Gutam Adani:ଜିଓକୁ ଟକ୍କର ଦେବାକୁ ଗୌତମ ଆଦାନୀ ଆଣୁଛନ୍ତି ନୂଆ କମ୍ପାନୀ,ଦାବିର ସତ୍ୟତା ଜାଣନ୍ତୁ
Advertisement

Gutam Adani:ଜିଓକୁ ଟକ୍କର ଦେବାକୁ ଗୌତମ ଆଦାନୀ ଆଣୁଛନ୍ତି ନୂଆ କମ୍ପାନୀ,ଦାବିର ସତ୍ୟତା ଜାଣନ୍ତୁ

ଏବେ ଗୌତମ ଆଦାନୀ ହେଡଲାଇନରେ ଅଛନ୍ତି। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ନେଇ  ଅନେକ ଖବର ଆସୁଛି । ତା’ଭିତରେ ଗୋଟିଏ  ନୂଆ ଖବର ହେଉଛି ଯେ,ଗୌତମ ଆଦାନୀ ଖୁବ୍ ଶୀଘ୍ର ଜିଓକୁ ଟକ୍କର ଦେବାକୁ ଡାଟା ଓ କଲିଂ ବିଜନେସକୁ ଓହ୍ଲାଉଛନ୍ତି । ଏଥିପାଇଁ ସେ  ତାଙ୍କ ସିମ୍ ଏବଂ ସ୍ମାର୍ଟଫୋନ୍ ବଜାରକୁ ଆଣିବାକୁ ଯାଉଛନ୍ତି ।

SOCIAL MEDIA

Gutam Adani: ଏବେ ଗୌତମ ଆଦାନୀ ହେଡଲାଇନରେ ଅଛନ୍ତି। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ନେଇ  ଅନେକ ଖବର ଆସୁଛି । ତା’ଭିତରେ ଗୋଟିଏ  ନୂଆ ଖବର ହେଉଛି ଯେ,ଗୌତମ ଆଦାନୀ ଖୁବ୍ ଶୀଘ୍ର ଜିଓକୁ ଟକ୍କର ଦେବାକୁ ଡାଟା ଓ କଲିଂ ବିଜନେସକୁ ଓହ୍ଲାଉଛନ୍ତି । ଏଥିପାଇଁ ସେ  ତାଙ୍କ ସିମ୍ ଏବଂ ସ୍ମାର୍ଟଫୋନ୍ ବଜାରକୁ ଆଣିବାକୁ ଯାଉଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି ହୋଇଛି ଯେ, ସତରେ କ’ଣ ଆଦାନୀ ଏଣ୍ଟରପ୍ରାଇଜେସ୍ କଲିଂ ବିଜନେସକୁ ଓହ୍ଲାଉଛି ଓ ସତରେ କ’ଣ ଆଦାନୀ ଆଣୁଛନ୍ତି ସିମ୍ ? ଆସନ୍ତୁ ଜାଣିବା ସତ କ’ଣ  ।

ଏଭଳି ଆଲୋଚନା ଆରମ୍ଭ ହେବା ପଛରେ ରହିଛି ଗୋଟିଏ ହାଇପ୍ରୋଫାଇଲ ବୈଠକ । ନିକଟରେ କ୍ୱାଲକମ୍ ସିଇଓ କ୍ରିଷ୍ଟିଆନୋ ଆମୋନ ଭାରତ ଆସିଥିଲେ । ଏହି ସମୟରେ ସେ ଭାରତର ବିଶିଷ୍ଟ ଶିଳ୍ପପତିମାନଙ୍କୁ ସାକ୍ଷାତ କରିଥିଲେ । ଯେଉଁମାନଙ୍କ ମଧ୍ୟରେ ଗୌତମ ଆଦାନୀ ମଧ୍ୟ ଥିଲେ । ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଆଦାନୀ ନୂଆ ସିମ୍ ବଜାରକୁ ଆଣି ମୋବାଇଲ ବିଜେନସକୁ ଓହ୍ଲାଉଥିବା ଆଲୋଚନା ଆରମ୍ଭ ହୋଇଥିଲା । ଆଦାନୀ ଏକ ନୂଆ କମ୍ପାନୀ ଜରିଆରେ ମୋବାଇଲ ଓ ଡାଟା ବିଜନେସକୁ ଓହ୍ଲାଉଥିବା ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ତେବେ ଏପର୍ଯ୍ୟନ୍ତ ଆଦାନୀ କିମ୍ବା କ୍ୱାଲକମ୍ ପକ୍ଷରୁ ଏନେଇ କୌଣସି  ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଏହି ସାକ୍ଷାତ ପରେ ଗୌତମ ଆଦାନୀ 'X' ବିଷୟରେ ସୂଚନା ସେୟାର କରିଥିଲେ । କିନ୍ତୁ ସେଥିରେ  ନୂଆ ବ୍ୟବସାୟକୁ ଯିବା ବାବଦରେ କୌଣସି ତଥ୍ୟ ଦେଇନଥିଲେ । ତେଣୁ ଯେତେବେଳେ ଆଦାନୀ ନିଜେ ଏବାବଦରେ କୌଣସି ତଥ୍ୟ ଦେଇନାହାନ୍ତି ସେତେବେଳେ ତାଙ୍କର ମୋବାଇଲ ବ୍ୟବସାୟକୁ ନେଇ ଉଡୁଥିବା ଖବର କେବଳ ଗୁଜବ ଛଡା ଆଉ କିଛି ନୁହେଁ ।

2022 ମସିହାରେ ଆୟୋଜିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ ଗୌତମ ଆଦାନୀଙ୍କ କମ୍ପାନୀ  କିଛି 5G ସ୍ପେକ୍ଟ୍ରମ୍ କିଣିଥିଲେ ।  ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଆଦାନୀଙ୍କ ଦ୍ୱାରା ଡାଟା ସେଣ୍ଟର ନିର୍ମାଣ କରାଯାଉଛି। ଡିଜାଇନ୍ ଏବଂ ସେମିକଣ୍ଡକ୍ଟର ଉତ୍ପାଦନରେ କ୍ୱାଲକମ୍ ଏକ ବଡ଼ ଖେଳାଳି ।  ମାର୍ଚ୍ଚ 14 ରେ ଚେନ୍ନାଇରେ ଏକ ନୂତନ ଡିଜାଇନ୍ ସେଣ୍ଟର ପ୍ରତିଷ୍ଠା ବିଷୟରେ କ୍ୱାଲକମ୍ ମଧ୍ୟ କହିଥିଲା। ଏହି କାରଣରୁ ଏଭଳି  ସମ୍ବାଦ ଭାଇରା ହେଉଥିବା କୁହାଯାଉଛି ।