South Movie: OTT ପ୍ଲାଟଫର୍ମରେ ଧୁମ୍ ମଚାଇଲା ୫ ସାଉଥ୍ ମୁଭି, ଜାଣନ୍ତୁ କେଉଁ ଫିଲ୍ମ ରହିଛି ଏହି ତାଲିକାରେ ?
Advertisement

South Movie: OTT ପ୍ଲାଟଫର୍ମରେ ଧୁମ୍ ମଚାଇଲା ୫ ସାଉଥ୍ ମୁଭି, ଜାଣନ୍ତୁ କେଉଁ ଫିଲ୍ମ ରହିଛି ଏହି ତାଲିକାରେ ?

South Movie: ଏବେ ବଲିଉଡ ଅପେକ୍ଷା ସାଉଥ ମୁଭିକୁ ଅଧିକ ପସନ୍ଦ କରୁଛନ୍ତି ଦର୍ଶକ ! ସେପ୍ଟେମ୍ବରରେ 5 ଟି ସାଉଥ ମୁଭି(South movies) ଓଟିଟି ପ୍ଲାଷ୍ଟଫର୍ମ(OTT platforms) ରେ ହିଟ କରିଛି । ତେବେ ନଜର ପକାଇବା କେଉଁ ସାଉଥ ମୁଭି ଏ ତାଲିକାରେ ରହିଛି।

ସୌ: ସୋସିଆଲ ମିଡିଆ

South Movie: ଏବେ ବଲିଉଡ ଅପେକ୍ଷା ସାଉଥ ମୁଭିକୁ ଅଧିକ ପସନ୍ଦ କରୁଛନ୍ତି ଦର୍ଶକ ! ସେପ୍ଟେମ୍ବରରେ ୫ ଟି ସାଉଥ ମୁଭି(South movies) ଓଟିଟି ପ୍ଲାଟଫର୍ମ(OTT platforms) ରେ ହିଟ କରିଛି । ତେବେ ନଜର ପକାଇବା କେଉଁ ସାଉଥ ମୁଭି ଏ ତାଲିକାରେ ରହିଛି।

ଭୀରୁମେନ (Viruman)
 
ଭୀରୁମେନଏକ ତାମିଲ ସଂସ୍କରଣ ଫିଲ୍ମ। ୨୦୨୨ ଅଗଷ୍ଟ ୧୨ରେ ମୁଭିଟି ରିଲିଜ ହୋଇଥିଲା । ଫିଲ୍ମର ପ୍ରଯୋଜକ ଥିଲେ ଜ୍ୟୋତିକାନ୍ତ (Jyothika) ଓ ସୂର୍ଯ୍ୟ (Suriya under 2D Entertainment) ।  ଫିଲ୍ମର ଷ୍ଟାରକାଷ୍ଚରେ ରହିଥିଲେ କରାଠି(Karthi), ଆଦିତି ଶଙ୍କର(Aditi Shankar),  ରାଜ କିରଣ( Rajkiran), ପ୍ରକାଶ ରାଜ(Prakash Raj), ସୋରି(Soori), କରୁନାସ (Karunas), ବାଦିଭୁକାଶି( Vadivukkarasi) ଓ ସରନ୍ୟା ପୋନଭାନ୍ନମ୍ (Saranya Ponvannan) । ଫିଲ୍ମଟି ବକ୍ସ ଅଫିସ ହିଟ କରିବା ସହ ୩୮.୪ କୋଟି ଟଙ୍କା ରୋଜଗାର କରିଥିଲା।  ଫିଲ୍ମଟି ଜଣେ ହୃହୟବାନ ପୁଅର କାହାଣୀ ଉପରେ ଆଧାରିତ । 
ଯିଏ ନିଜ ଅହଂକାରୀ ବାପା ସହ ସବୁ ପରିସ୍ଥିତିରେ ଲଢୁଛି । ଆଉ ନିଜ ମାଆର ମୃତ୍ୟୁ ପରେ ଭାଇମାନଙ୍କୁ ସେହି ଅହଂକାରୀ ମଣିଷ ଠାରୁ ରକ୍ଷା କରୁଛି। 
ମୁଭିଟି ସେପ୍ଟେମ୍ବର ୧୧ରେ ଆମାଜନ ପ୍ରାଇମରେ ରିଲିଜ ହୋଇଛି। 

ଏହାବି ପଢନ୍ତୁ : Kamaal Rashid Khan Tweet: ଜେଲରୁ ମୁକୁଳିବା ପରେ KRK କଲେ ପ୍ରଥମ ଟ୍ୱିଟ୍, ସମସ୍ତେ ସ୍ତବ୍ଧ!

