Pushpa 2: ଜନ୍ମଦିନ ଦିନରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇପାରନ୍ତି ଅଲ୍ଲୁ ଅର୍ଜୁନ, ରିଲିଜ ହୋଇପାରେ ପୁଷ୍ପା-୨!
Advertisement
Article Detail0/zeeodisha/odisha1591748

Pushpa 2: ଜନ୍ମଦିନ ଦିନରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇପାରନ୍ତି ଅଲ୍ଲୁ ଅର୍ଜୁନ, ରିଲିଜ ହୋଇପାରେ ପୁଷ୍ପା-୨!

Pushpa 2: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ ‘ପୁଷ୍ପା- ଦି ରାଇଜ’କୁ(Pushpa: The Rise) ବେଶ ପସନ୍ଦ କରିଥିଲେ ଦର୍ଶକ । ତେବେ  ଫିଲ୍ମକୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ଖୁବଶ୍ରୀଘ ପୁଷ୍ପା ପାର୍ଟ-୨ର ଟ୍ରିଜର ରିଲିଜ ହୋଇପାରେ । 

ସୌ(ସୋସିଆଲ ମିଡିଆ)

Pushpa 2: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ ‘ପୁଷ୍ପା- ଦି ରାଇଜ’କୁ(Pushpa: The Rise) ବେଶ ପସନ୍ଦ କରିଥିଲେ ଦର୍ଶକ । ବକ୍ସ ଅଫିସରେ ମଧ୍ଯ ଫିଲ୍ମଟି ଭଲ ବ୍ୟବସାୟ କରିଥିଲା । ଫିଲ୍ମ ରିଲିଜ୍ ହେବା ପରଠାରୁ ଆଜି ଯାଏଁ ଏହାର ଡା଼ଇଲଗ- ‘ମୈ ଝୁକୋଗା ନୈହିଁ ଶାଲା’ (Mai Jhukega Nahi Sala) ଏବେ ବି ସୋସିଆଲ ମିଡ଼ିଆରେ ଟ୍ରେଣ୍ତ କରୁଛି । ଅଲ୍ଲୁ ଅର୍ଜୁନ ଓ ରସ୍ମିକା ଷ୍ଟାରର ଏହି ଫିଲ୍ମର ପାର୍ଟ-୨କୁ ଦର୍ଶକ ଅପେକ୍ଷା କରିଛନ୍ତି । ନିକଟରେ ପୁଷ୍ପା ପାର୍ଟ-୨ର ଶୁଟିଂକୁ ନେଇ ଖବର ସାମ୍ନାକୁ ଆସିଥିଲା । ଏବେ କିନ୍ତୁ ଫିଲ୍ମକୁ ନେଇ ଆଉ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ଖୁବଶ୍ରୀଘ ପୁଷ୍ପା ପାର୍ଟ-୨ର ଟ୍ରିଜର ରିଲିଜ ଡ଼େଟ ସାମ୍ନାକୁ ଆସିଛି । ଯାହାକୁ ଶୁଣି ଫ୍ୟାନ୍ସଙ୍କ ଖୁସି ଡ଼ବଲ ହୋଇଯାଇଛି ।

ଅଲ୍ଲୁ ଅର୍ଜୁନ ଓ ରସ୍ମିକା ମଦାନା(Allu aAjun and Rashmika Mandanna) ଅଭିନୀତ ଏହି ଫିଲ୍ମକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ମିଡ଼ିଆ ରିପୋର୍ଟ ମୁତାବିକ, ବହୁ ଜଲଦି ପୁଷ୍ପା ମେର୍କର ଏହାର ପାର୍ଟ-୨ର ଟ୍ରିଜର ରିଲିଜ କରିବା ନେଇ ପ୍ରସ୍ତୁତି କରୁଛନ୍ତି । ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ମାସ ୮ ତାରିଖ ଦିନ ଏହାର ଟ୍ରିଜର ରିଲିଜ ହୋଇପାରେ । କହି ରଖୁଛୁ ଯେ, ଏପ୍ରିଲ ୮ ତାରିଖ ଦିନ ସାଉଥସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ(Allu Arjun) ଜନ୍ମଦିନ ଅଟେ । ନିଜ ଜନ୍ମଦିନରେ ଅଲ୍ଲୁ ଅର୍ଜୁନ ‘ପୁଷ୍ପା-୨’ର ଟ୍ରିଜର ରିଲିଜ କରି ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  ତେବେ ଏନେଇ ମେର୍କରଙ୍କ ପକ୍ଷରୁ କୌଣସି  ଘୋଷଣା କରାଯାଇନଥିବା ବେଳେ ଟ୍ରିଜର ରିଲିଜ ଡ଼େଟ୍ ଶୁଣି ଫ୍ୟାନ୍ସଙ୍କ ମଧ୍ଯରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ତେବେ ପୁଷ୍ପା-୨ ଚଳିତ ବର୍ଷ ରିଲିଜ ହେବ । ଏହା ମୋଟ ୧୦ଟି ଭାଷାରେ ରିଲିଜ ହେବା ହେବା ନେଇ ସୂଚନା ରହିଛି । ଏହାର ବଜେଟ ୫୦୦ କୋଟି ରହିଥିବା ଜଣାପଡ଼ିଛି ।

Also Read-Allu Arjun: ମୁହଁର ସର୍ଜରୀ କରାଇଛନ୍ତି ଅଲ୍ଲୁ ଅର୍ଜୁନ! ଭାଇରାଲ ହେଲା ପୁରୁଣା ଫଟୋ