Ganesh Puja: ସେଲିବ୍ରିଟିଙ୍କ ଘରେ ସେଲିବ୍ରେସନ, ଅଗ୍ରପୂଜ୍ୟଙ୍କ ଆଶୀର୍ବାଦ ନେଲେ ଖାନ୍ ପରିବାର
Advertisement

Ganesh Puja: ସେଲିବ୍ରିଟିଙ୍କ ଘରେ ସେଲିବ୍ରେସନ, ଅଗ୍ରପୂଜ୍ୟଙ୍କ ଆଶୀର୍ବାଦ ନେଲେ ଖାନ୍ ପରିବାର

ମହାରାଷ୍ଟ୍ରରେ ଅନ୍ୟ ପୂଜା ତୁଳନାରେ ଗଣେଶ ପୂଜା ବହୁତ ଧୁମଧାମରେ ପାଳନ କରାଯାଏ। ଦୁଇ ବର୍ଷ ପରେ ବଲିଉଡ ଏବଂ ଟିଭି ସେଲିବ୍ରିଟିମାନେ ବହୁ ଉତ୍ସାହର ସହ ଗଣେଶ ପୂଜା ସେଲିବ୍ରେସନ କରିଛନ୍ତି। କିଛି ସେଲିବ୍ରିଟିମାନେ ଗଣେଶ ମୂର୍ତ୍ତିଗୁଡ଼ିକୁ ଘରକୁ ଆଣି ପୂଜା କରିଥିବା ବେଳେ ଅନ୍ୟମାନେ ଗଣପତିଙ୍କ ପେଣ୍ଡାଲକୁ ଅଗ୍ରପୂଜ୍ୟଙ୍କୁ ପ୍ରଣାମ କରିବାକୁ ଯାଇଛନ୍ତି। 

Ganesh Puja: ସେଲିବ୍ରିଟିଙ୍କ ଘରେ ସେଲିବ୍ରେସନ, ଅଗ୍ରପୂଜ୍ୟଙ୍କ ଆଶୀର୍ବାଦ ନେଲେ ଖାନ୍ ପରିବାର

Ganesh Puja in Bollywood, ମୁମ୍ବାଇ : ମହାରାଷ୍ଟ୍ରରେ ଆରମ୍ଭ ହୋଇଯାଇଛି ୧୦ ଦିନିଆ ଗଣେଶ ମହୋତ୍ସବ। ଗଣେଶ ଚତୁର୍ଥୀ ପର୍ବ ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି। ସାଧାରଣ ବ୍ୟକ୍ତିଠାରୁ ଆରମ୍ଭ କରି ଭିଆଇପିଙ୍କ ପର୍ଯ୍ୟନ୍ତ ସମସ୍ତେ ବାପ୍ପାଙ୍କୁ ବହୁତ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି। କୋରୋନା କଟକଣା କୋହଳ ହୋଇଥିବା ଯୋଗୁଁ ବଲିଉଡ ତାରକାମାନେ ମଧ୍ୟ ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ କୌଣସି ସୁଯୋଗ ହାତଛଡା କରି ନାହାଁନ୍ତି। ଅର୍ଜୁନ ବ୍ରିଜଲାନି, ଗୁରୁମିତ ଚୌଧୁରୀ, ରାହୁଲ ବିଦ୍ୟା ଏବଂ ଗଣେଶ ଆଚାର୍ଯ୍ୟ ପ୍ରଭୃତି ସେଲିବ୍ରିଟି ଗଣପତିଙ୍କୁ ଆବାହନ କରିଛନ୍ତି। 