ରାମାମାଓ ଅନ ଡ୍ୟୁଟି (Ramarao on Duty)

ରାମାମାଓ ଅନ ଡ୍ୟୁଟି (Ramarao on Duty) ଫିଲ୍ମଟି ୧୯୯୫ ମସିହାର ଏକ ସତ ଘଟଣା ଉପରେ ଆଧାରିତ ।  ରାମାରାଓ ଯେକି ଜଣେ ସରକାରୀ ଅଫିସର। ସେ ସବୁବେଳେ ନାଲି ଚନ୍ଦନ କାଠ ମାଫିଆ (red sandalwood mafia)ଙ୍କୁ ବିରୋଧ କରୁଥିଲେ।  ଫିଲ୍ମରେ  ଷ୍ଟାର ରବି ତେଜା , ଦିବ୍ୟାଂଶା କୌଶିକ(Divyansha Kaushik),  ରାଜିଶା ବିଜୟନ (Rajisha Vijayan) ଓ ବେନୁ ଥୋଟେମପୁଡି (Venu Thottempudi ) ମୁଖ୍ୟ ଭୁମିକାରେ ରହିଛନ୍ତି। ଫିଲ୍ମଟି ୫୦ ରୁ ୬୦ କୋଟି ବଜେଟରେ ନିର୍ମାଣ ହୋଇଥିବା ବେଳେ ବକ୍ସ ଅଫିସରେ ୪.୯୭  କୋଟି ଟଙ୍କା ରୋଜଗାର କରିଛି। ଜୁଲାଇ ୨୯ରେ ପରଦାକୁ ଆସିଥିଲା ଫିଲ୍ମ । 

ଥିରୁଚିତ୍ରମବଲମ୍ (Thiruchitrambalam)
 
ଥିରୁଚିତ୍ରମବଲମ୍ ଏହା ଏକ ତାମିଲ ମୁଭି। ଏହା ଏକ ଫ୍ୟାମିଲି ଡ୍ରାମା ମୁଭି । ଫିଲ୍ମରେ ଧନୁସ ଏକ ଡେଲିଭରି ବଏର ରୂପରେ ନିଜର ଆସିଛନ୍ତି । ଫିଲ୍ମଟି ତାଙ୍କର ପାରିବାରିକ ଜୀବନ ଓ ପ୍ରେମ ସମ୍ପର୍କରୁ ନେଇ ଚିତ୍ରିତ ହୋଇଛି। ଏହି ଚଳଚ୍ଚିତ୍ରରେ ଧନୁଷ ଏବଂ ନିତ୍ୟା ମେନେନଙ୍କ ବ୍ୟତୀତ ରାଶି ଖାନ୍ନା, ପ୍ରିୟା ଭବାନୀ ଶଙ୍କର, ଭାରତୀରାଜ ଏବଂ ପ୍ରକାଶ ରାଜ ରହିଛନ୍ତି। ଚଳିତ ବର୍ଷ ୧୮ ଅଗଷ୍ଟରେ ଫିଲ୍ମଟି ରିଲିଜ ହୋଇଥିଲା। 

ବିମ୍ବିସାର (Bimbisara)

ତେଲୁଗୁ ମୁଭି ବିମ୍ବିସାର ମଧ୍ୟ ବକ୍ସ ଅଫିସରେ ହିଟ କରିଛି। ଟିଗରତଲା ସାମ୍ରାଜ୍ୟର ରାଜା ବିମ୍ବାସାରଙ୍କ (King Bimbisara of the Trigartala Empire) ଉପରେ ଫିଲ୍ମଟି ଆଧାରିତ ହୋଇଛି।  ଏ ଫିଲ୍ମରେ ନନ୍ଦାମୁରୀ କଲ୍ୟାଣ ରାମ, କ୍ୟାଥରିନ୍ ଟ୍ରେସା, ସାମ୍ୟୁକ୍ତା ମେନନ୍ (Samyuktha Menon) ଏବଂ ପ୍ରକାଶ ରାଜ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। 

କାର୍ତ୍ତିକେୟା ୨ (Karthikeya 2)

କାର୍ତ୍ତିକେୟା ୨ ମୁଭିରେ ନିଖିଲ ସିର୍ଦ୍ଦାର୍ଥ ଅଭିନୟ କରିଛନ୍ତି।  ଏହା ଏକ ପୌରାଣିତ ମୁଭି।  ଅଗଷ୍ଟ ୨୩ରେ ଫିଲ୍ମଟି ରିଲିଜ ହୋଇଛି। ୧୫ ରୁ ୩୦ କୋଟି ଟଙ୍କାରେ ଫିଲ୍ମଟି ନିର୍ମାଣ ହୋଇଛି ।  ବକ୍ସ ଅଫିସରେ ଫିଲ୍ମଟି ୧୫୫ କୋଟି ରୋଜଗାର କରିଛି।