ହୃଦ୍‌ଘାତର ଶୀକାର ହେଲେ ସାଉଥ ଷ୍ଟାର୍ ବିକ୍ରମ! ହସ୍ପିଟାଲରେ ଭର୍ତ୍ତି
Advertisement

ହୃଦ୍‌ଘାତର ଶୀକାର ହେଲେ ସାଉଥ ଷ୍ଟାର୍ ବିକ୍ରମ! ହସ୍ପିଟାଲରେ ଭର୍ତ୍ତି

Actor Vikram admitted to hospital: ସାଉଥ୍ ଷ୍ଟାର୍ ଚିୟାନ ବିକ୍ରମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । କାରଣ ସେ ହୃଦ୍‌ଘାତର ଶୀକାର ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୌ: ସୋସିଆଲ ମିଡିଆ

ଚେନ୍ନାଇ: ତାମିଲ ସୁପରଷ୍ଟାର ଚିୟାନ ବିକ୍ରମ (Actor Chiyaan Vikram)ଙ୍କ ବିଷୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହୃଦ୍‌ଘାତ ହେବା କାରଣରୁ ଅଭିନେତା ବିକ୍ରମଙ୍କୁ ଚେନ୍ନାଇର କୌଭେରି ହସ୍ପିଟାଲରେ (Kauvery hospital)ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଜାରୀ ରଖିଛି । ତେବେ ଗତକାଲି (ଜୁଲାଇ ୭)ରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଚେନ୍ନାଇର କୌଭେରି ହସ୍‌ପିଟାଲ୍‌କୁ ନିଆଯାଇଥିଲା । ସେଠାରେ ତାଙ୍କର ଏଞ୍ଜିଓଗ୍ରାମ୍ (Angiogram) କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ ତରଫରୁ ସୂଚନା ମିଳିଛି ।  ଅତି ଶିଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି ।

୫୬ ବର୍ଷୀୟ ଏହି ଅଭିନେତା ଆଜି ତାଙ୍କର ଆଗାମୀ  ଫିଲ୍ମ 'ପୋନିୟିନ୍ ସେଲଭାନ୍ ପାର୍ଟ-୧ (Ponniyin Selvan Part-1)'ର  ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ନିକଟରେ ମଣି ରତ୍ନମ୍ (Mani Ratnam's)ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପୋନ୍ନିୟିନ ସେଲବନ ପାର୍ଟ-୧'ର ଏକ ନୂଆ ପୋଷ୍ଟର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି । 'ପୋନ୍ନିୟିନ ସେଲବନ ପାର୍ଟ-୧' ଚଳଚିତ୍ରରେ ସାଉଥ୍ ସୁପରଷ୍ଟାର ବିକ୍ରମଙ୍କ ବ୍ୟତୀତ ଜୟମ ରବି, କାର୍ତ୍ତି ତୃଷା, ସରଥ କୁମାର, ପ୍ରକାଶ ରାଜ, ସୋଭିତା ଧୁଲିପାଲା, ବିକ୍ରମ ପ୍ରଭୁ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ହାଇଦ୍ରାବାଦ ଏବଂ ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ସହରରେ ଏହି ଚଳଚ୍ଚିତ୍ରର ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ୩୦ ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ । ଚିୟାନ ବିକ୍ରମ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ଖୁବ୍ ଲୋକପ୍ରିୟ ଅଭିନେତା । ସେ ପୂର୍ବରୁ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । 

ଶେଷ ଥର ପାଇଁ ତାଙ୍କୁ କାର୍ତିକ ସୁବ୍ବାରାଜା ମହାନରେ ଦେଖାଯାଇଥିଲା । ଯାହାକି ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିଲା । ତେବେ ସେ ତାଙ୍କର ଆଗାମୀ ଚଳଚିତ୍ର  'କୋବ୍ରା'('Cobra')ର ଅଡିଓ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି । ବିକ୍ରମଙ୍କୁ ଚିଆନ ବିକ୍ରମ ନାମରେ ମଧ୍ୟ ବେଶ୍ ଜଣାଶୁଣା । ବିକ୍ରମ ଅନେକ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ବିକ୍ରମ ସାତୋଟି ଫିଲ୍ମଫେୟାର(Filmfare) ପୁରସ୍କାର, ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି ।

ହୃଦଘାତ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ନିଜକୁ ଫିଟ୍ ରଖିଲେ ଯେ ହୃଦଘାତ ହେବନି ଏହା ଭୁଲ ପ୍ରମାଣିତ ହେଉଛି । ସେ କ୍ରୀଡ଼ାବିତ ହୁଅନ୍ତୁ କି ଫିଲ୍ମଷ୍ଟାର କେହିବି ଏଥିରୁ ବାଦ୍ ପଡ଼ୁନାହାନ୍ତି । ସବୁବେଳେ ଫିଟ୍ ରହିବି ଏମାନେ ହୃଦଘାତର ଶୀକାର ହେଉଛନ୍ତି । ନିକଟ ଅତୀତରେ ଦକ୍ଷିଣ ଭାରତୀୟ ଷ୍ଟାର୍ ପୁନୀତ ରାଜକୁମାରଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା । ଆଉ ଏବେ ଆଉଜଣେ ଦକ୍ଷିଣୀ ଷ୍ଟାର୍ ଚିୟାନ୍ ବିକ୍ରମ୍‌ ମଧ୍ୟ ହୃଦ୍‌ଘାତରେ ଶିକାର ହୋଇଛନ୍ତି । ଯାହାକି ପ୍ରଶଂସକମାନଙ୍କର ଚିନ୍ତା ବଢ଼ାଇଦେଇଛି । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି ।