Horoscope Today 8 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୮ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ ରାଶି: ଆଜି ମେଷ ରାଶି ଲୋକମାନେ ନିଜ କ୍ୟାରିୟରରେ ନୂତନ ସଫଳତା ହାସଲ କରିବେ। ଏକ ନୂତନ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। କାର୍ଯ୍ୟ ସଂପର୍କରେ ଭ୍ରମଣ କରିବାର ସମ୍ଭାବନା ରହିବ। ପ୍ରେମ ଏବଂ ବିଶ୍ୱାସ ସମ୍ପର୍କରେ ବୃଦ୍ଧି ପାଇବ। ବ୍ୟବସାୟରେ ବୃଦ୍ଧି ହେବ। ଆର୍ଥିକ ପରିସ୍ଥିତି ମଜବୁତ ହେବ। ପୁରୁଣା ନିବେଶରୁ ତୁମେ ଭଲ ଲାଭ ପାଇବ। ଦୀର୍ଘ ଦିନର ରୋଗରୁ ଆପଣ ଆରାମ ପାଇବେ।
ବୃଷ: ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ପାଇଁ ପ୍ରଗତିର ଦିନ। ନୂତନ ସୁଯୋଗ ମିଳିପାରେ। କାର୍ଯ୍ୟଗୁଡ଼ିକର ପ୍ରତିବନ୍ଧକ ହଟାଯିବ। ଅଫିସରେ କାର୍ଯ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବ୍ୟବସାୟିକ ପରିସ୍ଥିତି ଅଧିକ ଶକ୍ତିଶାଳୀ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଛାତ୍ରଛାତ୍ରୀମାନଙ୍କୁ ଶୁଭ ଖବର ମିଳିବ। ଆୟରେ ବୃଦ୍ଧି ଘଟିବ। ଚାକିରିରେ ପଦୋନ୍ନତି ହେବ।
ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉନ୍ନତ ରହିବ। ଆଜି ଅନେକ ରୋମାଞ୍ଚକର ସ୍ଥିତି ଦେଇ ଗତି କରିବେ। କ୍ୟାରିୟରରେ ଉନ୍ନତି ଆସିବ। ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବେ। ନଚେତ ଆର୍ଥିକ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟରେ କଳହ ଦେଖାଦେଇପାରେ। କର୍ମକ୍ଷେତ୍ରରେ ନିଜର ସକରାତ୍ମକ ଛବି ବଜାୟ ରଖିବେ।
କର୍କଟ ରାଶି: ଆଜି କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ସାହ ପୂର୍ଣ୍ଣ ରହିବ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବେଶ ରୋମାନ୍ସ ଭରା ରହିବ। କିଛି ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି। ନୂଆ ଦିଗରୁ ଧନ ଲାଭ ଯୋଗ ରହିଛି। ଅଟକି ଥିବା ଧନ ଫେରିପାଇବେ। ନିବେଶରୁ ଭଲ ଲାଭ ମିଳିବ। ଅଫିସ ପଲିଟିକ୍ସରୁ ଦୁରେଇ ରୁହନ୍ତୁ।
ସିଂହ ରାଶି:ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବେଶ ଭଲ ରହିବ। ପ୍ରେମ ସମ୍ପର୍କ ନିବିଡ଼ତା ଆସିବ। କ୍ୟାରିୟରରେ ଉନ୍ନତି ଆସିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ସମୟ ଅତିବାହିତ କରିପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷାରେ ସଫଳତା ମିଳିପାରେ। ଆର୍ଥିକ ମାମଲାରେ ଦିନଟି ବେଶ ଭଲ ରହିବ। ପୈତୃକ ସମ୍ପତ୍ତିରୁ ଧନଲାଭ ଯୋଗ ରହିଛି। ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବେଶ ଭଲ ରହିବ। ଗାଡ଼ି ଚାଳନା ସମୟରେ ସାବଧାନ ରୁହନ୍ତୁ।
କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ମିଶ୍ରିତ ଫଳାଫଳ ଦେବ। ଚାକିରିଆଙ୍କ ପାଇଁ ଦିନଟି ବ୍ୟସ୍ତବହୁଳ ରହିବ। ଅତ୍ୟଧିକ ଦାୟିତ୍ୱ ମଧ୍ୟରେ କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତରେ ବୁଡି ରହିବେ। ପ୍ରେମ ସମ୍ପର୍କରେ ଛୋଟମୋଟ କଳହ ଦେଖାଦେଇପାରେ। ଚିନ୍ତାଗ୍ରସ୍ତ ରହିପାରନ୍ତି। କଥାବାର୍ତ୍ତା ସମୟରେ ନିଜ ତୁଣ୍ଡ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଦୀର୍ଘକାଳୀନ ଆର୍ଥିକ ଯୋଜନା ପ୍ରସ୍ତୁ କରିପାରନ୍ତି। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।
