କୁକୁର ସହ ଗୀତ ଗାଇଲେ Farhan Akhtar, ଏହା ଶୁଣିଲେ ଆପଣ ହୋଇଯିବେ ଚକିତ
Advertisement
Article Detail0/zeeodisha/odisha1357134

କୁକୁର ସହ ଗୀତ ଗାଇଲେ Farhan Akhtar, ଏହା ଶୁଣିଲେ ଆପଣ ହୋଇଯିବେ ଚକିତ

Farhan Akhtar : ସନ୍ ଡେକୁ ଅଧିକ କୌତୁହଳପୂର୍ଣ୍ଣ ଦିନ ବନେଇଛନ୍ତି ବଲିଉଡ ଅଭିନେତା ଫରାନ ଅକ୍ତର (Farhan Akhtar) । ଫରାନ୍ ଏକାଧାରରେ ଜଣେ ଅଭିନେତା, ସିଙ୍ଗର, ଲିରିସିଷ୍ଟ ଓ ରାଇଟର। ଗୀତ ଗାଇବାର ସେ ବେଶ ଧୁରନ୍ଦର ।

ସୌଜନ୍ୟ : ସୋସିଆଲ ମିଡିଆ

Farhan Akhtar : ସନ୍ ଡେକୁ ଅଧିକ କୌତୁହଳପୂର୍ଣ୍ଣ ଦିନ ବନେଇଛନ୍ତି ବଲିଉଡ ଅଭିନେତା ଫରାନ ଅକ୍ତର (Farhan Akhtar) । ଫରାନ୍ ଏକାଧାରରେ  ଜଣେ ଅଭିନେତା, ସିଙ୍ଗର, ଲିରିସିଷ୍ଟ ଓ ରାଇଟର। ଗୀତ ଗାଇବାର ସେ ବେଶ ଧୁରନ୍ଦର । ଏକଥା ଆମେ କହୁନୁ, ଫରାନ ଆଜି (ରବିବାର) ନିଜ ଇନଷ୍ଟାରେ ସେୟାର କରିଥିବା ଏକ ଭିଡିଓ ହିଁ ତାହା ପ୍ରମାଣିତ କରିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଫରାନ ହାତରେ ଏକ ଗିଟାର (guitar) ଧରି ଗୀତ ଗାଉଛନ୍ତି । ହେଲେ ଫରାନଙ୍କ ଘରେ ଥିବା ୨ଟି  ପାଳିତ କୁକୁର ମଧ୍ୟ ଫରାନଙ୍କୁ ଦେଖି ସେହିପରି ଗୀତ ଗାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି କୈତୁହଳ ପୂର୍ଣ୍ଣ ଭିଡିଓରେ ଫରାନଙ୍କ ଫ୍ୟାନ୍ସଙ୍କ ଏକାଧିକ କମେଣ୍ଟ ଓ ଲାଇକ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । କେତେକ ସେଲିବ୍ରେଟି ମଧ୍ୟ ଏ ଭିଡଓରେ କମେଣ୍ଟ ଦେଇଛନ୍ତି ।  

ଫରାନଙ୍କ ଭଉଣୀ ଜୋୟା ଅକ୍ତର ମଧ୍ୟ ଭିଡିଓରେ କମେଣ୍ଟ କରିଛନ୍ତି। ଜୋୟା ଲେଖିଛନ୍ତି ଯେ,ବେଷ୍ଟ ବ୍ୟାଣ୍ତ ଏଭର । ସେହିପରି ବି ଟାଉନର ଅଭିନେତା ମୃଣ୍ମାଲ ଠାକୁର(Mrunal Thakur) ,କୀର୍ତ୍ତି ସନନ(Kriti Sanon) ମଧ୍ୟ ଏ ପୋଷ୍ଟରେ କମେଣ୍ଟ କରିଛନ୍ତି। ଅଭିନେତା ଫରାନ୍ ଅକ୍ତରଙ୍କୁ ଶେଷଥର ପାଇଁ ଫିଲ୍ମ ତୋଫାନରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ଏକ ବକ୍ସରର ରୋଲ ନିଭାଇଥିଲେ । ଯାହା ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇଛି । ତେବେ ଆଗକୁ ତାଙ୍କର ଜି ଲେ ଜରା ଫିଲ୍ମଟି ଆସୁଛି। ଯେଉଁଥିରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ୨୦୨୩ରେ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଫିଲ୍ମରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ୍ ପ୍ରମୁଖ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମଟି ଜୋୟା ଅଖତରଙ୍କ ଦ୍ୱାରା ଲେଖାଯାଇଛି ।

