କ୍ୟାପିଟାଲ ଥାନାରେ ବବିଙ୍କ ନାଁରେ ଏତଲା
Advertisement
Article Detail0/zeeodisha/odisha2322910

କ୍ୟାପିଟାଲ ଥାନାରେ ବବିଙ୍କ ନାଁରେ ଏତଲା

ପ୍ରଣବ ପ୍ରକାଶ ଦାସ ଅନୁମତି ନନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିଲେ।

କ୍ୟାପିଟାଲ ଥାନାରେ ବବିଙ୍କ ନାଁରେ ଏତଲା

ଭୁବନେଶ୍ୱର: ପୂର୍ବତନ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାଁରେ ଆଜି ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏତଲା ଦେଇଛନ୍ତି ହାଇକୋର୍ଟ ଆଇନଜୀବୀ ସତ୍ୟଶିବ ସୁନ୍ଦର ମହାନ୍ତି। 

ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପ୍ରଣବ ପ୍ରକାଶ ଦାସ ଅନୁମତି ନନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିଲେ। ସ୍ୱତନ୍ତ୍ର କମିଟି ଗଢ଼ି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଯୋଗପତ୍ରରେ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି ଦର୍ଶାଇଛନ୍ତି। ତେବେ ଏହି ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ଆଇନଜୀବୀ। 

ଅନ୍ୟପଟେ VIIIMR-1 କ୍ୱାର୍ଟର୍ସର ଦୁଇ ପାର୍ଶ୍ୱରେ ଥିବା ୨ଟି ସରକାରୀ କ୍ୱାର୍ଟର୍ସ VIIIMR-2 ଏବଂ VIIR-1ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ। ଏହାସହିତ ପ୍ରାୟ ୨ରୁ ୩କୋଟି ଟଙ୍କା ଖର୍ଚ୍ଚ କରି ଅଢ଼େଇ ହଜାର ବର୍ଗଫୁଟ ଅଂଚଳରେ ମୂଲ୍ୟବାନ କାଠ ଓ କାଚରେ ଆଲିଶାନ ଘର ନିର୍ମାଣ କରିଥିଲେ। ସେହି କୋଠାରେ ବିଦେଶରୁ ଆସିଥିବା ସୋଫା, ବେଡ୍‌, ମୂଲ୍ୟବାନ ଲାଇଟ୍ ଓ ଅନ୍ୟାନ୍ୟ ବିଳାସମୟ ସାମଗ୍ରୀ ରହିଥିଲା। ଏବେ ବିଜେଡି କ୍ଷମତାରୁ ଯିବାପରେ ବବି ସେହି ଘରକୁ ଭାଙ୍ଗି ଦେଇଛନ୍ତି।