Urfi Javed Viral Video: ନିଜ ବେଡରୁମ୍ ସିକ୍ରେଟ୍ ଖୋଲିଦେଲେ ଉର୍ଫି ଜାଭେଦ, ଜାଣନ୍ତୁ କ'ଣ କହିଲେ?
Advertisement
Article Detail0/zeeodisha/odisha1474788

Urfi Javed Viral Video: ନିଜ ବେଡରୁମ୍ ସିକ୍ରେଟ୍ ଖୋଲିଦେଲେ ଉର୍ଫି ଜାଭେଦ, ଜାଣନ୍ତୁ କ'ଣ କହିଲେ?

Urfi Javed Viral Video: ବିଗବସ ଓଟିଟି ଫେମ୍ ଉର୍ଫି ଜାଭେଦ୍। ତାଙ୍କୁ କିଏ ବା ନାଣେ । ନିଜର ଅତରଙ୍ଗୀ ପୋଷାକ ପାଇଁ ଉର୍ଫି ଜାଭେଦ ସବୁବେଳ ଲାଇମଲାଇଟରେ ରୁହନ୍ତି । ଉର୍ଫି ଅନେକ ସମୟରେ ନିଜ ପୋଷାକ ପାଇଁ ଟ୍ରୋଲ ବି ହୁଅନ୍ତି । କେତେକ ତାଙ୍କ ପୋଷାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ତାଙ୍କ ଟ୍ରୋଲ କରିବାକୁ ଆଗେଇ ଆସନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Urfi Javed Viral Video: ବିଗବସ ଓଟିଟି ଫେମ୍ ଉର୍ଫି ଜାଭେଦ୍। ତାଙ୍କୁ କିଏ ବା ନାଣେ । ନିଜର ଅତରଙ୍ଗୀ ପୋଷାକ ପାଇଁ ଉର୍ଫି ଜାଭେଦ ସବୁବେଳ ଲାଇମଲାଇଟରେ ରୁହନ୍ତି । ଉର୍ଫି ଅନେକ ସମୟରେ ନିଜ ପୋଷାକ ପାଇଁ ଟ୍ରୋଲ ବି ହୁଅନ୍ତି । କେତେକ ତାଙ୍କ ପୋଷାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ତାଙ୍କ ଟ୍ରୋଲ କରିବାକୁ ଆଗେଇ ଆସନ୍ତି । କିନ୍ତୁ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଉର୍ଫି ଜାଭେଦଙ୍କ ପୋଷାକ ଉପରେ ଯିଏ କିଛି ମନ୍ତବ୍ୟ ଦିଅନ୍ତି । ତାଙ୍କୁ ଉର୍ଫି ଛାଡନ୍ତି ନାହିଁ । ତାଙ୍କୁ କଡା ସମାଲୋଚନା କରିବାକୁ ପଛାନ୍ତି ନାହିଁ । ତେବେ, ଏହାବି ଭିତରେ ଉର୍ଫିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜ ପୋଷାକ ପାଇଁ ନୁହେଁ ବରଂ ସେ ନିଜ ବେଡରୁମର ସିକ୍ରେଟ କଥା ମଧ୍ୟ ଫ୍ୟାନ୍ସଙ୍କ ଆଗରେ କହିଛନ୍ତି । 

ନିଜ ବେଡରୁମ ବିଷୟରେ ଏମିତି କହିଲେ ଉର୍ଫି :

ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଛି ରିୟଲିଟି ଶୋ' 'ସ୍ଲିପଟଭିଲ୍ଲା ' (Splitsvilla) । ଯେଉଁଥିରେ ଉର୍ଫି ଅଂଶ ଗ୍ରହଣ କରିଛନ୍ତି । ସ୍ପିଲଟ୍ସଭିଲା ସୋସିଆଲ ମିଡିଆ ପେଜରେ ଏକ ଭିଡିଓ ଅପଲୋଡ୍ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଉର୍ଫି ଜାଭେଦ୍ ଏକ କାଚ ବାଉଲ ଧରି ବସିଛନ୍ତି । ଯେଉଁଥିରେ ନୀଳ ରଙ୍ଗର ବଲ୍ ଅଛି। ଏହି ବଲ ଗୁଡ଼ିକରେ ପ୍ରଶ୍ନ ଲେଖାଯାଇଛି । ବଲରେ ଲେଖା ଯାଇଥିବା ପ୍ରଶ୍ନ ଗୁଡିକ ପଢି ଉତ୍ତର ମଧ୍ୟ ଦେଉଥିବା ଦଖିବାକୁ ମିଳିଛି । 

 

ଉର୍ଫି ଜାଭେଦଙ୍କୁ ପ୍ରଥମ ପ୍ରଶ୍ନରେ ପଚରାଯାଇଥିଲା ଯେ, ଆପଣ ନିଜ ବେଡରୁମରେ ଚୁପଚାପ ଶୁଅନ୍ତି ନା ଆଉ କଣ କରନ୍ତି ?  ଏହି ପ୍ରଶ୍ନ ପଢି ଉର୍ଫି ପ୍ରଥମେ ହସନ୍ତି ଏବଂ ତାପରେ କୁହନ୍ତି,  ବେଡରୁମ କଥା ବେଡରୁମରେ ରହିବାକୁ ଦିଅନ୍ତୁ , ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ମୁଁ ବେଡରୁମରେ କଣ କରେ ତେବେ, ଆପଣ ମୋ ବେଡରୁମକୁ ଆସନ୍ତୁ ।' ଉର୍ଫି ଜାଭେଦ୍ ତା’ପରେ ଆଉ ଏକ ପ୍ରଶ୍ନ ପଢନ୍ତି ଆପଣ ପ୍ରତାରଣା କରୁଥିବା ବ୍ୟକ୍ତିଙ୍କ ସହିତ ରହିବେ କି? ଏହାର ଉତ୍ତରରେ ଉର୍ଫି କହିଛନ୍ତି, ମୁଁ ତାଙ୍କୁ କାଟିଦେବି । ସେହିପରି ତୃତୀୟ ପ୍ରଶ୍ନରେ ଉର୍ଫି ପଢନ୍ତି ଯେ,ଆପଣଙ୍କୁ କିଏ ଦେଖିବାକୁ ପସନ୍ଦ କରୁଛନ୍ତି କି  ଆପଣ କାହାକୁ ଦେଖିବାକୁ ଚାହାଁନ୍ତି  ? ଏହାର ଉତ୍ତରରେ ଉର୍ଫି କହିଛନ୍ତି ପୁରା ବିଶ୍ବ ମୋତେ ଦେଖୁଛି ।'  ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ସନି ଲିଓନିଙ୍କ ଶୋ' 'ସ୍ଲିପଟଭିଲ୍ଲା 'ସିଜିନ ୧୪ (Urfi Javed in Splitsvilla 14) ରେ ଧମାଲ ମଚାଉଛନ୍ତି । ଏବଂ ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି ।

ଏହାବି ପଢନ୍ତୁ : Varsha Priyadarshini: ପୁଣି ଆଇନର ଜାଲରେ ବର୍ଷା, ଅନୁଭବଙ୍କ ପାଇଁ ନୁହେଁ ଏହି ମହିଳାଙ୍କ ପାଇଁ ଥାନାକୁ ଯିବେ ଅଭିନେତ୍ରୀ