ତୁଳା ରାଶି: ତୁଳା ରାଶିର ବ୍ୟକ୍ତିଙ୍କୁ ମିଶ୍ରିତ ଫଳାଫଳ ମିଳିବ। ନୂଆ ପ୍ରୋଜେକ୍ଟେର କାର୍ଯ୍ୟ କରିବାର ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ। ଯଦିଓ ସହକର୍ମଚାରୀଙ୍କ ଚିନ୍ତାଧାରରେ ଭିନ୍ନତା ଆସିବ। ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ହେବାର ସୁଯୋଗ ମିଳିପାରେ।ଆପଣଙ୍କ ଆର୍ଥିକ ସ୍ଥିତି ବେଶ ମଜବୁତ ରହିବ।
ବିଛା ରାଶି:ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉନ୍ନତ ରହିବ। ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। କାରବାର ହେଉ ଅବା ଚାକିରି ସବୁଥିରେ ଆପଣ ଲାଭରେ ରହିବ। ପ୍ରେମୀଯୁଗଳଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକଙ୍କ ସ୍ୱିକୃତି ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ଚିନ୍ତାଧାରାକୁ ମୁକ୍ତ ଭାବେ ଉପସ୍ଥାପନ କରିପାର। କ୍ୟାରିୟରରେ ନୂଆ ସୁଯୋଗ ମିଳିପାରେ। ଋଣମୁକ୍ତ ହେବେ। ଆୟର ନୂଆ ପନ୍ଥା ଆପଣାଇବେ।
ଧନୁ ରାଶି: ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସମ୍ପର୍କରେ ରୋମାନ୍ସ ବଜାୟ ରହିବ। ବୃତ୍ତିଗତ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତିଭାକୁ ଉପସ୍ଥାପନ କରିବାକୁ ଅନେକ ସୁଯୋଗ ମିଳିବ। ଉପରିସ୍ଥ ଅଧିକାରୀଙ୍କ ଠାରୁ ଆପଣଙ୍କ ବିଷୟରେ ସକରାତ୍ମକ ପ୍ରତିକ୍ରିୟା ମିଳିବ। ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କଲେ ବେଶ ଉତ୍ତମ ରହିବ। ଆର୍ଥିକ ମାମଲାରେ ସାବଧାନ ଆପଣାନ୍ତୁ। ଷ୍ଟକ ମାର୍କେଟରେ ଭାବିଚିନ୍ତି ନିବେଶ କରନ୍ତୁ।
ମକର ରାଶି: ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ମିଶ୍ରିତ ଫଳାଫଳ ପ୍ରଦାନ କରିବ। ନିବେଶରୁ ଭଲ ପ୍ରତିକ୍ରିୟା ମିଳିପାରେ। ପ୍ରେମୀଯୁଗଳଙ୍କ ସମ୍ପର୍କ ମଜବୁତ ହେବ। ଜୀବନସାଥୀଙ୍କ ସହିତ ସମ୍ପର୍କରେ ସାମାନ୍ୟ କଳହ ଦେଖାଦେଇପାରେ। ପ୍ରେମୀଯୁଗଳଙ୍କୁ ପାରିବାରିକ ସ୍ୱିକୃତି ମିଳିପାରେ। ଧୈର୍ଯ୍ୟ ବଜାୟ ରଖନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତତା ରହିପାରନ୍ତି। କ୍ୟାରିୟରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
କୁମ୍ଭ ରାଶି:କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଅଫିସ କାର୍ଯ୍ୟରେ ସାବଧାନତାର ସହିତ କାର୍ଯ୍ୟ କରନ୍ତୁ। ଆପଣଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ। ପରିଶ୍ରମର ଫଳ ମିଳିବ। ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି। କାମ ପାଇଁ ବାହାରକୁ ଯାତ୍ରା କରିପାରନ୍ତି। କ୍ୟାରିୟରର ଗୋଲ୍ସକୁ ନେଇ ମହତ୍ତ୍ୱାକାଂକ୍ଷୀ ହୋଇପାରନ୍ତି। ନିଜର ଜୀବନସାଥିଙ୍କ ସହିତ ସମୟ ଅତିବାହିତ କରିପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ।
ମୀନ ରାଶି: ଆଜିର ଦିନଟି ବେଶ ଚିନ୍ତାଗ୍ରସ୍ତ ରହିବେ। ଜୀବନସାଥିଙ୍କ ସହିତ ବିବାଦ ଦେଖାଦେଇପାରେ। ସମ୍ପର୍କରେ ଫାଟ ଦେଖାଦେଇପାରେ। ଦୀର୍ଘ ଯାତ୍ରାର ଯୋଗ ରହିଛି। ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଅଫିସ ପଲିଟିକ୍ସରୁ ଦୁରେଇ ରୁହନ୍ତୁ। କ୍ୟାରିୟରରେ ଗ୍ରୋଥକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़