ମହାରାଷ୍ଟ୍ରରେ ଅନ୍ୟ ପୂଜା ତୁଳନାରେ ଗଣେଶ ପୂଜା ବହୁତ ଧୁମଧାମରେ ପାଳନ କରାଯାଏ। ଦୁଇ ବର୍ଷ ପରେ ବଲିଉଡ ଏବଂ ଟିଭି ସେଲିବ୍ରିଟିମାନେ ବହୁ ଉତ୍ସାହର ସହ ଗଣେଶ ପୂଜା ସେଲିବ୍ରେସନ କରିଛନ୍ତି। କିଛି ସେଲିବ୍ରିଟିମାନେ ଗଣେଶ ମୂର୍ତ୍ତିଗୁଡ଼ିକୁ ଘରକୁ ଆଣି ପୂଜା କରିଥିବା ବେଳେ ଅନ୍ୟମାନେ ଗଣପତିଙ୍କ ପେଣ୍ଡାଲକୁ ଅଗ୍ରପୂଜ୍ୟଙ୍କୁ ପ୍ରଣାମ କରିବାକୁ ଯାଇଛନ୍ତି। ଶିଳ୍ପା ଶେଟ୍ଟୀ ମଧ୍ୟ ସେମିତି ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ ସେଲିବ୍ରିଟି ଯିଏ ପ୍ରତିବର୍ଷ ବାପ୍ପାଙ୍କୁ ଘରକୁ ଆଣିଥାନ୍ତି। ତେବେ ଚଳିତ ବର୍ଷ ଶିଳ୍ପାଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମୂର୍ତ୍ତି ଘରକୁ ଆଣିଥିବାର ନଜର ଆସିଥିଲେ।

Also Read: Laal Singh Chaddhaର ନୈରାଶ୍ୟଜନକ ବ୍ୟବସାୟ ପରେ Aamir Khan ନେଲେ ଏହି ନିଷ୍ପତ୍ତି

ଭାରତ ଏକ ଭାଇଚାରାର ଦେଶ। କେବଳ ଯେ ହିନ୍ଦୁ ଧର୍ମାବଲମ୍ୱୀ ସେଲିବ୍ରିଟି ଗଣପତିଙ୍କୁ ଆବାହନ କରିଛନ୍ତି ତାହାନୁହେଁ, ମୁସଲମାନ ତାରକାମାନେ ମଧ୍ୟ ବାପ୍ପାଙ୍କ ଉପରେ ଗଭୀର ଭାବରେ ବିଶ୍ୱାସ କରନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ତାରକା ଗଣପତିଙ୍କ ମୂର୍ତ୍ତି ନିଜ ଘରକୁ ଆଣିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବଲିଉଡର ସୁପରଷ୍ଟାର ସଲମାନ ଖାନ ମଧ୍ୟ ଗଣପତିଙ୍କ ମୂର୍ତ୍ତି ଘରକୁ ଆଣି ପରିବାର ସହିତ ଗଣେଶ ପୂଜା ସେଲିବ୍ରେସନ କରିଥିଲେ। ସଲମାନଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରୀ ଏହାର ଏକ ଭିଡିଓ ସେୟାର କରିଛନ୍ତି। ଯାହା ଖୁବ ଭାଇରାଲ ହେଉଛି। 

 

ଅତୁଲ ସେୟାର କରିଥିବା ଭିଡିଓରେ ସଲମାନଙ୍କ ପିତା ସଲିମ ଖାନ, ସଲମା, ହେଲେନ, ଅରବାଜ ଖାନ, ସୋହେଲ ଖାନ ଏବଂ ପରିବାରର ଅନ୍ୟ ସଦସ୍ୟ ଗଣେଶଙ୍କ ଆରତୀ କରୁଥିବାର ନଜର ଆସିଛନ୍ତି। ଭାଇଜାନଙ୍କର ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏଥି ସହିତ ଅର୍ପିତାଙ୍କ ସ୍ୱାମୀ ଆୟୁଷ ମଧ୍ୟ ତାଙ୍କର ଦୁଇ ସନ୍ତାନର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଫଟୋରେ ଉଭୟ ଗଣପତିଙ୍କ ପ୍ରତିମା ସାମ୍ନାରେ ବସିଛନ୍ତି। ସେୟାର ହୋଇଥିବା ଭିଡିଓରେ ସଲମାନ ଖାନ ବାପ୍ପାଙ୍କ ଆରତୀ କରୁଥିବା ଦେଖିବାକୁ ମିଳିଥିବାବେଳେ, ଏହା ସହିତ ସେ ଭକ୍ତିରେ ଝୁଲି ଝୁଲି କରତାଳି ଦେଉଥିବାର ମଧ୍ୟ ନଜରକୁ ଆସିଛନ୍ତି। 

