Samantha Ruth Prabhu Health: ବିଗୁଡୁଛି ସାମନ୍ଥାଙ୍କ ସ୍ୱାସ୍ଥ୍ୟାବସ୍ଥା, ହାତରୁ ଖସୁଛି ବିଗ ବଜେଟ ଫିଲ୍ମ !
Advertisement

Samantha Ruth Prabhu Health: ବିଗୁଡୁଛି ସାମନ୍ଥାଙ୍କ ସ୍ୱାସ୍ଥ୍ୟାବସ୍ଥା, ହାତରୁ ଖସୁଛି ବିଗ ବଜେଟ ଫିଲ୍ମ !

Samantha Ruth Prabhu Health: ନିକଟରେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ, ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ହେଉଛି ଯେ, ସେ ନିଜ ରୋଗ ପାଇଁ ଏହି ଫିଲ୍ମ ଲାଇନ ଛାଡିଦେବେ ।

ସୌଜନ୍ୟ-ସୋସିଆଲ ମିଡିଆ

Samantha Ruth Prabhu Health: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ବର୍ତ୍ତମାନ ସେ ତାଙ୍କ ସ୍ବାସ୍ଥବସ୍ଥାକୁ ନେଇକି ଅଧିକ ଚର୍ଚ୍ଚାରେ ରହୁଛନ୍ତି ।  ନିକଟରେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଛନ୍ତି।  ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ହେଉଛି ଯେ, ମାୟୋସିଟିସ୍ ରୋଗରେ ଆକ୍ରାନ୍ତ ଥିବା ସାମନ୍ଥା ଅସୁସ୍ଥତା ହେତୁ କିଛି ସମୟ ପାଇଁ ନିଜ ଫିଲ୍ମର ସୁଟିଂରୁ ବିରତି ନେବାକୁ ଯାଉଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ଅଭିନେତ୍ରୀ ବଲିଉଡର ଅନେକ ପ୍ରୋଜେକ୍ଟ ଛାଡିଛନ୍ତି। କିନ୍ତୁ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଖବର କେବଳ ଗୁଜବ।

ସାମନ୍ଥା କାମରୁ ବିରତି ନେଉଛନ୍ତି କି?

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାମସ୍ଥା ବର୍ତ୍ତମାନ ମଧ୍ୟ 'ରାଜ' ଏବଂ 'ଡିକେ'ର ସୁଟିଂ କରୁଛନ୍ତି।  ମାୟୋସିଟିସ୍ କାରଣରୁ ସାମନ୍ତ କାର୍ଯ୍ୟରୁ କୌଣସି ବିରତି ନେଉନାହାଁନ୍ତି। ପୂର୍ବରୁ ଖବର ଆସିଥିଲା ​​ଯେ, ଅଭିନେତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଫିଲ୍ମରେ କାମ କରିବେ ନାହିଁ, ତଥାପି ଏହା ସତ ନୁହେଁ ।

 

ଏହାବି ପଢନ୍ତୁ : Urfi javed: ଦେଶ ବାହାରେ ବି ନାଁ ପକାଇଲେ ! ଏମିତି କାମ ପାଇଁ ଦୁବାଇ ପୋଲିସ ହେପାଜତରେ ଉର୍ଫି

ଏହି ଅଭିନେତ୍ରୀଙ୍କୁ 'ସିଟାଡେଲ'ରେ ଦେଖିବାକୁ ମିଳିବ :

ସାମନ୍ଥା ବଲିଉଡ ପ୍ରୋଜେକ୍ଟ 'ସିଟାଡେଲ'ରେ କାମ କରୁଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ,ସାମନ୍ଥା ନିଜ ରୋଗ ପାଇଁ କୌଣସି ଫିଲ୍ମକୁ ହାତଛାଡ କରି ନାହାଁନ୍ତି କି ବ୍ରେକ ନେଇ ନାହାନ୍ତି ।  ସେ ଜାନୁଆରୀରେ ତାରିଖ ଦେଇଛନ୍ତି, କିନ୍ତୁ ତାଙ୍କର ଉପଲବ୍ଧତା ଏବଂ ସ୍ୱାସ୍ଥ୍ୟ ଉପରେ ନିର୍ଭର କରି ସୁଟିଂ ତାରିଖ ନିଶ୍ଚିତ ହୋଇନାହିଁ। ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ବରୁଣ ଧୱନ ଏବଂ ରୁଷୋ ବ୍ରଦର୍ସଙ୍କ ଫିଲ୍ମ :

ରାଜ , ଡି.କେ ଏବଂ ସୀତା ଆର ମେନନଙ୍କ ଦ୍ୱାରା ଲିଖିତ, ସ୍ମାଏ ସିରିଜ୍ (spy series)ଶୀଘ୍ର ଆମାଜନ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ୍ ହେବ । ମୂଳ ଶୋ' ପ୍ରସ୍ତୁତ କରିଥିବା ରୁଷୋ ବ୍ରଦର୍ସ ସୋସିଆଲ ମିଡିଆରେ ବରୁଣ ଧୱନଙ୍କ ଫଟୋ ସେୟାର କରି ଶୋ’ର ଭାରତୀୟ ସଂସ୍କରଣ ଘୋଷଣା କରିସାରିଛନ୍ତି। ସେ ଆହୁରି ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଜାନୁଆରୀ ୨୦୨୩ ରେ ଏହାର ସୁଟିଂ ଆରମ୍ଭ ହେବ । ଯଦି ଆମେ ସାମନ୍ଥାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, ତାଙ୍କ ଆଗାମୀ ପୌରାଣିକ ଚଳଚ୍ଚିତ୍ର 'ସକୁନ୍ତଲମ୍'ର(Shakuntalam)ରିଲିଜ୍ ଖୁବଶିଘ୍ର ହେବାକୁ ଯାଉଛି । ତେବେ ସାମନ୍ଥାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ କିଛି ଦିନ ତଳେ ଫିଲ୍ମ ‌’ଯଶୋଦା’ରେ ନଜର ଆସିଥିଲେ। ଫିଲ୍ମଟି ରିଲିଜ ହେବା ପରେ ଏହାକୁ ମିଶ୍ର ପ୍ରତିକ୍ରିୟା ମିଳିଥିଲା।