KGF Chapter 3: ୟଶ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର,'କେଜିଏଫ ୩' କୁ ନେଇ ବଡ ଖୁଲାସା କଲେ ରକି ଭାଇ
Advertisement
Article Detail0/zeeodisha/odisha1428065

KGF Chapter 3: ୟଶ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର,'କେଜିଏଫ ୩' କୁ ନେଇ ବଡ ଖୁଲାସା କଲେ ରକି ଭାଇ

KGF Chapter 3: ଚଳଚ୍ଚିତ୍ର 'କେଜିଏଫ' ହେଉଛି କନ୍ନଡ ସିନେମାର ସବୁଠାରୁ ସୁପରହିଟ୍ ଫିଲ୍ମ । ଫିଲ୍ମର ପ୍ରଥମ ଓ ଦ୍ବିତୀୟ ଭାଗକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେଜିଏଫ (KGF Chapter 1) ର ପ୍ରଥମ ଭାଗ ୨୦୧୮ ରେ ମୁକ୍ତିଲାଭ କରିଥିଲା ​​। ପ୍ରଥମ ଭାଗର କ୍ରେଜ୍ ଦେଖି ନିର୍ମାତା କେଜିଏଫ ଦ୍ବିତୀୟ ଭାଗ ୨୦୨୨, ଅପ୍ରିଲ ୧୪ରେ ରିଲିଜ୍ କରିଥିଲେ ।

KGF Chapter 3: ୟଶ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର,'କେଜିଏଫ ୩' କୁ ନେଇ ବଡ ଖୁଲାସା କଲେ ରକି ଭାଇ

KGF Chapter 3: ଚଳଚ୍ଚିତ୍ର 'କେଜିଏଫ' ହେଉଛି କନ୍ନଡ ସିନେମାର ସବୁଠାରୁ ସୁପରହିଟ୍ ଫିଲ୍ମ । ଫିଲ୍ମର ପ୍ରଥମ ଓ ଦ୍ବିତୀୟ ଭାଗକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେଜିଏଫ (KGF Chapter 1) ର ପ୍ରଥମ ଭାଗ ୨୦୧୮ ରେ ମୁକ୍ତିଲାଭ କରିଥିଲା ​​। ପ୍ରଥମ ଭାଗର କ୍ରେଜ୍ ଦେଖି ନିର୍ମାତା କେଜିଏଫ ଦ୍ବିତୀୟ ଭାଗ ୨୦୨୨, ଅପ୍ରିଲ ୧୪ରେ ରିଲିଜ୍ କରିଥିଲେ । ଫିଲ୍ମର ପ୍ରଥମ ଭାଗ ପରି ଦ୍ବିତୀୟ ଭାଗ ମଧ୍ୟ ବକ୍ସ ଅଫିସରେ ଧମାଲ ମଚାଇଥିଲା । 'କେଜିଏଫ୍ ଚାପ୍ଟର ୨' ଥିଏଟରରେ ବହୁତ ଭଲ ରୋଜଗାର ମଧ୍ୟ କରିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଫିଲ୍ମର ତୃତୀୟ ଭାଗକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି। ଏହି ସମୟରେ 'କେଜିଏଫ୍ ୩'କୁ ନେଇ ବଡ ଖବର ସାମ୍ନାକୁ ଆସିଛି ।  

କେଜିଏଫ୍ ୩ କେବେ ଆସିବ ବୋଲି କହିଲେ ୟଶ୍ ?

କେଜିଏଫର ୩ କେବେ ରଲିଜ୍ ହେବ ବୋଲି କହିଛନ୍ତି ୟଶ ।  ଏକ ସାକ୍ଷାତକାରରେ ଅଭିନେତା ଫିଲ୍ମର ତୃତୀୟ ଭାଗ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ୟଶ କହିଛନ୍ତି ଯେ କେଜିଏଫ୍ ବିଷୟରେ ଅନେକ କଥା ଚର୍ଚ୍ଚା ହେଉଛି । କିନ୍ତୁ କୌଣସି ଖବରକୁ ବିଶ୍ବାସ କରନ୍ତୁ ନାହିଁ । ଯେତେବେଳେ ବି ଫିଲ୍ମ ବିଷୟରେ କୌଣସି ସୂଚନା ଥାଏ, ଏହାକୁ ସରକାରୀ ଭାବେ ଘୋଷଣା କରାଯିବ।

ଏହାବି ପଢନ୍ତୁ : Singer Aaron Carter Dies: ଆଉ ନାହାଁନ୍ତି ରାପର ଆରୋନ୍ କାର୍ଟର, ଘରୁ ମିଳିଲା ମୃତଦେହ

କେଜିଏଫ-୩  ବିଷୟରେ ୟଶ ଏହି ବଡ କଥା କହିଛନ୍ତି : 

ୟଶ କେଜିଏଫ୍ ୩ ବିଷୟରେ କହିଛନ୍ତି ଯେ, ଫିଲ୍ମର ତୃତୀୟ ଭାଗ ପାଇଁ ସମୟ ଲାଗିବ।  ଆମେ ଏ ବିଷୟରେ ଚିନ୍ତା କରିଛୁ । ଆମର ମଧ୍ୟ ଏକ ଯୋଜନା ଅଛି । କିନ୍ତୁ ମୁଁ ଆଉ କିଛି କରିବାକୁ ଚାହୁଁଛି । ଗତ ୬ ରୁ ୭ ବର୍ଷ ଧରି ମୁଁ ଏହା କରୁଛି । ଆମେ କିଛି ସମୟ ନେବୁ ଏବଂ ଦେଖିବା କ'ଣ ହେଉଛି । କିନ୍ତୁ କେଜିଏଫ ୩ ଏବେ ଆସିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । 

ନିର୍ଦ୍ଦେଶକ ଏହି କଥା କହିଥିଲେ :
କେଏଫଜି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ (KFG Director Prashant Neel) ମଧ୍ୟ କେଜିଏଫ ୩କୁ ନେଇ ବଡ ଖୁଲାସା କରିଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ,କେଜିଏଫ ୩ ଫିଲ୍ମ ପାଇଁ ସମ୍ଭାବନା ରହିଛି । କାହିଁକିନା କେଜିଏଫ ପ୍ରଥମ ଓ ଦ୍ବିତୀୟ ଭାଗକୁ ଦର୍ଶକଙ୍କ ଠାରୁ ଢେର ସାରା ଭଲ ପାଇବା ପାଇଛି।  ସେଥିପାଇଁ ଆମେ ଏହାକୁ ଫିଲ୍ମର ତୃତୀୟ ଭାଗ ପାଇଁ ଯୋଜନା ରଖିଛୁ । କିନ୍ତୁ ଏହା କେବେ ହେବ ତାହା ଜଣା ପଡିନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ, ଆମେ ଫିଲ୍ମଟିକୁ ନିର୍ମାଣ କରିବୁ ।