Also Read: Bollywood News: Akshay Kumar ନେଲେ ବଡ଼ ପଦକ୍ଷେପ, ଅନ୍ୟ ଆକ୍ଟରଙ୍କୁ ହୋଇପାରେ ପେଟ ବିନ୍ଧା

ନବଦମ୍ପତି ଭିକି କୌଶଲ ଏବଂ କ୍ୟାଟ୍ରିନା ମଧ୍ୟ ଗଣେଶ ପୂଜାରେ ଯୋଗ ଦେଇଥିଲେ। ଭିକିଙ୍କୁ ହଳଦିଆ କୁର୍ତ୍ତା ପରିଧାନ କରିଥିବା ଦେଖାଯାଇଥିବାବେଳେ କ୍ୟାଟ୍ରିନା ମଧ୍ୟ ହାଲୁକା ହଳଦିଆ ରଙ୍ଗର ସୁଟ୍ ପିନ୍ଧିଥିଲେ। କ୍ୟାଟ୍ରିନା ଏବଂ ଅର୍ପିତାଙ୍କ ମଧ୍ୟରେ ସବୁବେଳେ ଏକ ଗଭୀର ରିଲେସନ୍ ରହିଆସିଛି। ଏହି ପୋଷ୍ଟକୁ ସେୟାର କରି ସଲମାନ କ୍ୟାପସନରେ ଲେଖିଛନ୍ତି - 'ଗଣପତି ବାପ୍ପା ମୋରିଆ'। ଆଗାମୀ ସମୟରେ ସଲମାନ ଫିଲ୍ମ 'ରାଧେ' ଏବଂ 'କଭି ଇଦ୍ କଭୀ ଦିୱାଲୀ'ରେ ନଜର ଆସିବେ।

 

ଏହି ଅବସରରେ ଆଉକିଛି ସେଲିବ୍ରିଟି ମଧ୍ୟ ନଜରକୁ ଆସିଥିଲେ। ବଲିଉଡର କିଙ୍ଗ ଖାନ ମଧ୍ୟ ପ୍ରତ୍ୟେକ ହିନ୍ଦୁ ପର୍ବକୁ ଭକ୍ତିର ସହିତ ପାଳନ କରନ୍ତି। ଗଣପତି ବାପ୍ପାଙ୍କ ଉପରେ ତାଙ୍କର ବହୁତ ବିଶ୍ୱାସ ରହିଛି ଏବଂ ତାଙ୍କ ଘରେ ସେ ବିଘ୍ନରାଜଙ୍କ ପ୍ରତିମା ସ୍ଥାପନ କରିଛନ୍ତି। ଏହି ଅଭିନେତା ସେମାନଙ୍କ ପରିବାର ଏବଂ ପିଲାମାନଙ୍କ ସହିତ ମହାର୍ଷ୍ଟ୍ରର ଗଣପର୍ବକୁ ଧୁମଧାମରେ ପାଳନ କରିଛନ୍ତି। ସେହିପରି ସୈଫ ଅଲି ଖାନ ଜଣେ ମୁସଲମାନ ସତ ମାତ୍ର ସେ କରୀନା କପୁରଙ୍କୁ ବିବାହ କରିଛନ୍ତି। ସେଥିପାଇଁ ପ୍ରତିବର୍ଷ ସେ ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନ ତୈମୁର ଏବଂ ଜେହାଙ୍ଗୀରଙ୍କ ସହିତ ତାଙ୍କ ଘରେ ଗଣପତି ବାପ୍ପାଙ୍କ ପୂଜା କରନ୍ତି । ଚଳିତ ବର୍ଷ ମଧ୍ୟ ସେ ଅତି ଆଡ଼ମ୍ୱରରେ ଏହି ପର୍ବ ପାଳନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୈଫଙ୍କ ଭଉଣୀ ସୋହା ଅଲି ଖାନ ମଧ୍ୟ ତାଙ୍କ ସ୍ୱାମୀ କୁନାଲ ଖେମୁଙ୍କ ସହ ବାପ୍ପାଙ୍କୁ ଆବାହନ କରିଛନ୍ତି।