Pathaan: ପୁଣି ଥିଏଟରରେ ନିଆଁ ଲଗାଇଲା ଦୀପିକାଙ୍କ ଗେରୁଆ ବିକିନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ
Advertisement

Pathaan: ପୁଣି ଥିଏଟରରେ ନିଆଁ ଲଗାଇଲା ଦୀପିକାଙ୍କ ଗେରୁଆ ବିକିନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ

Pathaan:ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ପଠାନ ' ଜାନୁଆରୀ ୨୫ରେ ରିଲିଜ୍ ହୋଇଛି । ରିଲିଜ୍ ପୂର୍ବରୁ ଫିଲ୍ମର ବେସରଙ୍ଗ ଗୀତକୁ ନେଇ ବିବାଦ ଦେଖାଦେଇଥିଲା । ଗୀତରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ତେଜିଥିଲା ବିବାଦ । ଗୀତରେ ଦୀପିକାଙ୍କ ଗେରୁଆରଙ୍ଗର ବିକିନି ସିନକୁ କାଟିବାକୁ ମଧ୍ୟ ଦାବି ହୋଇଥିଲା । ତେବେ ବିବାଦ ଭିତରେ ଫିଲ୍ମଟି ରିଲିଜ୍ ହୋଇଥିଲା । ତେବେ, ଯାହାକୁ ନେଇ ଉତ୍ତରପ୍ରଦେଶ ବରେଲିର ଏକ ମଲରେ ଥିବା ଥିଏଟରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ସୌଜନ୍ୟ- ସୋସିଆଲ ମିଡିଆ

Pathaan: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ପଠାନ ' ଜାନୁଆରୀ ୨୫ରେ ରିଲିଜ୍ ହୋଇଛି । ରିଲିଜ୍ ପୂର୍ବରୁ ଫିଲ୍ମର ବେସରଙ୍ଗ ଗୀତକୁ ନେଇ ବିବାଦ ଦେଖାଦେଇଥିଲା । ଗୀତରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ତେଜିଥିଲା ବିବାଦ । ଗୀତରେ ଦୀପିକାଙ୍କ ଗେରୁଆରଙ୍ଗର ବିକିନି ସିନକୁ କାଟିବାକୁ ମଧ୍ୟ ଦାବି ହୋଇଥିଲା । ତେବେ ବିବାଦ ଭିତରେ ଫିଲ୍ମଟି ରିଲିଜ୍ ହୋଇଥିଲା । ତେବେ, ଯାହାକୁ ନେଇ ଉତ୍ତରପ୍ରଦେଶ ବରେଲିର ଏକ ମଲରେ ଥିବା ଥିଏଟରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଅନେକ ଲୋକେ ଗୁରୁତର ହୋଇଛନ୍ତି। ଏଭଳି ପରିସ୍ଥିତିରେ ମଲରେ ଆତଙ୍କ ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । 

ଉତ୍ତର ପ୍ରଦେଶର ବରେଲି (Phoenix Mall in Bareilly)ର  ଫିନିକ୍ସ ମଲ ମଧ୍ୟରେ ଥିବା ଏକ ସିନେମା ହଲରେ 'ପଠାନ ' ଫିଲ୍ମକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଦୀପିକା ପାଦୁକୋନଙ୍କ ବେସରାମ ରଙ୍ଗ ଗୀତ ଚାଲିଥିବା ସମୟରେ କିଛି ଦର୍ଶକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ବୃଦ୍ଧି ପାଇଥିଲା ଉତ୍ତେଜନା । କିଛି ଲୋକ ମୋବାଇଲରୁ ଫିଲ୍ମର ଭିଡିଓ ତିଆରି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା,ଯେଉଁଥିପାଇଁ ବିବାଦ ଦେଖାଦେଇଥିଲା । ଭିଡିଓ ପ୍ରସ୍ତୁତ କରୁଥିବା ଯୁବକମାନଙ୍କୁ ହଲର ବାଉନ୍ସର ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଦୀର୍ଘ ସମୟ ଧରି ଥିଏଟରରେ ଉତ୍ତେଜନା ଦେଖାଦେଇଥିଲା। କୁହାଯାଇଛି ଯେ ସିନେମା ହଲ ଭିତରେ ପଠାନ୍ ଫିଲ୍ମରୁ ଯୁବକମାନେ 'ବେସରାମ ରଙ୍ଗ'ର ଏକ ଗୀତର ଭିଡିଓ ପ୍ରସ୍ତୁତ କରୁଥିଲେ। ଯେତେବେଳେ ବାଉନ୍ସରମାନେ ସେମାନଙ୍କୁ ଭିଡିଓ କରିବାକୁ ମନା କରିଥିଲେ। ସେତେବେଳଏ ଯୁକ୍ତିତର୍କ ହେଲା ଏବଂ ତା’ପରେ ମାରପିଟ ଉଭୟ ପକ୍ଷକୁ ଆରମ୍ଭ ହୋଇଥିଲା । 

Also Read: Shocking MMS Scandals of Bollywood: ଅଭିନୟ ପାଇଁ ନୁହେଁ, MMS ଯୋଗୁଁ ଚର୍ଚ୍ଚାର ଥିଲେ ଏହି ୫ ଅଭିନେତ୍ରୀ

Also Read: Oscar 2023 ରେସରେ'ନାଟୁନାଟୁ'କୁ ଟକ୍କର ଦେବ ସିଂହଳ ସୁନ୍ଦରୀଙ୍କ ଏହି ଗୀତ

ସେପଟେ, ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି । ସିସିଟିଭିରୁ ଅଭିଯୁକ୍ତଙ୍କୁ ଚିହ୍ନଟ ପକ୍ରିୟା ଆରମ୍ଭ କରିଛି ପୋଲିସ । ସିନେମା ହଲରେ ଗଣ୍ତଗୋଳ କରିଥିବା ସମସ୍ତ ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।  ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ,ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶାହରୁଖ ଏବଂ ଦୀପିକା ପାଦୁକୋନଙ୍କ ଏହି ଫିଲ୍ମକୁ ନେଇ ଅନେକ ବିରୋଧ ହୋଇଛି। ବିହାରର ଭାଗଲପୁର ଠାରୁ ମଧ୍ୟପ୍ରଦେଶର ଗ୍ୱାଲିଅର୍ ପର୍ଯ୍ୟନ୍ତ ଏହି ଫିଲ୍ମକୁ ତୀବ୍ର ବିରୋଧ କରାଯାଇଛି। ଏହା ବ୍ୟତୀତ ରାଜସ୍ଥାନ, ଛତିଶଗଡ ଏବଂ କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ଏହି ଫିଲ୍ମକୁ ତୀବ୍ର ବିରୋଧ କରାଯାଇଛି।