Actor Passed Away: ଟେଲିଭିଜନ ଜଗତରେ କଳା ଦିନ, ତିନି ଦିନରେ ଗଲାଣି ୩ କଳାକାରଙ୍କ ଜୀବନ
Advertisement

Actor Passed Away: ଟେଲିଭିଜନ ଜଗତରେ କଳା ଦିନ, ତିନି ଦିନରେ ଗଲାଣି ୩ କଳାକାରଙ୍କ ଜୀବନ

Actor Passed Away: ତିନି ଦିନ ମଧ୍ୟରେ ୩ ଜଣ କଳାକାରଙ୍କ ମୃତ୍ୟୁ ଟେଲିଭିଜନ ଜଗତକୁ ସବ୍ଧ କରିଛି।  ବୁଧବାର ଦିନ ସକାଳେ ଲୋକପ୍ରିୟ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିବା ବେଳେ ଅଭିନେତା ନୀତେଶ ପାଣ୍ଡେଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । 

ସୌ(ସୋସିଆଲ ମିଡିଆ)

Nitesh Pandey Passed Away: ଜଣାସୁଣା ଟେଲି ଅଭିନେତା ନୀତେଶ ପାଣ୍ଡେଙ୍କ ପରଲୋକ (Nitesh Pandey Passed Away)। ମଙ୍ଗଳବାର ରାତିରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ଜଣାପଡ଼ିଛି । ମୃତ୍ୟ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ନୀତେଶଙ୍କ ମୃତ୍ୟୁରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ସିରିଏଲ 'ଅନୁପମା'ରେ ନୀତେଶ ଧୀରଜ କପୁରଙ୍କ ଭୂମିକାରେ ଅଭିନୟ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୨ଟାରେ ସୁଟିଂଙ୍ଗ ଲାଗି ସେ ନାସିକ ନିକଟ ଇଙ୍ଗତପୁରୀକୁ ଆସିଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। “ଅନୁପମା” ସୋର ମୁଖ୍ୟ ଅଭିନେତା ସୁଧାଂଶୁ ପାଣ୍ତେ ନୀତେଶଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସେ କହିଛନ୍ତି କି, “ଆମ ଭିତରେ ଭଲ ବନ୍ଧୁତା ଥିଲା । ତାଙ୍କ ମୃତ୍ୟୁକୁ ଗ୍ରହଣ କରିବା ସହଜ ନୁହେଁ । ସୋରେ ଆମ ମଧ୍ଯରେ ଭଲ ବଣ୍ତ ଥିଲା । ଉଭୟ ୱେବ ସିରିଜ, ଚଳଚ୍ଚିତ୍ର ଓ ଓଟିଟି ବିଷୟବସ୍ତୁ ଉପରେ ଅନେକ ସମୟରେ ଆଲୋଚନା କରୁଥିଲୁ” ।

ନୀତେଶ ପାଣ୍ତେଙ୍କ (Nitesh Pandey) ମୃତ୍ୟୁରେ ସାରା ଟେଲି ଇଣ୍ତଷ୍ଟ୍ରି (Television industry) ସବ୍ଧ ହୋଇଯାଇଛି । ସୋସିଆଲ ମିଡ଼ିଆରେ ପ୍ରସଂଶକ ମାନେ ଅଭିନେତାଙ୍କୁ ଶେଷ ବିଦାୟ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ।  ବିଗତ ୨୫ ବର୍ଷ ହେବ ନୀତେଶ ଟେଲିଭିଜନ ଇଣ୍ତଷ୍ଟ୍ରିରେ କାମ କରିଆସୁଥିଲେ । ତାଙ୍କ ହସ ହସ ଚେହେରା ଓ ଚତ୍ମକାର ଅଭିନୟକୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ନୀତେଶ ୧୯୯୦ ମସିହାରେ ଥିଏଟରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଅଭିନେତା ଅନେକ ହିନ୍ଦୀ ଚଳଚ୍ଚିତ୍ର ଓ ଟେଲିଭିଜନ ସୋ’ରେ ଅଭିନୟ କରିଛନ୍ତି ।  ଓମ ଶାନ୍ତି ଓମ୍ , ବଧାଇ ହୋ, ଦବଙ୍ଗ ୨, ବାଜି, ମେରେ ୟାର କି ଶାଦି ହୈ, ମଦାରୀ ଆଦି ଅନେକ ସିନେମାରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ସେହିପରି ସାୟା, ଅସ୍ତିତ୍ବ, ଏକ ପ୍ରେମ କାହାନୀ, ହମ୍ ଲଡ଼କିୟାଁ, ହିରୋ ଗାୟବ ମୋଡ଼ ଅନରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା ।  ନୀତେଶଙ୍କ ନିଜର ଏକ ପ୍ରଡକ୍ସନ ହାଉସ ମଧ୍ୟ ଅଛି । ନିଜର ଦମଦାର କଣ୍ଠ ପାଇଁ ପ୍ରସିଦ୍ଧ ଏହି ଅଭିନେତା ନିଜ ପ୍ରଡକ୍ସନ ହାଉସରେ ରେଡ଼ିଓ ଶୋ ମଧ୍ଯ କରୁଥିଲେ ।

