୱ ପରିଷଦ ସାଉଦି ଆରବର ରାଜଧାନୀ ରିୟାଦରୁ କାମ କରିଥାଏ ଯାହାକୁ ୨୦୨୨ରେ ହୈଦି କ୍ଷମତା ହସ୍ତାନ୍ତର କରିଥିଲେ । ଏଭଳି ପରିସ୍ଥିତିରେ ୟେମେନର ଅଧିକାଂଶ ଜନସଂଖ୍ୟା ବିଦ୍ରୋହୀମାନଙ୍କ ଦ୍ୱାରା ନିୟନ୍ତ୍ରିତ । ସେମାନେ ଦେଶର ଉତ୍ତର ଭାଗରେ ଟିକସ ସଂଗ୍ରହ କରନ୍ତି ଏବଂ ସେଠାରେ ବିଦ୍ରୋହୀଙ୍କ ନିଜସ୍ୱ ମୁଦ୍ରା ଚାଲୁଛି । ଯାହା ବିଦ୍ରୋହୀମାନଙ୍କୁ ଅଧିକ ଶକ୍ତିଶାଳୀ ହେବାରେ ସାହାଯ୍ୟ କରୁଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଅନୁଯାୟୀ, 2010 ସୁଦ୍ଧା ହୁତି ବିଦ୍ରୋହୀମାନଙ୍କ ପାଖରେ ଏକ ଲକ୍ଷରୁ ଏକ ଲକ୍ଷ ୨୫ ହଜାର ସୈନିକ ଥିଲେ । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ସଶସ୍ତ୍ର ସଂଗ୍ରାମୀଙ୍କ ସଂଖ୍ୟା ମଧ୍ୟ ରହିଛି । ହୁତି ବିଦ୍ରୋହୀମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ସଂଗଠନରେ ନିଯୁକ୍ତି ଦେଉଛନ୍ତି।

ଅନ୍ତର୍ଜାତୀୟ ସମ୍ପ୍ରଦାୟ ଉପରେ ଚାପ ପ୍ରୟୋଗ ହେଉଛି ଲକ୍ଷ୍ୟ

ହୁତି ବିଦ୍ରୋହୀମାନେ ଲୋହିତ ସାଗରର ଏକ ବଡ଼ ଉପକୂଳ ଅଞ୍ଚଳକୁ ନିୟନ୍ତ୍ରଣ କରନ୍ତି। ଏହି ରୁଟ୍ ଦେଇ ଯାଉଥିବା ଜାହାଜକୁ ଟାର୍ଗେଟ କରିବା ସେମାନଙ୍କ ପାଇଁ ସହଜ ଅଟେ । ବର୍ତ୍ତମାନ ଅନ୍ତର୍ଜାତୀୟ ତୈଳ ବ୍ୟବସାୟର  12 ପ୍ରତିଶତ ଲୋହିତ ସାଗର ଦେଇ ହେଉଥିବାରୁ  ହୁତି ବିଦ୍ରୋହୀମାନେ ଅଶୋଧିତ ତୈଳ ଜାହାଜକୁ ଅଧିକ ଟାର୍ଗେଟ କରୁଛନ୍ତି। ଏହା ମାଧ୍ୟମରେ ସେମାନେ ସମଗ୍ର ବିଶ୍ୱ ଉପରେ ଏବଂ ବିଶେଷ କରି ସାଉଦି ଆରବ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି, କାରଣ ୟେମେନ ସରକାର ସେଠାରୁ ଚାଲୁଛି । ସାଉଦି ଆରବଠାରୁ ହୁତି ବିଦ୍ରୋହୀମାନେ ଅଧିକ ରିହାତି ଚାହୁଁଛନ୍ତି।

ଆକ୍ରମଣ ମାଧ୍ୟମରେ ସେମାନେ ଦର୍ଶାଇବାକୁ ଚାହାଁନ୍ତି ଯେ ସେମାନେ ଯେକୌଣସି ସମୟରେ ଲୋହିତ ସାଗର ମାର୍ଗ ବନ୍ଦ କରିପାରିବେ । ଏହା କରିବା ଦ୍ୱାରା ତୈଳ ବ୍ୟବସାୟ ବାଧାପ୍ରାପ୍ତ ହେବ ଏବଂ ସମଗ୍ର ବିଶ୍ୱରେ ତୈଳ ମୂଲ୍ୟ ବୃଦ୍ଧି ପାଇବ, ଯାହା ସାଉଦି ଆରବ ଉପରେ ଅଧିକ ଚାପ ପକାଇବ । ଇସ୍ରାଏଲ୍ ଜାହାଜଗୁଡିକ ଟାର୍ଗେଟ କରାଯିବାର  କାରଣ ହେଉଛି ହାମାସ ପ୍ରତି ନିଜ ସମର୍ଥନ ବ୍ୟକ୍ତ କରିବା । ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ହୁତି ବିଦ୍ରୋହୀମାନେ ଇସ୍ରାଏଲ ଅଭିମୁଖେ ଯାଉଥିବା ଏକ ତୈଳବାହୀ ଜାହଜକୁ  ଟାର୍ଗେଟ କରିଥିଲେ।  ସେମାନେ କ୍ରମାଗତ ଭାବରେ ଏହା କରୁଛନ୍ତି ।