Urvashi Rautela : କରବା ଚୌଥର ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ଅଭିନେତ୍ରୀ, ୟୁଜର୍ସ କହିଲେ କିଛି ଏମିତି...
Advertisement

Urvashi Rautela : କରବା ଚୌଥର ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ଅଭିନେତ୍ରୀ, ୟୁଜର୍ସ କହିଲେ କିଛି ଏମିତି...

Bollywood Actress Urvashi Rautela : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା (Bollywood Actress Urvashi Rautela) । ଗତ କିଛି ଦିନ ହେବ ଉର୍ବଶୀ ଓ ଭାରତୀୟ କ୍ରିକେଟର ରୁଷଭ ପନ୍ଥଙ୍କ ନାଁ ବେଶ ଚର୍ଚ୍ଚାକୁ ଆସିଛି। ଉଭୟ ନିଜ ସମ୍ପର୍କକୁ ନେଇ ମିଡିଆ ଆଗରେ କିଛି ଖୁଲାସା କରି ନ ଥିବା ବେଳେ ଉର୍ବଶୀ କିନ୍ତୁ ନିଜ ସୋସିଆଲ ମିଡିଆରେ ପନ୍ଥଙ୍କ ପାଇଁ କିଛିନା କିଛି ପୋଷ୍ଟ କରୁଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Bollywood Actress Urvashi Rautela : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା (Bollywood Actress Urvashi Rautela) । ଏବେ ଗତ କିଛି ଦିନ ହେବ ଉର୍ବଶୀ ଓ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ନାଁ ବେଶ ଚର୍ଚ୍ଚାକୁ ଆସିଛି। ଉଭୟ ନିଜ ସମ୍ପର୍କକୁ ନେଇ ମିଡିଆ ଆଗରେ କିଛି ଖୁଲାସା କରି ନ ଥିବା ବେଳେ ଉର୍ବଶୀ କିନ୍ତୁ ନିଜ ସୋସିଆଲ ମିଡିଆରେ ପନ୍ଥଙ୍କ ପାଇଁ କିଛିନା କିଛି ପୋଷ୍ଟ କରୁଛନ୍ତି । ଯାହାକୁ ନେଇ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି । ସେହିପରି ସେ କରବା ଚୌଥ(Karwa Chauth)କୁ ନେଇ ସେ ଇନଷ୍ଟାରେ ଶୁଭେଚ୍ଛା ଜଣାଇଛନ୍ତି । ଇନଷ୍ଟାରେ ସେ ଏନେଇ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଉର୍ବଶୀ ଏକ ହ୍ବାଇଟ କର୍ଲରର ଟପ ଓ ମେରୁନ କର୍ଲର ସ୍କର୍ଟ ପିନ୍ଧିଛନ୍ତି । ଏହି ଫଟୋର କ୍ୟାପସନରେ ଉର୍ବଶୀ ସମସ୍ତଙ୍କୁ କରୱାଚୌଥ୍‌ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ''ଚନ୍ଦ୍ରର ଆଲୋକ ଆପଣଙ୍କ ଜୀବନକୁ ସୁଖ ଏବଂ ଆନନ୍ଦ, ଶାନ୍ତିରେ ପରିପୂର୍ଣ୍ଣ କରୁ , ଶୁଖ  ସମୃଦ୍ଧି ବୃଦ୍ଧି କରୁ ''(Happy Karwa Chauth in advance)। 

ସେହିପରି ଅନ୍ୟ ଏକ ଫଟୋରେ ଉର୍ବଶ୍ରୀ ନାଲି ରଙ୍ଗର ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି । ସିନ୍ଦୁର ସହ ବେକରେ ଏକ ମଙ୍ଗଳ ସୂତ୍ର ପକାଇଥିବା ଦେଖିବାକୁ ମିଳିଛି । ପୁରା ସଧବା ମହିଳାଙ୍କ ପରି ସେ ସଜେଇ ହୋଇଛନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ପ୍ରଥମ ଫଟୋରେ  ୟୁଜର୍ସଙ୍କ ଢେର ସାରା କମେଣ୍ଟ ମଧ୍ୟ ଆସିଛି । ୟୁଜର୍ସମାନେ ତାଙ୍କ ଉର୍ବଶୀଙ୍କ ଫଟୋରେ କମେଣ୍ଟ କରିଛନ୍ତି ଯେ, ଆପଣ ବି କରୱାଚୌଥ୍‌ କରିବେ କି ? ଅନ୍ୟ ଜଣେ ପଚାରିଛନ୍ତି ଋଷଭ ପନ୍ତଙ୍କ ପାଇଁ ଉପବାସ କରିବେ କି ? ଏଭଳି ଢେର ସାରା କମେଣ୍ଟ କରି ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନ୍ତି । ସେହିପରି ଅନ୍ୟ ଜଣେ କମେଣ୍ଟ କରିଛନ୍ତି ଯେ, ଭଉଣୀ ଆପଣ ନିଜର ଆତ୍ମସମ୍ନାନକୁ କାହିଁକି ଏଭଳି ନଷ୍ଟ କରୁଛନ୍ତି । 

ଏହାବି ପଢନ୍ତୁ : Adipurush : ଫିଲ୍ମର ଟିଜରକୁ ନେଇ ବିବାଦ ପରେ ଆରମ୍ଭ ହେଲା ଡବିଂ, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍

 

 

 

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା (Urvashi Rautela) । ନିଜର ଚମକ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ହେଲେ ଗତ କିଛି ଦିନ ତଳେ  ଅଭିନେତ୍ରୀଙ୍କ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ  ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉର୍ବଶୀ ତାଙ୍କ ଡ୍ୟାନ୍ସ ପାର୍ଟନର ସହ ଡ୍ୟାନ୍ସ କରୁଥିବା ବେଳେ ନିଜ ଟପ୍ସ ଖୋଲିଛନ୍ତି। ଆଉ ବିଜଲିକି ତାର ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଉର୍ବଶୀ ଏହି ଭିଡିଓକୁ  ନିଜ ଇନଷ୍ଚାରେ ସେୟାର କରିଥିଲେ । ଯେଉଁଥିରେ ପ୍ରଶଂସକଙ୍କ ଢେର କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି ।  କିଛି ୟୁଜର୍ସ ତାଙ୍କୁ ଏଥିପାଇଁ ଟ୍ରୋଲ କରିଥିଲେ। ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ବହୁତ ସକ୍ରିୟ  । ସେ ତାଙ୍କ ଜୀବନ ସହିତ ଜଡିତ କିଛିନା କିଛି ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଯଦି ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆ କୁଇନ୍ କୁହାଯାଏ, ତେବେ ଏହା ଭୁଲ ହେବ ନାହିଁ । କିନ୍ତୁ ବେଳେବେଳେ ସେ ଏପରି ଭିଡିଓ ମଧ୍ୟ ସେୟାର କରନ୍ତି, ଯେଉଁଥିପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡେ । ଉର୍ବଶୀ କିଛି ବର୍ଷ ପୂର୍ବେ ଏକ ଭିଡିଓ ସେୟାର କରିଥିଲେ, ଯାହା ଦେଖିଲେ ଆପଣଙ୍କର ମଧ୍ୟ ହୋସ୍ ଉଡିଯିବ।