ସେପଟେ ଗତ ତିନି ଦିନ ମଧ୍ୟରେ ୩ ଜଣ କଳାକାରଙ୍କ ମୃତ୍ୟୁ ଟେଲିଭିଜନ ଜଗତକୁ ସବ୍ଧ କରିଛି।  ବୁଧବାର ଦିନ ସକାଳେ 'ସାରା ଭାଇ ଭର୍ସେସ ସାରା ଭାଇ'ରେ (sara bhai vs sarabhai) ଜସ୍ମିନ ଭୂମିକାରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ (vaibhavi upadhyaya) ହିମାଚଳ ପ୍ରଦେଶରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଅଭିନେତ୍ରୀ 'CID' ଓ ଅଦାଲତ ଭଳି ଟିଭି ସୋ’ରେ ଅଭିନୟ କରିଥିଲେ । ବୈଭବୀ  ୨୦୨୦ ମସିହାରେ ରିଲିଜ ହୋଇଥିବା ଦୀପିକା ପାଦୁକୋନଙ୍କ (Deepika Padukone) ଅଭିନୀତ ଚଳଚ୍ଚିତ୍ର 'ଚାପାକ'ରେ (chhapaak ) ମଧ୍ୟ କାମ କରିଥିଲେ। ଏହା ବ୍ୟତୀତ ସେ ନାସିରୁଦ୍ଦିନ ଶାହାଙ୍କ ସହ ୱେବ୍ ସିରିଜ୍ ଜିରୋ କେଏମ୍ଏସ୍ ରେ ଅଭିନୟ କରିଥିଲେ।

ସେପଟେ ସୋମବାର ଦିନ ମୁମ୍ବାଇ ସ୍ଥିତ ବାସଭବନରୁ ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କ (Aditya Singh Rajput) ମୃତଦେହ ମିଳିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା । ମାତ୍ର ୧୭ ବର୍ଷ ବୟସରେ ଆଦିତ୍ୟ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସ୍ପ୍ଲିଟ୍ସଭିଲ୍ଲା (MTV Splitsvilla Season 9) ଆଦିତ୍ୟଙ୍କୁ ନୂଆ ପରିଚୟ ଦେଇଥିଲା । ଅଭିନେତାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଅନୁସାରେ,  ଅଭିନେତା ମୁମ୍ବାଇ ଅନ୍ଧେରୀ ଲୋଖଣ୍ତଓ୍ବାଲା ସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ରୁମମେଟ୍ ସହ ରୁହନ୍ତି । ରବିବାର ଦିନ ଆଦିତ୍ୟଙ୍କ ରୁମମେଟ୍ ନିଜ ଘରକୁ ଯାଇଥିଲେ। ପରେ ସୋମବାର ସକାଳେ ସେ ରୁମକୁ ଫେରିଥିଲେ। ରୁମ ବନ୍ଦ ଥିବାରୁ ସେ ଏକ୍ସଟ୍ରା ଚାବିରେ ରୁମ୍ ଖୋଲି ଭିତରକୁ ଯାଇଥିଲେ। ଫ୍ରେସ ହେବା ପାଇଁ ବାର୍ଥରୁମ୍ ଭିତରକୁ ଗଲାବେଳେ ବାର୍ଥରୁମରେ ଆଦିତ୍ୟ ଅଚେତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ଆପାଟମେଣ୍ଟର ସୁରକ୍ଷା କର୍ମୀଙ୍କ ସହାୟତାରେ ସେ ଆଦିତ୍ୟଙ୍କୁ ମେଡିକାଲରେ ନେଇଥିଲେ । ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ।  ଆଦିତ୍ୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରେମଜନିତ ମାମଲା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍।