Uunchai: 'ଅମିତାଭଙ୍କ ସହ କାମ କରିବା ଏକ ସ୍ବପ୍ନ'
Advertisement

Uunchai: 'ଅମିତାଭଙ୍କ ସହ କାମ କରିବା ଏକ ସ୍ବପ୍ନ'

Uunchai: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ଅମିତାଭଙ୍କ ଆଗାମୀ ଫିଲ୍ମ 'ଉଞ୍ଚାଇ' ଖୁବଶିଘ୍ର ପରଦାକୁ ଆସୁଛି । ଫିଲ୍ମଟିକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Uunchai:  ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ।  ଅମିତାଭଙ୍କ ଆଗାମୀ ଫିଲ୍ମ 'ଉଞ୍ଚାଇ' ଖୁବଶିଘ୍ର ପରଦାକୁ ଆସୁଛି । ଫିଲ୍ମଟିକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।  ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମରେ ପରିଣିତି ଚୋପ୍ରା ମଧ୍ୟ ଲିଡ୍ ରୋଲରେ ନଜର ଆସିବେ। 

ଅମିତାଭ ବଚ୍ଚନଙ୍କ ସାମ୍ନାରେ ନର୍ଭସ ଥିଲେ ପରିଣିତି ଚୋପ୍ରା :

ଅଭିନେତ୍ରୀ ପରିଣିତି ଚୋପ୍ରା ନିକଟରେ ଏକ ସାକ୍ଷାତକାର ଦେଇଛନ୍ତି । ଆଉ ସେ ଏଥିରେ ଅମିତାଭ ବଚ୍ଚନଙ୍କ ସହ କାମ ଅଭିଜ୍ଞତା କ୍ୟାମେରା ଆଗରେ ବଖାଣିଛନ୍ତି । ଅଭିନେତ୍ରୀ କହିଥିଲେ ଯେ ସେ 'ଉଞ୍ଚାଇ' ଫିଲ୍ମରେ କାମ ଆରମ୍ଭରେ ବହୁତ ନର୍ଭସ ଥିଲି, କାରଣ ସେ ହିନ୍ଦୀ ସିନେମାର ଜଣେ ମହାନ କଳାକାର ସହ କାମ କରିବାକୁ ଯାଉଛନ୍ତି। ଏହି କଥା ଭାବି ସେ ଅଧିକ ବ୍ୟସ୍ତ ହୋଇ ପଡିଥିଲେ। ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ସହ କାମ କରିବା ଏକ ସ୍ୱପ୍ନ ଅଟେ।

ଏହାବି ପଢନ୍ତୁ : Samantha Ruth Prabhu: ଗମ୍ଭୀର ରୋଗରେ ପୀଡିତ ସାମନ୍ଥା, ଇନଷ୍ଟାରେ ସେୟାର କଲେ ଭାବ ବିହ୍ବଳ ପୋଷ୍ଟ
 
ପରିଣିତି ଚୋପ୍ରା ଅମିତାଭଙ୍କ ସହ ତାଙ୍କ ଅଭିଜ୍ଞତା ବାଣ୍ଟିଛନ୍ତି :

ପରିଣିତି କୁହନ୍ତି, ଆମ ଇଣ୍ଡଷ୍ଟ୍ରିର ଏହିପରି ଭେଟେରାନ୍ ଅଭିନେତାମାନଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। 'ଉଞ୍ଚାଇ' ମୋ ଜୀବନର ଏକ ବିଶେଷ ଚଳଚ୍ଚିତ୍ର ହେବାକୁ ଯାଉଛି । ପ୍ରତିଦିନ ଯେତେବେଳେ ମୁଁ ସେଟ୍ କୁ କାମ କରିବାକୁ ଯାଏ । ସେତେବେଳେ ,ଏହି ପ୍ରତିଭାଶାଳୀ କଳାକାରମାନଙ୍କ ଠାରୁ କିଛି ନୂଆ ଶିଖେ। ଯାହା ମୋତେ କାମ କରିବାକୁ ବହୁତ ଉତ୍ସାହିତ କରେ । 
ସେହି ମହାନ କଳାକାରଙ୍କ ଉତ୍ସାହ, ପ୍ରତିବଦ୍ଧତା ମୋତେ କେବଳ ଜଣେ ଭଲ ଅଭିନେତ୍ରୀ ନୁହେଁ ବରଂ ଜଣେ ଭଲ ମଣିଷ ହେବାକୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି । 

ଏହି ଦିନ ଫିଲ୍ମ ମୁକ୍ତିଲାଭ କରିବ :

'ଉଞ୍ଚାଇ'ରେ ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ପରିଣିତି ଫିଲ୍ମର ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କୁହନ୍ତି, ମୁଁ ପ୍ରକୃତରେ ସୋରଜ ସାରଙ୍କୁ ଏହି ଚଳଚ୍ଚିତ୍ର ପ୍ରଦାନ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଯେହେତୁ ମୁଁ ୩୪୦ ବର୍ଷର ମିଳିତ ଅଭିଜ୍ଞତା ଥିବା ଇଣ୍ଡଷ୍ଟ୍ରି ଷ୍ଟାଲୱାର୍ଟ ସହିତ କାମ କରିବାର ସୁଯୋଗ ପାଇଲି। ଏହି ଫିଲ୍ମରେ ଅନୁପମ ଖେର , ବୋମାନ ଅରାନି ଓ ଅମିତାଭ ବଚ୍ଚନ ଲିଡ ରୋଲରେ ନଜର ଆସିବେ । ସେହିପରି ଫିଲ୍ମରେ ଡାନ୍ୟା ଡିସୋଜାଗୁପ୍ତା, ସାରିକା, ନୀନା ଗୁପ୍ତା ଓ ପରିଣିତି ଚୋପ୍ରା ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୧୧ରେ ପରଦାକୁ ଆସିବ । ୨୦୧୫ରେ ପ୍ରେମ ରତନ ଧନପାୟୋ ମୁଭିର ନିର୍ଦ୍ଦେଶନା ଦାୟିତ୍ବରେ ଥିଲେ Sooraj Barjatya।  ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମରେ ଲିଡ ରୋଲରେ ଥିଲେ ସଲମାନ ଖାନ୍, ସୋନମ କପୁର ଓ ଅନୁପମ ଖେର ।