ଏହାବି ପଢନ୍ତୁ  : Bigg Boss ୧୬ରେ ନଜର ଆସିବେ ପ୍ରକୃତି !

 

 
 
 
 

 
 
 
 
 
 
 
 
 
 
 

A post shared by Farhan Akhtar (@faroutakhtar)

 

ବଲିଉଡର ହ୍ୟାଣ୍ତସମ୍ ହିରୋ ଫରାନ ୨୦୧୯ରେ ଦ ସ୍କାଏ ଇଜ୍ ପିଙ୍କ୍ ଓ ଦ ଫକୀର ଅଫ ଭଏସ୍ ଫିଲ୍ମରେ ଅଭିନୟ କରିଥିଲେ । ସେହିପରି, ୨୦୧୭ରେ ଲକ୍ଷ୍ନୌ ସେଣ୍ଟ୍ରାଲ, ୨୦୧୬ରେ ଓ୍ବାଜିର୍, ୨୦୧୫ରେ ଦିଲ୍ ଧଡକନେ ଦୋ, ୨୦୧୪ ମସିହାରେ ସାଦିକେ ସାଇଡ୍ ଇଫେକ୍ଟ, ୨୦୧୩ରେ ଭାଗ ମିଲକା ଭାଗ, ୨୦୧୧ରେ ଜିନ୍ଦେଗୀ ନା ମିଲେଗୀ ଦୁବାର, ୨୦୧୦ରେ କାର୍ତ୍ତିକ୍ କଲିଙ୍ଗ କାର୍ତ୍ତିକ୍  ଓ ୨୦୦୯ରେ ଲକ ବାଇ ଚାନ୍ସ ଫିଲ୍ମରେ ଅଭିନୟ କରିଥିଲେ । ୨୦୦୮ ରେ ରକ ଅନ୍ ମୁଭିରେ ଡେବ୍ୟୁ କରିଥିଲେ ଫରାନ୍ । ସେହି ଫିଲ୍ମରେ ଆକ୍ଟିଂ କରିବା ସହ ଏକ ଗୀତ ମଧ୍ୟ ଗାଇଥିଲେ।  ଫରାନ୍ ଅକ୍ତର ୨୯୭୪ ଜାନୁଆରୀ ୯ ତାରିଖରେ ମହାରାଷ୍ଟ୍ରର ଜନ୍ମ ନେଇଥିଲେ।  ୨୦୧୩ ମସିହା ୧୩ ଜୁଲାଇରେ ରିଲିଜ ହୋଇଥିବା ଫିଲ୍ମ ଭାଗ ମିଲଖା ଭାଗ୍ । ଏହା ଫରାନଙ୍କ ଅଭିନୀତ ଫିଲ୍ମ। ଫିଲ୍ମଟି ବକ୍ସ ଅଫିସରେ ହିଟ ହୋଇଥିଲା। ଯାହା ତାଙ୍କୁ ଦେଇଥିଲା ସଫଳତା। ଫିଲ୍ମଟି ୪୧୦ ମିଲିୟନରେ ନିର୍ମିତ ହୋଇଥିବା ବେଳେ ବକ୍ସ ଅଫିସରେ ୨.୧ ମିଲିୟନ ରୋଜଗାର କରିଥିଲା।