Ollywood News: ଦର୍ଶକଙ୍କ ମନ ଜିତୁଛି ଜୀ ସାର୍ଥକ ଫିଲ୍ମ୍ସର 'କେମିତି କହିବି ମୁଁ'ର ସମସ୍ତ ଗୀତ
Advertisement

Ollywood News: ଦର୍ଶକଙ୍କ ମନ ଜିତୁଛି ଜୀ ସାର୍ଥକ ଫିଲ୍ମ୍ସର 'କେମିତି କହିବି ମୁଁ'ର ସମସ୍ତ ଗୀତ

Ollywood News: ଜୀ ସାର୍ଥକ ଫିଲ୍ମ୍ସ ବ୍ୟାନରରେ 'କେମିତି କହିବି ମୁଁ' ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପିନୁ ନାୟକ ଓ ପ୍ରଯୋଜକ ଦେବପ୍ରିୟା ସେନାନାୟକ । ସଂଳାପ ଓ କାହାଣୀ ରଚନା କରିଛନ୍ତି ଶାରିକା ସ୍ବାଇଁ । ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ସମସ୍ତ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ । ଫିଲ୍ମର ଟାଇଟଲ ଗୀତ ଅମ୍ରିତା ଓ ଅରବିନ୍ଦ ଦତ୍ତ ଗାଇଥିବା ବେଳେ 'ତୁ ଭାରି ସୁନ୍ଦର' ଗୀତଟିକୁ ଗାଇଛନ୍ତି ଅନ୍ତରା ଓ ତାରିକ ଅଜିଜ୍ । 

Ollywood News: ଦର୍ଶକଙ୍କ ମନ ଜିତୁଛି ଜୀ ସାର୍ଥକ ଫିଲ୍ମ୍ସର 'କେମିତି କହିବି ମୁଁ'ର ସମସ୍ତ ଗୀତ

Ollywood News: ଫିଲ୍ମର ନାଁରୁ ଜଣାପଡୁଛି ନିଶ୍ଚୟ ଭାବରେ କେହି ଜଣେ ତା'ର ପ୍ରେମକୁ ଜଣାଇବା ପାଇଁ ଉଦ୍ବେଗ, ହେଲେ କହି ପାରିଛି ନା ନାହିଁ ? କିଏ ସେ ? ନାୟକ ନାୟିକାକୁ ନା ନାୟିକା ନାୟକକୁ ? କାହାଣୀ ପଛର କାରଣ ଅବା କ'ଣ ହୋଇପାରେ । ଏମିତି କିଛି ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିବ କେବଳ ଜୀ ସାର୍ଥକରେ ଖୁବ ଶୀଘ୍ର ଓଡିଆ ଫିଲ୍ମ 'କେମିତି କହିବି ମୁଁ' ମାଧ୍ୟମରେ । ପାରମ୍ପରିକ କାହାଣୀରୁ ଭିନ୍ନ, ନାୟକ ନାୟିକା ଦୁଇଜଣ ଦୁଇଜଣଙ୍କୁ ପାଇଛନ୍ତି କିନ୍ତୁ ପାଇବାର ରାସ୍ତା ଅତ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ । 

ଜୀ ସାର୍ଥକ ଫିଲ୍ମ୍ସ ବ୍ୟାନରରେ 'କେମିତି କହିବି ମୁଁ' ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପିନୁ ନାୟକ ଓ ପ୍ରଯୋଜକ ଦେବପ୍ରିୟା ସେନାନାୟକ । ସଂଳାପ ଓ କାହାଣୀ ରଚନା କରିଛନ୍ତି ଶାରିକା ସ୍ବାଇଁ । ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ସମସ୍ତ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ । ଫିଲ୍ମର ଟାଇଟଲ ଗୀତ ଅମ୍ରିତା ଓ ଅରବିନ୍ଦ ଦତ୍ତ ଗାଇଥିବା ବେଳେ 'ତୁ ଭାରି ସୁନ୍ଦର' ଗୀତଟିକୁ ଗାଇଛନ୍ତି ଅନ୍ତରା ଓ ତାରିକ ଅଜିଜ୍ । 

ଫିଲ୍ମରେ ସାପଲିନ୍ ମିଶ୍ର, ସୁମନ ପଟ୍ଟନାୟକ, ସୁମନ୍ତ ଦାଶ, ଶୁଭ୍ରାଂଶୁ ନାୟକ, ବେବି ପ୍ରଧାନ, କୈଳାସ ପାଣିଗ୍ରାହୀ, ଧରିତ୍ରୀ ଖଣ୍ଡୁଆଳ, ଉମାକାନ୍ତ ମୁଦୁଲି, ସ୍ଵପ୍ନା ପୁହାଣ, ମଣ୍ଟୁ ବେହେରା, ତପୁ, ଗୌରବ, ଶୁଭମ, ନିରୁଆ ନିରଂଜନ, ମୁକ୍ତିକାନ୍ତ ପ୍ରମୁଖ ନଜର ଆସିବେ । ଚଳଚ୍ଚିତ୍ର କେମିତି କହିବି ମୁଁ ଏପ୍ରିଲ୍ ୧୪ (ରବିବାର) ସଂଧ୍ୟା ୬ଟା ୩୦ ମିନିଟ୍‌ରେ ଜୀସାର୍ଥକ ରେ ପ୍ରସାରିତ ହେବ।

ଫିଲ୍ମ ରେ ଅଛି ରହସ୍ୟ ଓ ରୋମଞ୍ଚ, କାହାଣୀରେ ନୂତନତ୍ଵ ଅଛି, ଯାହା ଦର୍ଶକଙ୍କୁ ଭଲ ଲାଗିବ ଶେଷ ପର୍ଯ୍ୟନ୍ତ ଦର୍ଶକ ପ୍ରେମରେ ଅପ୍ରତ୍ୟାଶିତ ଭାବରେ ବଦଳୁଥିବା ମୋଡ଼କୁ ଜାଣିପାରିବେ ନାହିଁ | ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି।

Also Read- Arvind Kejriwal: କେଜ୍ରିୱାଲଙ୍କ ଆବେଦନ ଉପରେ ଏପ୍ରିଲ ୧୫ରେ ହେବ ଶୁଣାଣି

Also Read- Mangal Gochar 2024 April: ବୃହସ୍ପତିଙ୍କ ଘରେ ମଙ୍ଗଳ ପ୍ରବେଶ, ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