Priyanka Chopra: କଙ୍ଗନାଙ୍କ ପରେ ବଲିଉଡକୁ ନେଇ ବଡ ଖୁଲାସା କଲେ ଦେଶୀ ଗାର୍ଲ, କହିଲେ କିଛି ଏମିତି
Advertisement

Priyanka Chopra: କଙ୍ଗନାଙ୍କ ପରେ ବଲିଉଡକୁ ନେଇ ବଡ ଖୁଲାସା କଲେ ଦେଶୀ ଗାର୍ଲ, କହିଲେ କିଛି ଏମିତି

Priyanka Chopra: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ସେ ନିଜର ଫ୍ୟାଶନକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି । ହୁଏତ ପ୍ରିୟଙ୍କା ଅନେକ ସମୟ ବିଦେଶରେ ରହୁଛନ୍ତି, କିନ୍ତୁ ନିକଟରେ ସେ ଭାରତ ଫେରିଛନ୍ତି । ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କର ନୂଆ ହେୟାର କେୟାର ବ୍ରାଣ୍ଡ ଲଞ୍ଚ କରିବାକୁ ଭାରତ ଆସିଥିଲେ।

Priyanka Chopra: କଙ୍ଗନାଙ୍କ ପରେ ବଲିଉଡକୁ ନେଇ ବଡ ଖୁଲାସା କଲେ ଦେଶୀ ଗାର୍ଲ, କହିଲେ କିଛି ଏମିତି

Priyanka Chopra: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ସେ ନିଜର ଫ୍ୟାଶନକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି ।  ହୁଏତ ପ୍ରିୟଙ୍କା  ଅନେକ ସମୟ ବିଦେଶରେ ରହୁଛନ୍ତି, କିନ୍ତୁ ନିକଟରେ ସେ ଭାରତ ଫେରିଛନ୍ତି । ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କର ନୂଆ ହେୟାର କେୟାର ବ୍ରାଣ୍ଡ ଲଞ୍ଚ କରିବାକୁ ଭାରତ ଆସିଥିଲେ। ଏଭଳି ପରିସ୍ଥିତିରେ, ଏକ ସାକ୍ଷାତକାର ସମୟରେ ସେ ଅଭିନୟ ଦୁନିଆ ସହିତ ଜଡିତ ଥିବା ଅନେକ କଥା କହିଛନ୍ତି । ସେ କହିଛନ୍ତି 'ଯେ ଲୋକମାନେ ଅଭିନେତାମାନଙ୍କୁ ଅଧିକ ଶ୍ରେୟ ଦିଅନ୍ତି, କିନ୍ତୁ ଚଳଚ୍ଚିତ୍ରରେ ଅଭିନେତାଙ୍କ ଭୂମିକା ବହୁତ ସୀମିତ ଅଟେ । ଭଲ ଚଳଚ୍ଚିତ୍ର ନିର୍ମାତାମାନଙ୍କ ସହ କାମ କରି ସେ ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିଲେ ବୋଲି ପ୍ରିୟଙ୍କା ଚୋପ୍ରା କହିଛନ୍ତି'।

ପ୍ରିୟଙ୍କାଙ୍କ ରିୟଲିଟି ଚେକ୍  :
ପ୍ରିୟଙ୍କା ଚୋପ୍ରା ଅଭିନୟ କ୍ଷେତ୍ର ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମସ୍ତଙ୍କ ସାମ୍ନାରେ ଆଣିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ, 'ଅଭିନେତା ସର୍ବଦା ସମସ୍ତ ଶ୍ରେୟ ନିଅନ୍ତି । ଯେତେବେଳେ ସେମାନେ କିଛି କରନ୍ତି ନାହିଁ । କାହିଁକିନା, ଆମେ ଅନ୍ୟମାନଙ୍କ ଦ୍ୱାରା ଲିଖିତ ଶବ୍ଦଗୁଡ଼ିକ କହିଥାଉ, ଅନ୍ୟମାନଙ୍କ ଦ୍ୱାରା ଲିଖିତ ସ୍କ୍ରିପ୍ଟଗୁଡ଼ିକ ଉପରେ କାମ କରିଥାଉ, କେବଳ ଅନ୍ୟମାନେ ଗାଇଥିବା ଗୀତ ଗୁଡିକ ଉପରେ ଲିପ୍ସିଂ କରୁ ।' ସେ ଆହୁରୀ ମଧ୍ୟ କହିଛନ୍ତି ଯେ,'ଅଭିନେତାମାନେ ଅନ୍ୟମାନଙ୍କ କୋରିଓଗ୍ରାଫ୍ ଷ୍ଟେପରେ ନାଚନ୍ତି। ଆମେ ଯେତେବେଳେ ସେଟରୁ ବାହାରୁକୁ ଯାଉ , ସେତେବେଳେ, ଅନ୍ୟମାନେ ଆସି ଆମକୁ ପ୍ରଶ୍ନ ପଚାରନ୍ତି । ଆମକୁ ପୋଷାକ ପିନ୍ଧିବା ଠାରୁ, ଅନ୍ୟମାନେ ମଧ୍ୟ ଆମର କେଶ ଏବଂ ମେକଅପ୍ ର ଯତ୍ନ ମଧ୍ୟ ନିଅନ୍ତି , ଏପରି ପରିସ୍ଥିତିରେ ଆମେ କ'ଣ କରୁଛୁ ବୋଲି ସେ କହିଛନ୍ତି । 

ଏହାବି ପଢନ୍ତୁ : Srk And Deepika: 'ପଠାନ୍' ପୂର୍ବରୁ ବଡ ପରଦାରେ ପୁଣି ସ୍କ୍ରିନ୍ ସେୟାର କଲେ ଦୀପିକା-ଶାହରୁକ୍, ଦେଶର ୨୦ଟି ହଲରେ ମୁକ୍ତିଲାଭ କଲା ଫିଲ୍ମ

ଏହାବି ପଢନ୍ତୁ : Rahul Gandhi: ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହେଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ଏହାବି ପଢନ୍ତୁ : Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ

ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର :
 
ଯଦି ଆମେ ପ୍ରିୟଙ୍କାଙ୍କ ୱାର୍କଫ୍ରଣ୍ଟ କଥା କହିବା ,ତେବେ ପ୍ରିୟଙ୍କାଙ୍କ ହାତରେ ଏକାଧିକ ବଡ ପ୍ରୋଜେକ୍ଟ ରହିଛି ।  ସିଟାଡେଲ ( Citadel)ରେ ସେ  ନଜର ଆସିବେ ଦେଶୀ ଗାର୍ଲ । ରୁସୋ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ 'ସିଟାଡେଲ୍' ପ୍ରାଇମ୍ ଭିଡିଓରେ ଓଟିଟିରେ ରିଲିଜ ହେବ । ଆଗାମୀ ସାଇ-ଫାଇ ଡ୍ରାମା ଧାରାବାହିକକୁ ପ୍ୟାଟ୍ରିକ୍ ମୋର୍ଗାନ୍ ଏବଂ ପ୍ରିୟଙ୍କାଙ୍କ ସହ ରିଚାର୍ଡ ମ୍ୟାଡେନ୍ ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ତାଙ୍କୁ ବଲିଉଡ ଫିଲ୍ମ 'ଜୀ ଲେ ଜାରା'ରେ କାମ କରୁଥିବା ମଧ୍ୟ ଦେଖିବାକୁ ମିଳିବ।