Naga Chaitanya: ନାଗା-ସାମନ୍ଥାଙ୍କ ସମ୍ପର୍କ ଭାଙ୍ଗିବାର କାରଣ କ'ଣ ? ପୁଣି ହୋଇପାରନ୍ତି ଏକାଠି
Advertisement

Naga Chaitanya: ନାଗା-ସାମନ୍ଥାଙ୍କ ସମ୍ପର୍କ ଭାଙ୍ଗିବାର କାରଣ କ'ଣ ? ପୁଣି ହୋଇପାରନ୍ତି ଏକାଠି

Naga Chaitanya: ଗୋଟିଏ ସମୟରେ ସାଉଥ ଇଣ୍ତଷ୍ଟ୍ରିର ମୋଷ୍ଟ ପାଓ୍ବାରଫୁଲ୍ କପୁଲ ଥିଲେ ନାଗା ଚୈତନ୍ୟ ଓ ସାମନ୍ଥା । ଯଦିଓ ଏହି ଦମ୍ପତିଙ୍କ  ବିବାହ ବିଚ୍ଛେଦ ହୋଇଛି, କିନ୍ତୁ ଛାଡପତ୍ର ପୂର୍ବରୁ ଦକ୍ଷିଣ ସିନେମାର ସବୁଠାରୁ ଲୋକପ୍ରିୟ ଯୋଡି ଥିଲେ ନାଗା ଓ ସାମନ୍ଥା ।

Naga Chaitanya: ନାଗା-ସାମନ୍ଥାଙ୍କ ସମ୍ପର୍କ ଭାଙ୍ଗିବାର କାରଣ କ'ଣ ? ପୁଣି ହୋଇପାରନ୍ତି ଏକାଠି

Naga Chaitanya: ଗୋଟିଏ ସମୟରେ ସାଉଥ ଇଣ୍ତଷ୍ଟ୍ରିର ମୋଷ୍ଟ ପାଓ୍ବାରଫୁଲ୍ କପୁଲ ଥିଲେ ନାଗା ଚୈତନ୍ୟ ଓ ସାମନ୍ଥା । ଯଦିଓ ଏହି ଦମ୍ପତିଙ୍କ  ବିବାହ ବିଚ୍ଛେଦ ହୋଇଛି, କିନ୍ତୁ ଛାଡପତ୍ର ପୂର୍ବରୁ ଦକ୍ଷିଣ ସିନେମାର ସବୁଠାରୁ ଲୋକପ୍ରିୟ ଯୋଡି ଥିଲେ ନାଗା ଓ ସାମନ୍ଥା । ରିଲ୍ ଲାଇଫରେ ଏମାନଙ୍କ କେମେଣ୍ଟ୍ରି ଖୁବ୍ ଜମୁଥୁଲା କେବଳ ରିଲ୍ ଲାଇଫରେ ନୁହେଁ ବରଂ ରିୟଲ ଲାଇଫରେ ଏମାନଙ୍କ ଯୋଡିକୁ ଖୁବ ପସନ୍ଦ କରୁଥିଲେ ପ୍ରଶଂସକ । ଯେତେବେଳେ ସେମାନଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିଲା, ପ୍ରଶଂସକଙ୍କୁ ବଡ ଝଟକା ଲାଗିଥିଲା। ତେବେ, ବିଚ୍ଛେଦ ପରଠାରୁ ଉଭୟ ନିଜ କ୍ୟାରିୟର ଉପରେ ଫୋକସ କରୁଛନ୍ତି । ୧୯୮୬, ୨୩ ନଭେମ୍ବରରେ ଜନ୍ମ ହୋଇଥିବା ନାଗାଙ୍କ ଆଜି ହେଉଛି ଜନ୍ମଦିନ । ଆଜି ସେ ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆଜି ଆମେ ନାଗା-ସାମନ୍ଥାଙ୍କ ପ୍ରେମ କାହାଣୀ କେବେଠୁ ଆରମ୍ଭ ହୋଇଥିଲା ,ତାହା ବିଷୟରେ କହିବାକୁ ଯାଉଛୁ । 

