DJ Azex Death: ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ
Advertisement

DJ Azex Death: ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ

ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ (DJ Azex) ଙ୍କ ନିଧନ ଘଟିଛି । ଡିଜେ ଆଜେକ୍ସ (DJ Azex) ଦେଶର ଅନ୍ୟତମ ପ୍ରମୁଖ ଲୋକପ୍ରିୟ ଡିଜେ ଥିଲେ । ଶନିବାର ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର (Akshay Kumar) ଙ୍କ  ଭୁବନେଶ୍ୱର ସ୍ଥିତ ନିଜ ଘରେ ରହସ୍ୟମୟ ଅବସ୍ଥାରେ ମୃତଦେହ ପାଇଥିବା ଜଣାପଡିଛି । ତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛ

DJ Azex Death: ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ

DJ Azex Death: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ (DJ Azex) ଙ୍କ ନିଧନ ଘଟିଛି । ଡିଜେ ଆଜେକ୍ସ (DJ Azex) ଦେଶର ଅନ୍ୟତମ ପ୍ରମୁଖ ଲୋକପ୍ରିୟ ଡିଜେ ଥିଲେ । ଶନିବାର ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର (Akshay Kumar) ଙ୍କ  ଭୁବନେଶ୍ୱର ସ୍ଥିତ ନିଜ ଘରେ ରହସ୍ୟମୟ ଅବସ୍ଥାରେ ମୃତଦେହ ପାଇଥିବା ଜଣାପଡିଛି । ତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ଓ ପୋଲିସ ଦ୍ୱାରା ଅଧିକ ତଦନ୍ତ ଚାଲିଛି । ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡ଼ସିଟ୍‌ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ପରିବାର ଲୋକେ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି ଝଡ଼ ବର୍ଷା ବେଳେ ଲାଇନ୍‌ ଯିବା ପରେ ଅକ୍ଷୟ କୁମାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

 
 
 
 

 
 
 
 
 
 
 
 
 
 
 

A post shared by DJ AZEX (@djazex)

 
 
 
 

 
 
 
 
 
 
 
 
 
 
 

A post shared by DJ AZEX (@djazex)

ଡିଜେ ଆଜେକ୍ସ (DJ Azex) ଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ତାଙ୍କୁ ଘୋଷଣା କରିଥିଲେ । ଜଣେ ଜଣାଶୁଣା ଡିଜେ ଭାବେ ପ୍ରାୟ ଦଶ ବର୍ଷ ଧରି ଯୁବପିଢ଼ିଙ୍କ ମନୋରଞ୍ଜନ କରୁଥିଲେ ଡିଜେ ଆଜେକ୍ସ (DJ Azex) । ଇନଷ୍ଟାଗ୍ରାମରେ ତାଙ୍କର ୯୦ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି । ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଡିଜେ ଆଜେକ୍ସ (DJ Azex) ଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ ରଖାଯାଇଛି । ପୋଲିସ ମୋବାଇଲ ଫୋନ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ, "ଗତକାଲି ଝଡ଼ ବର୍ଷା ସମୟରେ ବିଦ୍ୟୁତ କାଟ ହୋଇଥିଲା ଓ ଆଜେକ୍ସ ତାଙ୍କ ରୁମ ଭିତରେ ଥିଲେ । ଯେତେବେଳେ ଆମେ ରାତି ପ୍ରାୟ ୧୦ଟା ବେଳେ ତାଙ୍କୁ ଡାକିବାକୁ ଯାଇଥିଲୁ, ତାଙ୍କ କବାଟ ବନ୍ଦ ହୋଇଥିବାର ଦେଖିଲୁ । ପରେ କବାଟ ଭାଙ୍ଗି ରୁମ ଭିତରେ ପଶିବା ପରେ ଆମେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲୁ ।"

ଅଧିକ ପଢ଼ନ୍ତୁ-ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ଼ କ୍ଷତି

ଅଧିକ ପଢ଼ନ୍ତୁ-ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ, ଏଠାରେ ଆପଣ ଦେଖିପାରିବେ ସଂପୂର୍ଣ୍ଣ ମାଗଣାରେ LIVE ମ୍ୟାଚ୍

ଅଧିକ ପଢ଼ନ୍ତୁ-ଦିନିକିଆ ସିରିଜ ମଝିରେ ବଦଳିଗଲେ ଟିମ୍ ଇଣ୍ଡିଆର ଅଧିନାୟକ, ବର୍ତ୍ତମାନ ଏହି ଖେଳାଳି ସମ୍ଭାଳିବେ କମାଣ