ନାଗା ଚୈଚନ୍ୟ ଓ ସାମନ୍ଥା  ୨୦୦୯ ରେ ଫିଲ୍ମ 'ୟେ ମାୟା ଚେସାଭ'ର ସେଟରେ ପ୍ରଥମେ ସାକ୍ଷାତ ହୋଇଥିଲା। ଫିଲ୍ମରେ ଉଭୟଙ୍କୁ ବେଶ ଭଲ ପାଇବା ଦେଇଥିଲେ ଦର୍ଶକ । କିନ୍ତୁ ସେତେବେଳେ ନାଗା ସ୍ମୃତି ହାସନଙ୍କୁ ଡେଟ କରୁଥିବା ବେଳ ସାମନ୍ଥା ଅଭିନେତା ସିଦ୍ଧାର୍ଥଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ପରେ ୨୦୧୪ରେ ଫିଲ୍ମ 'ସୂର୍ଯ୍ୟ 'ପାଇଁ ପୁଣି ଏକାଠି ହୋଇଥିଲେ ନାଗା-ସାମନ୍ଥା । ଏହି ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ଆଉ ଉଭୟ ଉଭୟଙ୍କୁ ମନ ଦେଇ ବସିଥିଲ । 

ଏହାବି ପଢନ୍ତୁ : Govinda: ଗୋବିନ୍ଦାଙ୍କ ପାଦ ଛୁଇଁ ବିବାଦରେ ଫସିଲେ ପାକ୍ ର ଏହି ଅଭିନେତା, କଟ୍ଟରପନ୍ଥୀ ଦେଲେ କଡା ମନ୍ତବ୍ୟ, ଧର୍ମକୁ ନେଇ ଉଠାଇଲେ ପ୍ରଶ୍ନ

ପରେ ପରପ୍ପରକୁ ଡେଟିଂ କରିବା ମଧ୍ୟ ଆରମ୍ଭ କରିଥିଲେ। ପରେ ଉଭୟଙ୍କୁ ବିଭିନ୍ନ ଇଭେଣ୍ଟରେ ଦେଖିବାକୁ ମିଳିଥିଲା। ୨୦୧୬ ସମିହାରେ ଉଭୟ ଏକ ଭ୍ୟାକେସନରେ ଯାଇଥିଲେ । ଯେଉଁଠାରେ ନାଗା ସାମନ୍ଥାଙ୍କୁ ପ୍ରପୋଜ୍ କରିଥିଲେ । ଆଉ ସାମନ୍ଥା ମଧ୍ୟ ଏଥିରେ ସହମତି ଜଣାଇଥିଲେ । ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଥିଲା। ପରେ ୨୦୧୭ ମସିହାରେ ସାମନ୍ଥାଙ୍କୁ ସାତ ଜନ୍ମର ସାଥି କରିଥିଲେ ନାଗା । ମହାଆଡମ୍ବରରେ ଉଭୟଙ୍କ ବିବାହ ହୋଇଥିଲା। କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନ ଥିଲା । ୨୦୨୧ ମସିହାରେ ଏହି ଦମ୍ପତି ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଦେଇଥିଲେ।  ସାମନ୍ତ ଏବଂ ନାଗା ପରପ୍ପରର ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ନାଗା ଚୈତନ୍ୟ ଓ ସାମନ୍ଥା ୨ ଅକ୍ଟୋବର, ୨୦୨୧ ରେ ସେମାନଙ୍କର ସମ୍ପର୍କରେ ପୁର୍ଣ୍ଣଛେଦ ପକାଇଥିଲେ। ତେବେ, ଏ ସମ୍ପର୍କ କାହିଁକି ଭାଙ୍ଗଲା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । 

ନିକଟରେ ଖବର ଆସିଥିଲା ଯେ,ସାମନ୍ଥାଙ୍କ ସହ ତାଙ୍କ ପୂର୍ବତନ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କୁ ଗୋଟିଏ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଖବର ଶୁଣି ଫ୍ୟାନ୍ସ ମାନେ ମଧ୍ୟ ଫିଲ୍ମକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି । ବିବାହ ବିଚ୍ଛେଦର ଦିର୍ଘ ଦିନ ପରେ ଦୁହେଁ ପ୍ରଥମ ଥର ଏକାଠି ସ୍କ୍ରିନ ସେୟାର କରିବେ। କିନ୍ତୁ ଏ ପର୍ଯ୍ୟନ୍ତ ଫିଲ୍ମର ନାଁ ଘୋଷଣା ହୋଇ ନାହିଁ । କି ଉଭୟଙ୍କ ପକ୍ଷରୁ ଫିଲ୍ମ ନେଇ କୌଣସି ଅଧିକ ସୂଚନା ଦିଆଯାଇ ନାହିଁ।